• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

gf
ପ୍ରଚାର ପାଇଁ କଳାହାଣ୍ଡିରେ ଧର୍ମେନ୍ଦ୍ର

କଳାହାଣ୍ଡି(ରାଜକୁମାର ସିଂହଦେଓ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି ଜିଲ୍ଲାର ତିନିଟି ସ୍ଥାନରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି। ଜୁନାଗଡ଼ ନିର୍ବାଚନମଣ୍ଡଳୀର ବୃନ୍ଦାବାହାଲରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଧର୍ମେନ୍ଦ୍ର। ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବର୍ଷିବା ସହ କାଳିଆ ଯୋଜନାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସେମାନଙ୍କ ସମ୍ପର୍କୀୟ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି। ଏହି […]

  • Tuesday, 20 July 2021
ffd
ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ୍

ସମ୍ବଲପୁରର(ସଞ୍ଜୟ ଜେନା): ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ୍ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ନୀତେଶ ଗଙ୍ଗଦେବ। ନଳିନୀ ଅଫିସ୍ ଅଫ୍ ପ୍ରଫିଟ୍‌ରେ ଥିବା ସେ ଅଭିଯୋଗ କରିଛନ୍ତି। ନୀତେଶ ଗଙ୍ଗଦେବଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚିଛି। ଆଜିର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆସନ୍ତାକାଲିକୁ ଘୁଞ୍ଚିଛି। କାଲି ଦିନ ୧୦ଟା ୪୫ରେ ରିଟର୍ଣ୍ଣିଂ ଅଫିସର ଶୁଣାଣି କରିବେ।

  • Tuesday, 20 July 2021
g
ବିଜେଡି ବିରୋଧରେ କମିଶନରେଟ୍ ପୁଲିସ୍ ପାଖରେ ବିଜେପିର ଅଭିଯୋଗ

ଭୁବନେଶ୍ୱର: ପ୍ରାଧିକୃତ ଦଳୀୟ ପୋଷ୍ଟର୍ ଓ ହୋର୍ଡିଂ ବିକୃତ କରିବା ନେଇ ଭୁବନେଶ୍ୱର କମିଶନରେଟ ପୁଲିସ୍ ପାଖରେ ଅଭିଯୋଗ କରିଛି ବିଜେପି। ଭୁବନେଶ୍ୱର ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଲାଗିଥିବା ଦଳୀୟ ପୋଷ୍ଟର୍ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହୋର୍ଡିଂରେ ପଳାତକ ନିରବ ମୋଦି ଏବଂ ବିଜୟ ମାଲ୍ୟାଙ୍କ ଫଟୋ ଲଗାଇ ବିକୃତ କରାଯାଇଛି। ଏଭଳି କରି ଦଳ ଏବଂ ବୈଜୟନ୍ତଙ୍କ ଭାବମୂର୍ତ୍ତି ନଷ୍ଟ କରାଯାଇଛି ବୋଲି ଦଳ ଅଭିଯୋଗ କରିଛି। ଏଭଳି କାର୍ଯ୍ୟ ଆଇପିସିର […]

  • Tuesday, 20 July 2021
v
ଲଙ୍କାରେ ହରିଶବ୍ଦ ଭଳି ବିଜେଡିର ମହିଳା ସଶକ୍ତିକରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର: ମହିଳା ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ମହିଳା ସଶକ୍ତିକରଣ କଥା କହିବା ଲଙ୍କାରେ ହରି ଶବ୍ଦ ଭଳି, କହିଛନ୍ତି ଧର୍ମେନ୍ଦ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ଦିନରେ ଘଟିଥିବା ପିପିଲି ନାବାଳିକା ଦୁଷ୍କର୍ମ ଓ କୁନ୍ଦୁଲି ଘଟଣା ଲୋକେ ଆଜି ବି ଭୁଲି ନାହାନ୍ତି। ହେଲେ ପିପିଲି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ବିଧାୟକ ପାଇଁ ଟିକେଟ୍ […]

  • Tuesday, 20 July 2021
dhruba
ଧୃବ ସାହୁଙ୍କ ଟିକେଟ୍ କାଟିବାକୁ ଦାବି କଲେ ଶତାଧିକ ବିଜେଡି କର୍ମୀ

