୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳିନାହିଁ । ୨୦୧୭ରେ ପଛୁଆ ବର୍ଗଙ୍କ ଲାଗି ୨୩୬ ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହା ୧୦୪କୁ ଖସି ଆସିଛି ।
ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ଜଗତସିଂହପୁର ଜିଲ୍ଲାର ଏଇ ବର୍ଷୀୟାନ ରାଜନେତା ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । ବିଜୁବାବୁଙ୍କୁ ଟକ୍କର ଦେଇ ସେ ପରେ ତାଙ୍କର ଅତି ବିଶ୍ୱସ୍ତ ହୋଇପାରିଥିଲେ । ରାଜନୀତିର ଅଙ୍କାବଙ୍କା ରାସ୍ତାରେ ଏମିତି ଥିଲା ଉମେଶଙ୍କ ଯାତ୍ରା ।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ।
ମମିତା ହତ୍ୟା ମାମଲାରେ ମୋର କୌଣସି ସମ୍ପର୍କ ନାହିଁ : ଦିବ୍ୟଶଙ୍କର ମିଶ୍ର…
ଫେବ୍ରୁଆରିରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି.. ନିର୍ଭୁଲ ଭୋଟର ତାଲିକା ବା ନିଜର ଭୋଟ୍ ପରିଚୟ ପତ୍ର କରିବା ଲାଗି ଅନଲାଇନ୍ ଆବେଦନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି.
ରାଜ୍ୟସଭା ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା ପୁରା ହୋଇନାହିଁ । କିନ୍ତୁ ସେଥିପାଇଁ ମୋ ମନରେ ଦୁଃଖ ନାହିଁ । କିନ୍ତୁ ଏଥିପାଇଁ ମୁଁ ଖୋସାମତ କରିବି ନାହିଁ ଏପରି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ।
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍, ଦେଶ ପାଇଁ ଲଢ଼ିଛନ୍ତି ।
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ଦଳରେ ଅସନ୍ତୁଷ୍ଟ ଅଛନ୍ତି କି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ? ଦଳୀୟ କାର୍ଯ୍ୟକଳାପରେ ସେ ଅସନ୍ତୁଷ୍ଟ ନେଇ ଆଭାସ ମିଳିଛି।
ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଇ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି।
ମମିତା ମେହେର ହତ୍ୟା ମାମଲାରେ ଆସିଥିବା ସମସ୍ତ ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍ଘାତରେ ଉମେଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା। ୬୭୯୪ ପଞ୍ଚାୟତରେ ହେବ ଭୋଟ। ଏଥିରେ କେତୋଟି ୱାର୍ଡ୍ ରହିଛି ଏବଂ ଗତ ନିର୍ବାଚନ ଠାରୁ କେତେ ଭିନ୍ନ ଦେଖନ୍ତୁ
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ଆଉ ପାଦେ ବଢ଼ିଲେ ରାଜ୍ୟ ନିର୍ବାଚନ ଆୟୋଗ । ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା । ଏହି ଅନୁଯାୟୀ, ୬ ହଜାର ୭୯୪ ପଂଚାୟତରେ ହେବ ଭୋଟ୍ ଯେଉଁଥିରେ ରହିଛି ମୋଟ୍ ୯୧ ହଜାର ୯୧୬ଟି ଓ୍ୱାର୍ଡ ।
କଂଗ୍ରେସିଆଙ୍କ ବନ୍ଦ ବେଳେ ହଠାତ୍ ଗାଡ଼ି ଆଡ଼କୁ ମାଡ଼ିଗଲେ ଭାଲୁ ଭାଇ। ଆଉ ତା’ପରେ ଡ୍ରାଇଭରଙ୍କୁ ଗୁଡ଼ାଏ ତେଲଗୁରେ ଗପିଲେ...ବୁଝାଇ ସୁଝାଇ ଉପମା ଓ ତରକାରୀ ବଢାଇ ଦେଲେ। ଏ ବନ୍ଦ ବେଳେ ଖାଇବାକୁ ଦେଲେ ତାରାରେ ନାରଣ..
