Advertisment

ଦଳ ଛାଡିବେ କି ଜୟରାମ୍ ପାଙ୍ଗି!

ଜୟରାମ ପାଙ୍ଗି କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ଜଣେ ବରିଷ୍ଠ ଓ ଟାଣୁଆ ନେତା। ବିଜେଡିରୁ ସାଂସଦ ଏବଂ ପରେ ଗତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ।

author-image
Otv Khabar Bureau

ବିଜେପି ଛାଡ଼ିବେ କି ବରିଷ୍ଠ ନେତା ଜୟରାମ ପାଙ୍ଗି ? ପରୋକ୍ଷରେ ଦଳ ଛାଡ଼ିବା ନେଇ ସେ ଇସାରା ଦେଇଛନ୍ତି। ଗତ ୪୪ ବର୍ଷ ଧରି ସେ ରାଜନୀତି କରୁଛନ୍ତି। କିନ୍ତୁ ଏବେ ବି ଅନେକ ଅଧୁରା କାମ ରହିଗଲା। ଲୋକଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ଏବେ ବି ପହଞ୍ଚି ପାରିଲାନି। ତେଣୁ ସେ ଆଉ ରାଜନୀତି କରିବାକୁ ଚାହୁଁନାହାନ୍ତି। ବରଂ ବିନା କୌଣସି ଦଳରେ ରହି ଆଦିବାସୀଙ୍କ ପାଇଁ କାମ କରିବେ ବୋଲି ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି। 

Advertisment
BJP Former MP Jayaram Pangi
Advertisment
Advertisment