କେନ୍ଦ୍ରାପଡ଼ା (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭାର ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ତେଜିବାରେ ଲାଗିଛି। ତାଙ୍କର ଟିକେଟ୍‌ କାଟିବାକୁ ଦାବି କରି ରାଜନଗର ଏବଂ ପଟ୍ଟାମୁଣ୍ଡାଇ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଆଜି ନବୀନ ନିବାସ ଆଗରେ ପହଞ୍ଚି ହୋହଲ୍ଲା କରିଛନ୍ତି। ମାର୍କଫେଡ ଧାନକିଣା ଦୁର୍ନୀତିରେ ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ସଂପୃକ୍ତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ବଦଳରେ ଅନ୍ୟ କାହାକୁ […]

  • Tuesday, 20 July 2021
sad
ପୁଣି ଜଣେ ବିଜେପି ନେତା ବିଜେଡିରେ ସାମିଲ୍‌

ମୟୂରଭଞ୍ଜ: ନର୍ବାଚନ ଯେତେ ପାଖେଇ ଆସୁଛି ଦଳଗୁଡ଼ିକ ମଧ୍ୟରେ ଦଳଡିହାଁ ପର୍ବ ସେତେ ଜୋର୍‌ସୋର୍‌ରେ ହେଉଛି। ବିଜେଡିରେ ବିଜେପି ନେତା ଆଉ ବିଜେପିରେ ବିଜେଡି ନେତା ସାମିଲ୍‌ ହେଉଛନ୍ତି। ଏବେ ପୁଣି ଜଣେ ବିଜେପି ନେତା ଆଜି ବିଜେଡିରେ ସାମିଲ୍‌ ହୋଇଛନ୍ତି। ସେ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ସାରସକଣାର ବିଜେପି ନେତା ରାମ କୁମାର ସୋରେନ୍। ରାମ କୁମାର ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ୍ ହୋଇଛନ୍ତି। ସେ ବିଜେପି ଏସ୍‌ଟି ମୋର୍ଚ୍ଚାର ସଭାପତି […]

  • Tuesday, 20 July 2021
bjp
କଟକ ରାଜନୀତି ସରଗରମ

କଟକ: ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲକୁ ନେଇ ଆଜି କଟକ ରାଜନୀତି ଭାରି ଗରମ ଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। କଟକ-ବାରବାଟୀ ପାଇଁ ବିଜେପିର ସମୀର ଦେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହିପରି କଂଗ୍ରେସରୁ ମହମ୍ମଦ ମୋକିମ ନାମାଙ୍କନପତ୍ର ଦାଖଲ କରିଥିଲେ। କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି ଓ କଟକ ସଦର […]

  • Tuesday, 20 July 2021
Bolangir
ବଲାଙ୍ଗିରରେ ପ୍ରାକ୍‌ ନିର୍ବାଚନୀ ହିଂସା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଆସନ୍ତା ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ହେବାକୁ ଥିବାବେଳେ ବଲାଙ୍ଗିରରେ ରାଜନୈତିକ ହିଂସା ଦେଖାଦେଇଛି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଥିବା ବିଜେଡି ଅଫିସ୍‌ରେ ପଶି କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବିଜେଡିର ପ୍ରଫୁଲ୍ଲ ମେହର ନାମକ ଜଣେ କର୍ମୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବଲାଙ୍ଗିର ବିଜେଡି ବିଧାୟକ […]

  • Tuesday, 20 July 2021
modi
୧୬ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’

ଭୁବନେଶ୍ୱର: ଦିନକ ପରେ ଅର୍ଥାତ୍ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏୟାରପୋର୍ଟରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ସେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ମୋଦି ଏହି ରୋଡ୍‌ ଶୋ’ ଏୟାରପୋର୍ଟରୁ ବାହାରି ଗଙ୍ଗନଗର, ଓୟୁଏଟି, ଶିରିପୁର ଛକ, ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡାରେ ଏକ ବିରାଟ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ମୋଦିଙ୍କ ଗସ୍ତ ପାଇଁ ବ୍ଲୁ-ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। […]

