Advertisment

ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବାକୁ ନାରାବାଜି

ଜଣେ କଂଗ୍ରେସ କର୍ମୀ କହିଛନ୍ତି ଯେ ଦିନେ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଚାକିରି ଛାଡ଼ି ଏହି ଦଳରେ ଯୋଗ ଦେଇଥିଲି। ଏବେ ଆଉ କଂଗ୍ରେସ ଆଉ ସେଭଳି ନାହିଁ। ବର୍ତ୍ତମାନ କଂଗ୍ରେସ କିଛି ଲୋକଙ୍କ ଦ୍ୱାରା ପରିଚାଳିତ।

author-image
Chandan Shishu
Congress workers shout slogans outside party head office

Congress workers shout slogans outside party head office

ଭୁବନେଶ୍ୱର: କଂଗ୍ରେସ ଭବନରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କ ନାରାବାଜି। ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବାକୁ ନାରାବାଜି। ଗୋଟିଏ ପଟେ ପିପିଲି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ଅବସ୍ଥା, ଅନ୍ୟପଟେ ମୁଖିଆଙ୍କୁ ହଟାଇବା ଦାବିରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କ ହୋହଲ୍ଲା। ଆଜି ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କଂଗ୍ରେସ ଭବନରେ। ଆଜି ଅପରାହ୍ନରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବାକୁ ନାରାବାଜି ଦେଇଥିଲେ।

Advertisment

ଏଠାରେ ଉପସ୍ଥିତ ଥିବା ଜଣେ କଂଗ୍ରେସ କର୍ମୀ କହିଛନ୍ତି ଯେ- କଂଗ୍ରେସ ପ୍ରତି ଅବଦାନ ଥିବା କର୍ମୀଙ୍କୁ ଅଣଦେଖା କରାଯାଉଛି।  ନିର୍ବାଚନରେ ହାର ଜିତ୍ ଅଛି ସତ କିନ୍ତୁ କଂଗ୍ରେସ ପରାଜୟଠୁ ବି ତଳ ସ୍ତରକୁ ପଳେଇଛି। ବର୍ତ୍ତମାନ କଂଗ୍ରେସ ଲଢେଇ କରୁନାହିଁ ବରଂ ଅନ୍ୟ ଦଳ ସହ ସାଲିସ କରୁଛି। ଏପରିକି କଂଗ୍ରେସକୁ ବିକ୍ରି କରିଦେଉଛନ୍ତି। ସେଥିପାଇଁ ଆମେ ପିସିସି ସଭାପତିଙ୍କ ବିରୋଧରେ ଏକଜୁଟ ହୋଇଛୁ। ବର୍ତ୍ତମାନର ପିସିସି ପଦରୁ ନିରଞ୍ଜନଙ୍କୁ ହଟାଯାଇ ଯୋଗ୍ୟ ପ୍ରାର୍ଥୀ ଆସିଲେ କଂଗ୍ରେସ ଆଗକୁ ଯାଇପାରିବ।  

ସେହିପରି ଅନ୍ୟ ଜଣେ କଂଗ୍ରେସ କର୍ମୀ କହିଛନ୍ତି ଯେ ଦିନେ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଚାକିରି ଛାଡ଼ି ଏହି ଦଳରେ ଯୋଗ ଦେଇଥିଲି। ଏବେ ଆଉ କଂଗ୍ରେସ ଆଉ ସେଭଳି ନାହିଁ। ବର୍ତ୍ତମାନ କଂଗ୍ରେସ କିଛି ଲୋକଙ୍କ ଦ୍ୱାରା ପରିଚାଳିତ। ନିଜର ସ୍ୱାର୍ଥ ହାସଲ କରିବାକୁ ଯାଇ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ବିକିଦେଲେ। ପିପିଲି ପରିସ୍ଥିତି ପାଇଁ ନିଜେ ପିସିସି ସଭାପତି ଦାୟୀ'। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।  

Advertisment
Odisha Congress Pcc
Advertisment
Advertisment