ରାଜନେତାଙ୍କୁ ଅଣ୍ଡା ମାଡ଼, ପୋଲିସକୁ ଟମାଟୋ ମାଡ଼, ଛାତ୍ର କଂଗ୍ରେସର ନୂଆ ଷ୍ଟାଇଲ୍
ମାସେରୁ ଅଧିକ ସମୟ ଧରି ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ନା ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି, ନା ମମିତା ହତ୍ୟାର ତଦନ୍ତ ଆଗକୁ ବଢୁଛି।
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିଲା ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରିବାକୁ ପ୍ରସ୍ତାବ ଆସିଛି।
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି.. ଏକ ସାଂଘାତିକ ଅଭିଯୋଗ ଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ହୋଇ ସେ ବିଧାନସଭା ଆସିଲେ ପବିତ୍ର ଗୃହର ଅମର୍ଯ୍ୟାଦା ହେବ.. ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବସେଇ ଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା
ପଞ୍ଚାୟତନ ନିର୍ବାଚନ ଆଗରୁ କଂଗ୍ରେସକୁ ମିଳିଲା ଆଉ ଏକ ଝଟକା.. କଂଗ୍ରେସର ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି।
ରାଗିଗଲେ ବିଧାୟକ ସୁର ରାଉତରାୟ.. ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ବିରୋଧ କରିବାରୁ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହେବା ନେଇ ରାଗିଯାଇଛନ୍ତି ସୁର.. ସେପଟେ ବିଧାୟକ ସାଲୁଜାଙ୍କ ପ୍ରସ୍ତାବକୁ ବି ସେ ସମର୍ଥନ କରିଛନ୍ତି । ଶୁଣନ୍ତୁ ସୁର କଣ କହୁଛନ୍ତି
କଳାପତାକାରୁ ନିସ୍ତାର ନାହିଁ, ଯେଉଁ ଆଡ଼େ ଗଲେ ବି ମନ୍ତ୍ରୀଙ୍କୁ ବିରୋଧୀ ଦେଖାଉଛନ୍ତି କଳାପତାକା
ମମିତା ହତ୍ୟା ମାମଲାରେ ବିଜେପି ନେତା ପ୍ରକାଶ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି.. ସେ କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ବିବୃତ୍ତି ଦେବାକୁ ଯୋଗ୍ୟ ନୁହନ୍ତି ବରଂ କଳାହାଣ୍ଡି ଦାୟିତ୍ୱରେ ଥିବା ଡିଆଇଜି ବିବୃତ୍ତି ଦେବା ଉଚିତ୍। ଏଭଳି ଜଘନ୍ୟ ଅପରାଧର ତଦନ୍ତ ସିବିଆଇକୁ ଦେବାର ଥିଲା.. ଶୁଣନ୍ତୁ ପ୍ରକାଶ ମିଶ୍ରଙ୍କ ପୂରା ପ୍ରତିକ୍ରିୟା..
ମମିତା ହତ୍ୟା ମାମଲାରେ ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହେଉଛି । ଏଭଳି କେସରେ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଏ । କିନ୍ତୁ ଅତି ସମ୍ବେଦନଶୀଳ ଘଟଣା ହୋଇଥିଲେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇ ନାହିଁ । ମୂଳରୁ ଏ କେସ୍ର ଅନୁସନ୍ଧାନ ଭଲରେ ନହେଉ ବୋଲି ଚେଷ୍ଟା କରାଯାଉଛି , ତାହା ବର୍ତ୍ତମାନ ସ୍ପଷ୍ଟ ଜଣାପଡ଼ୁଛି ।
ମମିତା ହତ୍ୟା ମାମଲା ଆରମ୍ଭ ଦିନରୁ ବିରୋଧୀଙ୍କ ପ୍ରତିବାଦର ଅସ୍ତ୍ର ପାଲଟିଛି ଅଣ୍ଡାମାଡ଼ ଦାବି ପୂରଣ ହେଉନଥିବାରୁ କେତେବେଳେ ମନ୍ତ୍ରୀ ତ କେତେବେଳେ ଶାସକ ଦଳ ନେତାଙ୍କୁ କଳାପ଼ତାକା ପ୍ରଦର୍ଶନ ସହ ଟମାଟୋ ଓ ଅଣ୍ଡାମାଡ଼ କରୁଛନ୍ତି ଉଭୟ ବିଜେପି-କଂଗ୍ରେସ୍।