  • Tuesday, 20 July 2021
jual
ବିଜେପିକୁ ଫେରିବାକୁ ଦିଲୀପ ରାୟଙ୍କୁ ଜୁଏଲଙ୍କ ଅନୁରୋଧ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲୀପ ରାୟ ଖୁବଶୀଘ୍ର ବିଜେପିକୁ ଫେରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନୁରୋଧ କରିଛନ୍ତି। ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ  ଜୁଏଲ କହିଛନ୍ତି,“ରାଉରକେଲାର ସ୍ୱାର୍ଥ ପାଇଁ ଦିଲୀପ ରାୟଙ୍କ ମୁଖ୍ୟ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ନେଇଛନ୍ତି। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଜୋରସୋରରେ ଚାଲିଛି। ଦାବି ପୂରଣ ହୋଇଥିବାରୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି […]

  • Tuesday, 20 July 2021
hinjili
ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ

ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଯିବା ବାଟରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍ ନଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି ସମର୍ଥକ ଧମକାଇଥିବା ଧବଳପୁର ମଣ୍ଡଳ ବିଜେପି ସଭାପତି ସଞ୍ଜୟ ପ୍ରଧାନ […]

  • Tuesday, 20 July 2021
dharmendra
ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନାହାନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନଥିବା କହି ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି। ଭଞ୍ଜନଗରର ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ସେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,“ଉଭୟ ବିକ୍ରମ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅପରାଧିକ ଓ ଚିଟ୍‌ଫଣ୍ଡ ମାମଲା ରହିଛି।” ଏଥିସହ ବ୍ରହ୍ମପୁରରେ ଅପରାଧୀ ଓ ମଦ ମାଫିଆଙ୍କ ପୃଷ୍ଠପୋଷକତାର ନାଁ ନବୀନ ବୋଲି କହି ଧର୍ମେନ୍ଦ୍ର କଡ଼ା ଭାଷାରେ […]

  • Tuesday, 20 July 2021
cmo
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ସହିତ ଏଥିମଧ୍ୟରେ ଥିବା ୩୫ ବିଧାନସଭା ଆସନ ପାଇଁ ଭୋଟ୍‌ ହେବ। ଲୋକସଭା ଆସନ ଗୁଡ଼ିକ ହେଲା-ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା। ତେଣୁ ବିଭିନ୍ନ ଦଳର ପ୍ରାର୍ଥୀ ଘରକୁ ଘର ସାହିକୁ ସାହି ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ସେହିପରି  ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା […]

  • Tuesday, 20 July 2021
Baijayant-Panda
ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି ବିଜେଡି: ବୈଜୟନ୍ତ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଥିବା ମିଥ୍ୟା ସତ୍ୟପାଠ ଅଭିଯୋଗ ଉପରେ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ବିଜେଡି ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି। ଏମିତିକି ମୋ ପୂର୍ବ ସତ୍ୟପାଠରେ ଆୟର ଉତ୍ସ ସମ୍ପର୍କରେ ସବିଶେଷ ତଥ୍ୟ ସଂଲଗ୍ନ କରାଯାଇଥିଲା। ଯେଉଁଥିପାଇଁ ଅଦାଲତ ଏ ସମ୍ପର୍କିତ ମାମଲା ଉପରେ ରହିତାଦେଶ ଜାରି କରିଥିଲେ। ବିଜେଡିରୁ ଗତ ୧୮ବର୍ଷ ଧରି ସାଂସଦ ଥିବାବେଳେ […]

  • Tuesday, 20 July 2021
sonali
ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ନେତ୍ରୀ ସୋନାଲି ସାହୁ

ଭୁବନେଶ୍ୱର: ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି ବୋଲି କହିଛନ୍ତି। ଦଳ ଯେଉଁ ଦାୟିତ୍ୱ ଦେବ ତାହା ସେ ସୂଚାରୁ ରୂପେ ପାଳନ କରିବେ ବୋଲି କହିଛନ୍ତି। ଟିକେଟ୍‌ ବଣ୍ଟାରେ ଅସନ୍ତୋଷ ପ୍ରକାଶ କରି ଗତ ଗୁରୁବାର ସେ କଂଗ୍ରେସରୁ ଇସ୍ତଫା […]

