/odishatv-khabar/media/post_attachments/uploadimage/library/16_9/16_9_0/_IRCTC_1690265422.jpg)
IRCTC
ରେଳ ଟିକଟ ବୁକିଂ ୱେବସାଇଟ IRCTC ରେ ଟେକ୍ନିକାଲ ତ୍ରୁଟି । ତେଣୁ ଅନଲାଇନରେ ଟିକଟ ବୁକିଂ କରି ହେଉ ନାହିଁ । ଏହା ଦ୍ୱାରା ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆପ୍ ମଧ୍ୟ ଚାଲୁ ନାହିଁ । ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକଟ ବୁକ୍ ହୋଇ ପାରୁନଥିବା ୟୁଜର ଅଭିଯୋଗ କରିଛନ୍ତି ।
Due to technical reasons the ticketing service is not available. Our technical team is resolving the issue. We will notify as soon as the technical issue is fixed.
— IRCTC (@IRCTCofficial) July 25, 2023
ସେପଟେ ଏକ ବିବୃତ୍ତିରେ IRCTC ପକ୍ଷରୁ କୁହାଯାଇଛି ଯେ, ଟେକ୍ନିକାଲ ତ୍ରୁଟି କାରଣରୁ ଏହାର ସେବା ଉପଲବ୍ଧ ନାହିଁ । ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ତେବେ ଏହି ସମୟରେ ବି ଟୁ ସି ପରି ପ୍ଲାଟଫର୍ମ ଆମାଜନ୍, ମେକ୍ ମାଇଁ ଟ୍ରିପ୍ ପରି ଆପ୍ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି ।
ଯଦି କିଏ ଟିକଟ ବାତିଲ କରିବାକୁ ଚାହୁଁଛି, ସେ କଷ୍ଟମର କେୟାର ନମ୍ବରରେ ଫୋନ୍ କରିବାକୁ ପରାମର୍ଶ ଦିଆଯାଇଛି । 14646,0755-6610661 & 0755-4090600 ନମ୍ବରରେ କଲ୍ କରିବାକୁ ବା [email protected]. ରେ ମେଲ୍ କରିବାକୁ କୁହାଯାଇଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)