ଏକ୍ସପ୍ରେସରେ ବସି ରାଇରଙ୍ଗପୁର ଯାଏଁ କଲେ ଯାତ୍ରା ମହାମହିମ୍ । ଆଜିଠୁ ବାଦାମପାହାଡ଼ରୁ ସାଲିମାର ଓ ରାଉରକେଲାକୁ ଚାଲିଲା ଏକ୍ସପ୍ରେସ ।
ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଆଜି ତିନିଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ l ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରା ଯାଇ ପାରିନାହିଁ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ବାଦାମପାହାଡ଼ରୁ ୨ ଏକ୍ସପ୍ରେସ ସମେତ ୩ଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରୀ ବି ହେବେ । କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ ।
ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରୀ ବି ହେବେ । କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ ।
ଆସନ୍ତାକାଲି ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।
ସମ୍ବଲପୁରରେ ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍ ଆଗକୁ ଗଡ଼ିଛି। ଲାଇନ୍ ମରାମତି ପରେ ସମ୍ବଲପୁର ପରିବର୍ତ୍ତେ ସର୍ଲା ଷ୍ଟେସନ ଯାଇଥିଲା ଟ୍ରେନ୍।
ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍।
ଆନ୍ଧ୍ର ଆଲମଣ୍ଡା ଟ୍ରେନ ଦୁର୍ଘଟଣାସ୍ଥଳର ମରାମତି କାମ ସଂପୂର୍ଣ୍ଣ ଶେଷ । ରେଳ ବିଭାଗ ପକ୍ଷରୁ ମିଳିଲା ସୂଚନା ।
କେଉଁ କାରଣ ପାଇଁ ଏତେବଡ ଦୁର୍ଘଟଣା ଘଟିଲା ? ଘଟଣାସ୍ଥଳରେ ପହଞ୍ଚି ରେଲୱେ ସେଫଟି କମିଶନରଙ୍କ ତଦନ୍ତ ...ଟ୍ରାକରୁ ବଗି ଉଠିବା ପରେ ଯାଞ୍ଚ କରୁଛନ୍ତି ସେଫ୍ଟି କମିଶନର....
ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣା, ହେଲେଓଡ଼ିଶାରେ ପଡ଼ିଛି ତାର ଗଭୀର ପ୍ରଭାବ। ବ୍ରହ୍ମପୁରରୁ ବାଲେଶ୍ବର ଯାଏଁ ସବୁ ଷ୍ଟେସନରେ ଅସଂଖ୍ୟ ଯାତ୍ରୀ ଭୋଗିଛନ୍ତି ଅକଥନୀୟ ଦୁର୍ଦ୍ଦଶା..
ଆନ୍ଧ୍ର ଟ୍ରେନ ଟ୍ରାଜେଡି ପଛର ପ୍ରକତ କାରଣ କ’ଣ ? କାହିଁକି ଘଟିଗଲା ଏତେବଡ଼ ଦୁର୍ଘଟଣା । ମନୁଷ୍ୟକୃତ ତ୍ରୁଟି ବା ସିଗ୍ନାଲ ଓଭରସୁଟିଂ ଯୋଗୁ ଏ ଦୁର୍ଘଟଣା ଘଟିଛି ବୋଲି ରେଲୱେ ପକ୍ଷରୁ ସଫେଇ ଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି କମିଶନ ଅଫ୍ ରେଲୱେ ସେଫ୍ଟି ..
ବାହାନଗାର ଛାତିଥରା ଟ୍ରେନ୍ ଟ୍ରାଜେଡି ଚିତ୍ର ଆଖିରୁ ଲିଭିନି, ଗତକାଲି ସନ୍ଧ୍ୟାରେ ପୁଣି ଘଟିଛି ଏକ ଭୟାନକ ଟ୍ରେନ୍ ଦୁର୍ଘଟଣା। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ ପଲାସା ପାସେଞ୍ଜରକୁ ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଯେଉଁଥିରେ ୧୩ଜଣଙ୍କ ପ୍ରାଣ ଯାଇଛି..
ସିଗନାଲ ଓଭରସୁଟିଂରୁ ଟ୍ରେନକୁ ଟ୍ରେନ୍ ପିଟିଥିବା ସୂଚନା । ଆଲମଣ୍ଡାରେ ରେଲୱେ ସେଫଟି କମିଶନରଙ୍କ ତନାଘନା ।
ପିଲାଛୁଆ ଧରି ଷ୍ଟେସନରେ ଅଖିଆ ଅପିଆ ରାତି କାଟିଲେ ପାସେଞ୍ଜର ।
ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍ୱେ ।
ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି ।
ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି ।
ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।
ଟ୍ରେନ୍ ଦୁର୍ଘଟଣା ଯୋଗୁ ୩୯ଟି ଟ୍ରେନ୍କୁ ରେଳ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି । ଏହାସହ ୨୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ।
ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ପିଏମ୍ଓ ଘୋଷଣା କରିଛି । ସେହିପରି ଆହତଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି ।
ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିବା କହିଛନ୍ତି ରେଳମନ୍ତ୍ରୀ ।
ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ମଧ୍ୟ ଯାଇଛି ।
ଆଜି ସଂଧ୍ୟା ପରେ ପରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ଧକ୍କା ଦେଇଥିବା ଜଣାପଡ଼ିଛି ।