  • Tuesday, 20 July 2021
amit
ଆଜି କେନ୍ଦୁଝର ଆସିବେ ଅମିତ ଶାହ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ କେନ୍ଦୁଝର ଆସି ମେଡିକାଲ କଲେଜ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ। ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଉ ଉଠିଛି। ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ୧୭ ତାରିଖରେ ଅମିତ […]

  • Tuesday, 20 July 2021
8
ଭୁବନେଶ୍ୱରରେ ବିଜେପି ରାଲି ଉପରେ ଆକ୍ରମଣ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(ବିଜେପି)ର ନିର୍ବାନଚୀ ରାଲି ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନୀ ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି। ଏଥି ସହିତ ସେମାନଙ୍କ ପ୍ଲାକାର୍ଡ ମଧ୍ୟ ଫିଙ୍ଗିଦିଆଯଆଇଛି। ଭୁବନେଶ୍ୱର(ମଧ୍ୟ)ରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଏହି ଅଭିଯୋଗ କରିଛନ୍ତି। ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କ ଉପରେ ଆକ୍ରମଣ ହୋଇଥିବା କହିଛନ୍ତି। ସେପଟେ ଏହି […]

  • Tuesday, 20 July 2021
samir
ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବିଜେପିର ଚିକିଟି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୮୨ ନମ୍ବର ବୁଥ୍‌ରେ ତାଙ୍କୁ ମାଡ଼ ମରାଯାଇଥିବା ବିଜେପି ଅଭିଯୋଗ କରିଛି। ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପ ସଭାପତି ସମୀର ମହାନ୍ତି ଏହି ଅଭିଯୋଗ କରିଛନ୍ତି। ଏନେଇ ସମୀର ମହାନ୍ତି କହିଛନ୍ତି,“ ଚିକିଟି ନିର୍ବାଚନମଣ୍ଡଳୀର ଅନେକ ବୁଥ୍‌ରେ ରିଗିଂ ହୋଇଛି। ୧୮ଟି ବୁଥ୍‌ରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ଦିଆଯାଇନି। କୋରାପୁଟ […]

  • Tuesday, 20 July 2021
5
ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ୩ ଦଳରେ ଚାଲିଛ ଅଙ୍କ କଷା

ଭୁବନେଶ୍ୱର: ସରିଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜର ଦମ୍ଭ ଦେଖାଇବା ଆରମ୍ଭ କରିଦେଇଛନ୍ତି। ସରକାରରେ ଥିବା ବିଜେଡି ପୂର୍ବ ପ୍ରଦର୍ଶନ ଠାରୁ ଆହୁରି ଭଲ କରିବ ବୋଲି କହିଥିବା ବେଳେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟ ନିଜ ଦମ୍ଭ ଦେଖାଇଛନ୍ତି। ରାଜ୍ୟରେ ଗଲା ୪ ପାଳି ହେଲା ସରକାର ଗଢ଼ିଥିବା ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ୪ ରୁ ୪ ଲୋକସଭା ଏବଂ […]

  • Tuesday, 20 July 2021
bjp
ବିଜେଡିକୁ କଡ଼ା ଜବାବ ଦେଲେ ବୈଜୟନ୍ତ

ଭୁବନେଶ୍ୱର: କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ଓ ମିଛ କହିଥିବା ନେଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଣିଥିବା ଅଭିଯୋଗର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି,” ମୁଁ କାହାକୁ ଠକିଛି, ବେଇମାନି କରିଛି,ଲୋକଙ୍କ ପାଇଁ କାମ କରିଛି ନା ନାହିଁ ଓ ସେମାନଙ୍କ ସୁଖଦୁଃଖରେ ଠିଆ ହୋଇଛି ନା ନାହିଁ ତାହା କେନ୍ଦ୍ରାପଡ଼ାବାସୀ କହିବେ।” ଅନ୍ୟପକ୍ଷରେ ବିଜୁ ବାବୁଙ୍କ ୫୦ ବର୍ଷର ଘନିଷ୍ଠ ସହଯୋଗୀ ତଥା ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ […]

