Advertisment

ବିଜେପି ଆଣିଲା ସାଂଘାତିକ ଅଭିଯୋଗ- ମିଛ ବାହାନା କରି ମେଡିକାଲରେ ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କ୍ୟାପିଟାଲ ହସ୍ପିଟାଲ୍‌ରେ ମିଛ ବାହାନା କରି ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି କିଛି ଏଭଳି ଅଭିଯୋଗ କରିଛି ବିଜେପି। ଗିରଫ ହେବା ପରେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲ୍‌ରେ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MLA Prashant Jagdev

MLA Prashant Jagdev

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ୍‌ରେ ମିଛ ବାହାନା କରି ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି କିଛି ଏଭଳି ଅଭିଯୋଗ କରିଛି ବିଜେପି। ଗିରଫ ହେବା ପରେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲ୍‌ରେ ଅଛନ୍ତି।

Advertisment

କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥାଇ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିକିତ୍ସା ଦିଆଯାଉଛି। ହସ୍ପିଟାଲ୍‌ରେ ବେଆଇନ ଭାବେ ତାଙ୍କୁ ଆସି କର୍ମୀ ଭେଟୁଛନ୍ତି। ଏଭଳି ଅହେତୁକ ଅନୁକମ୍ପା କାହିଁକି ପ୍ରଶାନ୍ତ ଜଗଦେବଙ୍କୁ ଦେଖାଯାଉଛି, ସେନେଇ ବିଜେପି ପ୍ରଶ୍ନ ଉଠାଇଛି।  ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ଦେଇଛି ବିଜେପି।

Advertisment

ଅନ୍ୟପକ୍ଷେ, ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଆଣିଥିବା ଅଭିଯୋଗ ମିଛ। ପ୍ରଶାନ୍ତ ଜଗଦ୍ଦେବଙ୍କ ହୃଦ୍‌ ଜନିତ ସମସ୍ୟା ରହିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି। ବିଧାୟକଙ୍କୁ ଯେଉଁମାନେ ଭେଟୁଛନ୍ତି ସେମାନଙ୍କ ରେକର୍ଡ ପୋଲିସ୍ ପାଖରେ ରହୁଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

ସୂଚନାଥାଉ କି, ଗତ ୮ ତାରିଖ ଦିନ ଜାମିନ୍ ନାମଞ୍ଜୁର ହେବା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯାଇଥିଲା। ହେଲେ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବାଲୁଗାଁରେ ବିଜେପି ନେତାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଥିଲେ। 

MLA Prashant Jagdev Chilika MLA Prashant Jagdev
Advertisment
Advertisment