• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ୭ ରେଳ କର୍ମଚାରୀଙ୍କୁ ସସ୍‌ପେଣ୍ଡ୍ କରାଯାଇଛି । ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଜିଏମ୍‌ ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ସିବିଆଇ ଓ ସିଆରଏସ୍‌ ଘଟଣାର ତଦନ୍ତ ଜାରି ରଖିଛି ।

ସେପଟେ ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଇଛି CBI । ଅଭିଯୁକ୍ତଙ୍କ ମୁହଁରୁ ଓଗାଳିବ ଅଧୁରା ସତ । ସମନ ହୋଇଥିବା ଆଉ ୩ ରେଳ କର୍ମଚାରୀଙ୍କ ସହ କରିବ ସାମ୍ନାସାମ୍ନି ଜେରା । ଖୋଜି ବାହାର କରିବ ଟ୍ରେନ ଟ୍ରାଜେଡି ପଛର ବାସ୍ତବ ସତ । ଏପଟେ ଗିରଫ ଅଭିଯୁକ୍ତଙ୍କ ଜାମିନ ପାଇଁ ସିବିଆଇ କୋର୍ଟରେ ଆବେଦନ ହୋଇଛି ।

ଅଧିକ ପଢ଼ନ୍ତୁ: ଟ୍ରେନ୍ ଟ୍ରାଜେଡି: ପୁଣି ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ବାହାନଗା ଟ୍ରେନ ଟ୍ରାଜେଡି ପଛରେ କେବଳ ୩ ଅଭିଯୁକ୍ତ ନା ଆଉ କିଏ ? ସିବିଆଇ ହାତରେ ଲାଗିଛି କି କି ସୁରାକ୍ ? ରିମାଣ୍ଡ ବେଳେ ଗିରଫ ଅଭିଯୁକ୍ତଙ୍କଠୁ କେତେ ସତ ଓଗାଳିଛି ସିବିଆଇ ? ଉଦ୍ଦେଶ୍ୟମୂଳକ ଥିଲା କି ଅଭିଯୁକ୍ତଙ୍କ ବ୍ୟକ୍ତିଗତ ଅବହେଳା ? ନା ଦୁର୍ଘଟଣା ପଛରେ ଥିଲା ଅନ୍ୟ କାହାର ପ୍ରରୋଚନା ? ଅଭିଯୁକ୍ତମାନଙ୍କୁ ସିବିଆଇ ଆଉ ୪ ଦିନ ରିମାଣ୍ଡରେ ନେଇଥିବାରୁ ବଢ଼ିବ କି ଗିରଫଦାରୀ ? ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଥିବାରୁ ଆଗକୁ କ’ଣ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।