Advertisment

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଛି: ବିଜେପି

ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

author-image
Chandan Shishu
ପଞ୍ଚାୟତିରାଜ ବିଭାଗ

ପଞ୍ଚାୟତିରାଜ ବିଭାଗ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ନେଇ ତେଜୁଛି ରାଜନୀତି। ସଂରକ୍ଷଣ ପ୍ରକ୍ରିୟା ଏବଂ ଆଇନରେ ତ୍ରୁଟି ରହିଥିବା ବିଜେପି ଅଭିଯୋଗ କରିଛି। ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରତ ବିଶ୍ୱାଳ କହିଛନ୍ତି, ୨୭ ପ୍ରତିଶତ ଭିତରେ ସଂରକ୍ଷଣ ରହିବ ବୋଲି ସରକାର କହୁଛନ୍ତି। ହେଲେ ସର୍ବନିମ୍ନ କେତେ ତାହା ସ୍ପଷ୍ଟ କରିନାହାଁନ୍ତି। ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କହୁଥିଲେ ବି ବହୁ କମ ରହିଛି। ଏହି ଆଧାରରେ କେତେ ସଂରକ୍ଷଣ ଦିଆଯାଇଛି ଜନସାଧାରଣଙ୍କ ଆଗରେ ସରକାର ତଥ୍ୟ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।

Advertisment

ସେପଟେ କଂଗ୍ରେସ କହିଛି, ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଛି। ବିଜେପି ଓ କଂଗ୍ରେସର ଅଭିଯୋଗ ନେଇ ବିଜେଡି ଉପସଭାପତି ଶଶୀଭୂଷଣ ବେହେରା କହିଛନ୍ତି, ବିଧି ବ୍ୟବସ୍ଥା ଅନୁସାରେ ପଂଚାୟତ ଅଫିସର ଘୋଷଣା କରିଛନ୍ତି। ପଞ୍ଚାୟତ ପାଇଁ ଯେପରି ସଂଶୋଧନ ବ୍ୟବସ୍ଥା ଥିଲା ଅନୁରୂପ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମଧ୍ୟ ସଂଶୋଧନ ବ୍ୟବସ୍ଥା ରହିଛି।

ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଆଇନରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

Advertisment
BJD BJP Congress Panchayat Election Reservation
Advertisment
Advertisment