Advertisment

୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା,୫ ମିନିଟ୍‌ରେ ଛାଡ଼ିଲା...ଯାତ୍ରୀଙ୍କୁ ନନେଇ ପଳାଇଲା ଟ୍ରେନ୍‌

୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା ଓ ୫ ମିନିଟ୍‌ ଷ୍ଟେସନରେ ରହି ଛାଡ଼ିଦେଲା ଗୋଆ ଏକ୍ସପ୍ରେସ୍‌। ହେଲେ ଟ୍ରେନ୍‌ ସିଡ୍ୟୁଲରେ ପରିବର୍ତ୍ତନ ସମ୍ପର୍କରେ ଯାତ୍ରୀଙ୍କୁ କିଛିବି ଜଣାନଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Goa Express Leaves Without Passengers

Goa Express arrives 90 minutes early leaves in 5 minutes without passengers

୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା ଓ ୫ ମିନିଟ୍‌ ଷ୍ଟେସନରେ ରହି ଛାଡ଼ିଦେଲା ଗୋଆ ଏକ୍ସପ୍ରେସ୍‌। ହେଲେ ଟ୍ରେନ୍‌ ସିଡ୍ୟୁଲରେ ପରିବର୍ତ୍ତନ ସମ୍ପର୍କରେ ଯାତ୍ରୀଙ୍କୁ କିଛିବି ଜଣାନଥିଲା। ଫଳରେ ୪୫ ଜଣ ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗୁରୁବାର ଦିନ ମନ୍‌ମାଡ୍‌ ଜଙ୍କସନ୍‌ରେ ଏହି ଘଟଣା ଘଟିଥିବା ବେଳେ ଭାସ୍କୋଡାଗାମା ନିଜାମୁଦ୍ଦିନ-ଗୋଆ ଏକ୍ସପ୍ରେସ୍‌ ଯାତ୍ରୀଙ୍କୁ ନନେଇ ଷ୍ଟେସନ ଛାଡ଼ି ଦେଇଥିବା ଜଣାପଡ଼ିଛି। ରୁଟ୍‌ ଡାଇଭର୍ସନ ଯୋଗୁ ସିଡ୍ୟୁଲ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଟ୍ରେନ୍‌ ଷ୍ଟେସନରେ ପହଞ୍ଚି ଯାଇଥିଲା।

Advertisment

ସୂଚନା ଅନୁସାରେ, ମନ୍‌ମାଡ୍‌ ଜଙ୍କସନ୍‌ରେ ସକାଳ ୧୦ଟା ୩୫ ମିନିଟ୍‌ରେ ଟ୍ରେନ୍‌ ପହଞ୍ଚିବାର ଥିଲା। ହେଲେ ଗୁରୁବାର ଦିନ ସକାଳ ୯ଟା ୫ରେ ପହଞ୍ଚି ଟ୍ରେନ୍‌ ଷ୍ଟେସନରେ ପହଞ୍ଚିଥିଲା। ମାତ୍ର ୫ ମିନିଟ୍‌ ରହି ୯ଟା ୧୦ରେ ଷ୍ଟେସନ ଛାଡ଼ିଥିଲା।

ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା, ଯେତେବେଳେ ଏହି ଟ୍ରେନ୍‌ରେ ଯାତ୍ରା ପାଇଁ ଟିକେଟ୍‌ କରିଥିବା ଯାତ୍ରୀ ସକାଳ ୯ଟା ୪୫ ମିନିଟ୍‌ରେ ଷ୍ଟେସନରେ ପହଞ୍ଚିଥିଲେ। ସେମାନେ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ ଛାଡ଼ି ଦେଇଥିଲା। ଏହାପରେ ଉତ୍ତ୍ୟକ୍ତ ଯାତ୍ରୀ ଷ୍ଟେସନ ମ୍ୟାନେଜରଙ୍କ ଅଫିସକୁ ଯାଇ କାହିଁକି ଏପରି ଘଟିଲା ବୋଲି ପ୍ରଶ୍ନ କରିଥିଲେ। ଏହାସହ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ସେମାନଙ୍କ ପାଇଁ ବନ୍ଦୋବସ୍ତ କରିବା ଲାଗି ଦାବି କରିଥିଲେ।

Advertisment

ସୂଚନାଥାଉ କି, ମନ୍‌ମାଡ୍‌ ଜଙ୍କସନ୍‌ରେ ପହଞ୍ଚିବା ପୂର୍ବରୁ ଗୋଆ ଏକ୍ସପ୍ରେସ୍‌ ମିରାଜ, ପୁଣେ ଓ ଡାଉଣ୍ଡ ଦେଇ ଯାତ୍ରା କରିଥାଏ। ତେବେ ଗୁରୁବାର ଦିନ ଟ୍ରେନ୍‌ ରୁଟ୍‌କୁ ଡାଇଭର୍ଟ କରାଯାଇଥିଲା। ଫଳରେ ଟ୍ରେନ୍‌ ସିଡ୍ୟୁଲ ସମୟର ବହୁତ ପୂର୍ବରୁ ଅର୍ଥାତ୍‌ ଦେଢ଼ ଘଣ୍ଟା ପୂର୍ବରୁ ମନ୍‌ମାଡ୍‌ ଜଙ୍କସନ୍‌ରେ ପହଞ୍ଚି ଯାଇଥିଲା। ହେଲେ ଏଥିପାଇଁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଅନ୍ୟପକ୍ଷେ, ଘଟଣାକୁ ନେଇ ରେଲ୍‌ୱେ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରିପୋର୍ଟ ମଗାଯାଇଛି। 

Advertisment
Advertisment