  • Tuesday, 20 July 2021
4
ବିଜେପିରେ ମିଶିଲେ ମୟୂରଭଞ୍ଜ ମହାରାଣୀ

ବାରିପଦା (ମାଣିକ ଲାଲ ପାଣି): ବିଜେପିରେ ମିଶିଲେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ। ତାଙ୍କ ସହିତ ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଉଭୟଙ୍କୁ ସ୍ୱାଗତ କରାଯାଇଛି। ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବେ ରାଜ ପରିବାରର ଏହି ଦୁଇ ସଦସ୍ୟ। ପୂର୍ବରୁ ମୟୂରଭଞ୍ଜର ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ କହିଛନ୍ତି,“ମୟୂରଭଞ୍ଜ ପ୍ରଜାଙ୍କ ପାଇଁ […]

  • Tuesday, 20 July 2021
vote
ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଜାରି: ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ୨୫ ପ୍ରତିଶତ, ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ୨୧ ପ୍ରତିଶତ, କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୨୩ ଓ […]

  • Tuesday, 20 July 2021
2
ଗଞ୍ଜାମରେ ଜୋର୍‌ଦାର ପ୍ରଚାର କରୁଛନ୍ତି ନବୀନ

ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କ ପ୍ରିୟଭାଜନ ହୋଇ ପୁଣି ଥରେ ବଜୟୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ୟାପକ ମାତ୍ରାରେ ପ୍ରଚାର ପ୍ରସାର ଚଳାଇଛନ୍ତି। ଏହି ଧାରାରେ ଆଜି ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ସାଙ୍ଗକୁ ନିର୍ବାଚନୀ ସଭା ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ବାହାରି ନବୀନ ସାନଖେମୁଣ୍ଡିର ମୋହନାଳ ବ୍ଲକ ଅଫିସ ପାଖ ପଡ଼ିଆରେ ଓହ୍ଲାଇଥିଲେ। ପରେ ସେଠାରୁ ରୋଡ୍ […]

  • Tuesday, 20 July 2021
1
ମହିଳା ଦେଇଛନ୍ତି ଅଧିକ ଭୋଟ୍

ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ୍ ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା  ଏବଂ ୨୮ଟି ବିଧାନସଭା ଆସନରେ ମୋଟ୍ ୧୦୦% ମତଦାତାଙ୍କ ମଧ୍ୟରୁ ୭୩.୭୬% ନିଜର ମତ ସାବ୍ୟସ୍ତ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇସି) ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ଖବର ଅନୁସାରେ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ସର୍ବାଧିକ ୭୮.୮୯ % ରହିଛି। ଏହା ପଛକୁ କଳାହାଣ୍ଡିରେ ୭୫.୮୨%, ବ୍ରହ୍ମପୁରରେ ୬୫.୫୭% ଓ କୋରାପୁଟରେ ୭୪.୭୭% ନାଗରିକ ନିଜର ମତ […]

  • Tuesday, 20 July 2021
bjp
ବିଜେପି ସରକାର ଆସିଲେ କେନ୍ଦୁଝରରେ ପ୍ରତିଷ୍ଠା ହେବ ଆଉ ଗୋଟିଏ ମେଡିକାଲ କଲେଜ: ଶାହ

ଭୁବନେଶ୍ୱର: କେନ୍ଦୁଝର ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବର୍ଷିଛନ୍ତି। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ ନିକମା ସରକାର ବୋଲି ଶାହ କହିଛନ୍ତି। ସେ କହିଛନ୍ତି,“୧୯ ବର୍ଷ ଧରି କ୍ଷମତାରେ ଥିବା ସରକାର ରାଜ୍ୟର ବିକାଶ ପାଇଁ କିଛି କରି ନାହାନ୍ତି। ତେବେ ବିଜେପି ସରକାର ଆସିଲେ କେନ୍ଦୁଝର ସମେତ ସାରା ରାଜ୍ୟର ବିକାଶ ହେବ। ଖଣିଜ ସଂପଦ ଭରପୁର କେନ୍ଦୁଝର […]

  • Tuesday, 20 July 2021