Advertisment

ଟ୍ରେନ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୧୦ ଜଣ

ଟ୍ରେନ୍‌ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
8 persons killed in train fire mishap in Tamil Nadu

8 persons killed in train fire mishap in Tamil Nadu

ତାମିଲନାଡୁର ମଦୁରାଇ ରେଲ୍‌ୱେ ଷ୍ଟେସନ ନିକଟରେ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।

Advertisment

ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି। ମଦୁରାଇ ରେଲ୍‌ୱେ ଷ୍ଟେସନ ନିକଟ ବୋଡି ଲେନ୍‌ରେ ଏକ ଟୁରିଷ୍ଟ ଟ୍ରେନ୍‌ ଛିଡ଼ା ହୋଇଥିଲା। ଏହି ସମୟରେ କୌଣସି କାରଣରୁ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା।

ଗୁରୁତରଙ୍କୁ ମଦୁରାଇ ସ୍ଥିତ ରାଜାଜୀ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

Advertisment

Fire Mishap
Advertisment
Advertisment