• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ NHRC ନୋଟିସ୍ । ରେଲୱେ ବୋର୍ଡ ଚେୟାରମ୍ୟାନ ଏବଂ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଏକ ପିଟିସନ ଆଧାରରେ, ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି NHRC । ସୂଚନା ଅନୁସାରେ, ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବିଫଳତା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ମୃତାହତ ଯାତ୍ରୀମାନଙ୍କ ଅଧିକାର ଉଲ୍ଲଂଘନ ହୋଇଥିବା ଏକ ପିଟିସନ୍ ଦାୟର କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ।

ଅଧିକ ପଢ଼ନ୍ତୁ: ବାହାନଗା ଟ୍ରାଜେଡି: ସିବିଆଇ ହାତରେ ଲାଗିଛି କି ସୁରାକ୍ ?

ଶବ ସଂରକ୍ଷଣ, ଦୁର୍ଘଟଣା ପରେ ଚୋରି, ମୃତଦେହର ନକଲି ଦାବିଦାର ଆଦି ଘଟଣା ନଜରକୁ ଆସିଛି ଏବଂ ଏଥିପାଇଁ ରେଲୱେ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି । ଉପଯୁକ୍ତ ସ୍ଥାନ ଅଭାବରୁ ଶବଗୁଡ଼ିକର ସମ୍ମାନ ସୁନିଶ୍ଚିତ କରାଯାଇ ପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି । ଏହି ପିଟିସନ୍ ଆଧାରରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ । ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଜଣାଇବାକୁ ରିପୋର୍ଟ ମଗାଯାଇଛି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ ରହିଛି ।...

ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ହେଉଛି ଦ୍ୱିତୀୟ ଦିନ । ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରୁଛନ୍ତି ସିବିଆଇ ଅଧିକାରୀ। ପ୍ରମାଣ ନଷ୍ଟ ପଛରେ କିଏ ? ସିଗ୍ନାଲିଂ ପାଇଁ ବ୍ୟବହାର କରାଯାଇଥିବା Electrical Lifting Barrier କେଉଁ ବରିଷ୍ଠ ଅଧିକାରୀଙ୍କ ତଦାରଖ ପରେ ଖଞ୍ଜାଯାଇଥିଲା ? ଏସବୁ ଦିଗକୁ ତଦନ୍ତର ଫୋକସରେ ରଖି ୩ ଜଣଙ୍କଠାରୁ ତଥ୍ୟ ଆଦାୟ କରୁଛି ସିବିଆଇ।

ଇତିମଧ୍ୟରେ ସମନ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଜେରା ସରିଥିବାବେଳେ ନିଲମ୍ବିତ ଷ୍ଟେସନ ମାଷ୍ଟରଙ୍କ ସହ ଆଉ ୩ ଜଣଙ୍କୁ ସିବିଆଇ ସ୍କାନରରେ ରଖିଛି। CRS ରିପୋର୍ଟ ଆଧାରରେ ଖୋଳତାଡ଼ ଜାରି ରହିଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି। ଏଥିସହ ଜଣଙ୍କ ପରେ ଜଣଙ୍କ ବିରୋଧରେ ହେଉଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଏଯାବତ୍ ୭ ଜଣ କର୍ମଚାରୀଙ୍କୁ ଚାକିରିରୁ କରାଯାଇଛି ସସପେଣ୍ଡ। ...