/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689077290.jpg)
Odisha train tragedy
ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ପୁଣି ୪ ଦିନ ରିମାଣ୍ଡରେ ଯିବେ ଅଭିଯୁକ୍ତ । ସେମାନଙ୍କୁ ପୁଣି ଥରେ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିବ ସିବିଆଇ । ଆଜି ଏନେଇ ସ୍ପେଶାଲ କୋର୍ଟ ଅନୁମତି ଦେଇଛନ୍ତି । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ପ୍ରଥମେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା ।
ସେଠାରେ ମେଡିକାଲ ଟେଷ୍ଟ ପରେ ଚନ୍ଦକା ଥାନାକୁ ଅଣାଯାଇଥିଲା । ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।
ପୂର୍ବରୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ଯାଇଥିଲେ ୩ ଅଭିଯୁକ୍ତ । ଜୁଲାଇ ୭ ତାରିଖ ଦିନ ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଣି କରି ରିମାଣ୍ଡ ଅନୁମତି ପ୍ରଦାନ କରିଥିଲେ । ତାହାସହିତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ୧୧ ତାରିଖ ଅର୍ଥାତ୍ ଆଜି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଆଜି ସିବିଆଇ ସେମାନଙ୍କୁ ହାଜର କରିବା ସହ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ।
ସୂଚନା ଥାଉ କି ପୂର୍ବରୁ କୋର୍ଟଙ୍କ ନିକଟରେ ଅଭିଯୁକ୍ତଙ୍କୁ ଜେରା ପାଇଁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ସିବିଆଇ । ହେଲେ କୋର୍ଟ ଅଭିଯୁକ୍ତମାନଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେବାକୁ କହିଥିଲେ । ଯାହାକି ଆସନ୍ତାକାଲି ଶେଷ ହେଉଛି । ତେଣୁ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗତ ୭ ତାରିଖରେ ସିବିଆଇ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)