ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଏକ ବିରାଟକାୟ ପଥର ଖସିପଡ଼ିଛି । ଫଳରେ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରେଲୱେ କର୍ମଚାରୀ ସୁରକ୍ଷିତ ଅଛନ୍ତି । ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି । ଏବେ ଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ସୂଚନା ଅନୁସାରେ ଆଜି ସକାଳେ ଏକ ମାଲବାହୀ ଟ୍ରେନ୍ ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଶରଧାମୁଣ୍ଡା ନିକଟରେ ହଠାତ୍ ପାହାଡରୁ ଏକ ବିରାଟ ପଥର ଖଣ୍ଡ ଖସି ପଡ଼ିଥିଲା । ପଥର ଖଣ୍ଡଟି ଟ୍ରେନ୍ ଇଞ୍ଜିନରେ ପିଟି ହେବାରୁ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଯାଇଛି।
Also Read
#ଅନୁଗୁଳ:
— ଓଟିଭି (@otvkhabar) August 2, 2023
ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର..ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର#Anugul #Odisha #TrainDerail #OTV pic.twitter.com/ECvqzS9ytI
ଖବର ପାଇ ବରିଷ୍ଠ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଲଗାଣ ବର୍ଷା ଯୋଗୁ ପଥର ଖଣ୍ଡକୁ ହଟାଇ ଇଞ୍ଜିନକୁ ଟ୍ରାକ୍କୁ ଆଣିବା କଷ୍ଟକର ହୋଇ ପଡ଼ିଛି। ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଶୀଘ୍ର ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ବରିଷ୍ଠ ଅଧିକାରୀ ଆଶା ରଖିଛନ୍ତି ।