Advertisment

ସଭାପତି ଥିବା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ: ନିରଞ୍ଜନ

ଗତ ୩ ତାରିଖରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନାରାବାଜି ଦେଇଥିଲେ। ଗୋଟିଏ ପଟେ ପିପିଲି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ, ଅନ୍ୟପଟେ ମୁଖିଆଙ୍କୁ ହଟାଇବା ଦାବିରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ହୋହଲ୍ଲା କରିଥିଲେ।

author-image
Chandan Shishu
PCC President  Niranjan Pattnaik

PCC President Niranjan Pattnaik

ଭୁବନେଶ୍ୱର: AICC ନିଷ୍ପତ୍ତି ନନେଲା ଯାଏଁ ସଭାପତି ରହିବି। ଦଳ ଭିତରୁ ଇସ୍ତଫା ନେଇ ଉଠୁଥିବା ଦାବି ପ୍ରସଙ୍ଗରେ ମୁହଁ ଖୋଲି ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କହିଛନ୍ତି ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ବହୁ ଦିନ ହେବ ସଭାପତି ରହିଲିଣି, ପରିବର୍ତ୍ତନ ହୋଇପାରେ। ଦଳରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ସଭାପତି ହେବା ପାଇଁ AICC  ପଚାରିଲେ ମତାମତ ଦେବି କିନ୍ତୁ ଯେଉଁ ପର୍ଯ୍ୟନ୍ତ ସଭାପତି ଅଛି ନେତୃତ୍ୱ ନେଉଥିବି। ସଭାପତି ଥିବା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ ବୋଲି କହିଛନ୍ତି ନିରଞ୍ଜନ।

Advertisment

ଗତ ୩ ତାରିଖରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନାରାବାଜି ଦେଇଥିଲେ। ଗୋଟିଏ ପଟେ ପିପିଲି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ, ଅନ୍ୟପଟେ ମୁଖିଆଙ୍କୁ ହଟାଇବା ଦାବିରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ହୋହଲ୍ଲା କରିଥିଲେ। 

ସେଠାରେ ଉପସ୍ଥିତ କଂଗ୍ରେସ କର୍ମୀ ଅଭିଯୋଗ ଥିଲା ଯେ କଂଗ୍ରେସ ପ୍ରତି ଅବଦାନ ଥିବା କର୍ମୀଙ୍କୁ ଅଣଦେଖା କରାଯାଉଛି।  ନିର୍ବାଚନରେ ହାର ଜିତ୍ ଅଛି ସତ କିନ୍ତୁ କଂଗ୍ରେସ ପରାଜୟଠୁ ବି ତଳ ସ୍ତରକୁ ପଳେଇଛି। ବର୍ତ୍ତମାନ କଂଗ୍ରେସ ଲଢେଇ କରୁନାହିଁ ବରଂ ଅନ୍ୟ ଦଳ ସହ ସାଲିସ କରୁଛି। ଏପରିକି କଂଗ୍ରେସକୁ ବିକ୍ରି କରିଦେଉଛନ୍ତି। ସେଥିପାଇଁ ଆମେ ପିସିସି ସଭାପତିଙ୍କ ବିରୋଧରେ ଏକଜୁଟ ହୋଇଛୁ। ବର୍ତ୍ତମାନର ପିସିସି ପଦରୁ ନିରଞ୍ଜନଙ୍କୁ ହଟାଯାଇ ଯୋଗ୍ୟ ପ୍ରାର୍ଥୀ ଆସିଲେ କଂଗ୍ରେସ ଆଗକୁ ଯାଇପାରିବ    

Advertisment
Congress Niranjan Pattnaik Pcc
Advertisment
Advertisment