Advertisment

ବିଜେଡି ଜିତିଲା ପିପିଲି ବାଜି

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Rudra  Maharathy won Pipili Byelection

Rudra Maharathy won Pipili Byelection

ପୁରୀ: ଉପନିର୍ବାଚନରେ ଲଗାତର ଅପରାଜେୟର ଧାରା। ପିପିଲିରେ ବିଜେଡିର ବଡ଼ ବିଜୟ। ମହାରଥୀଙ୍କ ଗଡ଼ରେ ପୁଣି ଶଙ୍ଖନାଦ। ଉତ୍ସବମୁଖର ବିଜେଡି କ୍ୟାଂପ୍। ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ। ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଜିତିଲେ ପିପିଲି ଉପନିର୍ବାଚନ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇଲେ ରୁଦ୍ର। ଆଶ୍ରିତଙ୍କୁ ୨୦ ହଜାର ୯୧୬ ଭୋଟରେ ରୁଦ୍ର ହରାଇଛନ୍ତି। ରୁଦ୍ର ମହାରଥୀ ପାଇଛନ୍ତି ୯୬ ହଜାର ୩୯୨ ଭୋଟ। ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୭୫ ହଜାର ୭୭୦ ଭୋଟ। କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ମହାପାତ୍ର ବିଶ୍ୱକେଶନ ମାତ୍ର ୪୨୩୭ ଭୋଟ ପାଇ ଅମାନତ ହରାଇଛନ୍ତି। ରୁଦ୍ରଙ୍କ ଏହି ବିଜୟ ପରେ ବିଜେଡି ନେତା ଓ କର୍ମୀମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। 

Advertisment

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା। ପିପିଲି ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ। ଯାହାର ଫଳ ଆଜି ପ୍ରକାଶ ପାଇବ। 

ପିପିଲି ଜନାଦେଶ ଇତିହାସ:

୧୯୮୫ରୁ ୨୦୧୯ ମଧ୍ୟରେ ୭ ଥର ଜିତିଥିଲେ ପ୍ରଦୀପ ମହାରଥୀ
୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟ୍‌ରେ ଜିତିଥିଲେ
୧୯୯୫ରେ କଂଗ୍ରେସରୁ ଜିତିଥିଲେ ଯୁଧିଷ୍ଠିର ସାମନ୍ତରାୟ

Advertisment

୨୦୧୪ରେ ପିପିଲି ଫଳାଫଳ
୨୦୧୪ରେ ୮୨,୫୫୦ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ ମହାରଥୀ
୨୦୧୪ରେ ୪୯,୦୭୬ ଭୋଟ୍ ପାଇଥିଲେ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ
୨୦୧୪ରେ ବିଜେଡିକୁ ମିଳିଥିଲା ୫୧.୧୯ ପ୍ରତିଶତ ଭୋଟ୍
୨୦୧୪ରେ କଂଗ୍ରେସକୁ ମିଳିଥିଲା ୩୦.୪୩ ପ୍ରତିଶତ ଭୋଟ୍

୨୦୧୯ରେ ପିପିଲି ଫଳାଫଳ

୨୦୧୯ରେ ୮୮, ୫୧୮ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ ମହାରଥୀ
୨୦୧୯ରେ ୭୮, ୭୩୧ ଭୋଟ୍ ପାଇଥିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ
୨୦୧୯ରେ ବିଜେଡିକୁ ମିଳିଥିଲା ୫୦.୬୬ ପ୍ରତିଶତ ଭୋଟ୍
୨୦୧୯ରେ ବିଜେପିକୁ ମିଳିଥିଲା ୪୧.୬୨ ପ୍ରତିଶତ ଭୋଟ୍

Odisha BJD Pipili ByElection
Advertisment
Advertisment