• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଉ ଦିନ କେଇଟା ପରେ କୋଟିଆରେ ତ୍ରିସ୍ତରୀୟ ନିର୍ବାଚନ । ଜୋରସୋରରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ଘରକୁ ଘର ବୁଲି ଲୋକଙ୍କୁ ନିଜ ସପକ୍ଷରେ ମନାଇବାକୁ କରୁଛନ୍ତି ପ୍ରୟାସ । ସେପଟେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଜୋର ଧରିଥିବାବେଳେ ପୁଣିଥରେ ମୁଣ୍ଡ ଖେଳାଇଛି ଆନ୍ଧ୍ର । ସରକାରଙ୍କ ଏଜେଣ୍ଟ ପ୍ରାର୍ଥୀଙ୍କ ତଥ୍ୟ ସଂଗ୍ରହ କରିବା ସହ ଅଂଚଳରେ ଲୋକଙ୍କୁ ଲୁଭାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି ।

କୋଟିଆରେ ଜିଲ୍ଲା ପ୍ରଶାସନ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଥିବାବେଳେ ନିର୍ବାଚନକୁ ଭଣ୍ଡୁର କରିବାକୁ ଚାଲ କରିଛି ଆନ୍ଧ୍ର । ପଟାଙ୍ଗୀ ଅଂଚଳରେ ଆସି ପ୍ରାର୍ଥୀଙ୍କ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରିଛନ୍ତି ଆନ୍ଧ୍ର ସକାରଙ୍କ ଅଫିସର । ରାସ୍ତାକଡ଼ରେ ଲୋକଙ୍କୁ ଡିଜିଟାଲ ସେବା ପ୍ରଦାନ ସହ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଜାରି ରଖିଛନ୍ତି । ଏଭଳି ସବୁ କାର୍ଯ୍ୟ କରି ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ଆନ୍ଧ୍ର ଏଜେଣ୍ଟ ।

ଅନ୍ୟପକ୍ଷରେ କୋଟିଆରେ ପ୍ରଚାର କରୁଥିବାବେଳେ ଆନ୍ଧ୍ରର ଏଭଳି କାମକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରଶାସନ ସଜାଗ ଥିବା କହିଛନ୍ତି ଜିଲ୍ଲାପାଳ । ନୀତି ନିୟମ ଅନୁସାରେ ଏଠାରେ ନିର୍ବାଚନ ହେବ ଯଦି କୌଣସି ଅଭିଯୋଗ ଆସେ ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।

ସେପଟେ ଆନ୍ଧ୍ର ସୀମାନ୍ତ କୋଟିଆ ଅଂଚଳରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର । ଡୋର ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି ପ୍ରାର୍ଥୀ । ଲୋକଙ୍କୁ ପ୍ରବର୍ତ୍ତାଇବାକୁ ଚାଲିଛି ଘରକୁ ଘର ବୁଲି ପ୍ରଚାର । ନିର୍ବାଚନ ରଣାଙ୍ଗନରେ ଜିଲ୍ଲା ପରିଷଦ ପଦବୀ ଲାଗି ଓହ୍ଲାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ମମତା ଜାନି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ମାଧ୍ୟମ ହୋଇ ବିକାଶକୁ ନେଇ ନିର୍ବାଚନ ଲଢିବାକୁ କହିଛନ୍ତି ମମତା । ସେହିପରି କୋଟିଆରେ ପ୍ରଚାର କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ନିଜକୁ କୋଟିଆ ଝିଅ କହି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ଟିକାଇ ।

କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