Advertisment

ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍‌ ପଛରେ କାହିଁକି ଥାଏ “X” ଚିହ୍ନ

ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍‌ ପଛରେ “X” ଚିହ୍ନ ଥିବାର ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ । ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ ଅନେକ ବ୍ୟକ୍ତିଙ୍କ ଶଙ୍କା ଦୂର ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Significance of x symbol behind last train coach

Significance of x symbol behind last train coach

ପ୍ରାୟ ସମସ୍ତେ କେବେ ନା କେବେ ଟ୍ରେନ ଯାତ୍ରା ନିଶ୍ଚିତ କରିଥିବେ। ଅନେକ ଲୋକ ଅଛନ୍ତି ଯେଉଁମାନେ ଯାତ୍ରା ସମୟରେ ଅନେକ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି। ଯେପରିକି ଟ୍ରେନର ସ୍ଥିତି, ଦିଆଯାଉଥିବା ସେବା, ବିଭିନ୍ନ ଯାତ୍ରୀ ଏବଂ ଅନ୍ୟାନ୍ୟ ଜିନିଷ। ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍‌ ପଛରେ “X” ଚିହ୍ନ ଥିବାର। ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ ଅନେକ ବ୍ୟକ୍ତିଙ୍କ ଶଙ୍କା ଦୂର ହୋଇଛି।

Advertisment

ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଥିବା ଏକ ପୋଷ୍ଟ ଅନୁଯାୟୀ ହଳଦିଆ "X" ଚିହ୍ନ ସୂଚାଇ ଦିଏ ଯେ ଟ୍ରେନ୍ କୌଣସି କୋଚ୍ ନ ଛାଡି ଚାଲିଯାଇଛି। ଅର୍ଥାତ ଏହା ହେଉଛି ଶେଷ ବଗି।

Advertisment

ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ଲେଖାଥିଲା, "ଆପଣ ଜାଣିଛନ୍ତି କି? ଟ୍ରେନର ଶେଷ କୋଚ୍‌ରେ ଥିବା 'X' ଚିହ୍ନ ସୂଚିତ କରେ ଯେ ଟ୍ରେନଟି କୌଣସି କୋଚ୍‌କୁ ଛାଡି ଚାଲିଯାଇନି। ଶେୟାର ହେବା ପରଠାରୁ ଏହି ପୋଷ୍ଟ୍‌କୁ ୨ ଲକ୍ଷ ୬୦ ହଜାର ଲୋକ ଦେଖିସାରିଛନ୍ତି। ସେହିପରି ୪ହଜାରରୁ ଅଧିକ ଲାଇକ୍ ମିଳିଛି।

ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇ କହିଛନ୍ତି, “ମୁଁ ସବୁବେଳେ ଭାବୁଥିଲି ଯେ ଏହା ଲୁଟ୍ ପାଇଁ ଥିଲା।” ସେହିପରି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, "ଆହୁରି ମଧ୍ୟ LV (ଶେଷ ଯାନ)। ଏହି ଚିହ୍ନ 'X' ଏବଂ 'LV' ପିଲାଦିନରୁ ମୋ ମନରେ ଥିଲା। ଉତ୍ତର ପ୍ରଦାନ କରିଥିବାରୁ ଧନ୍ୟବାଦ।"

ଆଉ ଜଣେ କହିଛନ୍ତି, "ଦିନରେ LV ଅର୍ଥାତ୍ ଲାଷ୍ଟ ଭେଇକିଲ୍ ବୋର୍ଡ ଏବଂ ରାତିରେ ଝଲସି ଉଠୁଥିବା ଟେଲ୍ ଲ୍ୟାମ୍ପର ଅର୍ଥ ହେଉଛି ଟ୍ରେନ୍ ସମ୍ପୂର୍ଣ୍ଣ ରୂପେ ପହଞ୍ଚିଛି। ଦିନରେ LV ବୋର୍ଡ ଏବଂ ରାତିରେ ଟେଲ ଲ୍ୟାମ୍ପ ଲଗେଇବା ଗାର୍ଡଙ୍କ କର୍ତ୍ତବ୍ୟ।

ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, "ମୁଁ ଭାବୁଥିଲି ଏହାର ଅର୍ଥ ହେଉଛି ଏକ ଏକ୍ସପ୍ରେସ ଟ୍ରେନ୍। ତେବେ ଅନେକ ଯାତ୍ରୀବାହୀ ଟ୍ରେନର ଶେଷରେ ଏହି ପ୍ରତୀକ ନାହିଁ... ।"

Indian Railways Train Viral Story
Advertisment
Advertisment