Advertisment

ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ଏରିଆ ଛାଡ଼ିବେ ବାହାର ଲୋକ

ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ବୈଠକ କରିଛନ୍ତି। ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି ନେଇ କମିଶନ ଆଲୋଚନା କରିଛନ୍ତି। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ସମୀକ୍ଷା ହୋଇଛି।

author-image
Rajalaxmi Sahoo
Preparation For Odisha Panchayat Elections

Preparation For Odisha Panchayat Elections

ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ବୈଠକ କରିଛନ୍ତି। ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି ନେଇ କମିଶନ ଆଲୋଚନା କରିଛନ୍ତି। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ସମୀକ୍ଷା ହୋଇଛି। ପ୍ରଚାର ସରିବା ପରେ ରାଜନୈତିକ ଦଳର ବ୍ୟକ୍ତି କିମ୍ବା ଅନ୍ୟ ଅଞ୍ଚଳର ଲୋକ ସମ୍ପୃକ୍ତ ପଞ୍ଚାୟତ କିମ୍ବା ଜିଲ୍ଲା ପରିଷଦ ଜୋନ୍‌ରେ ରହି ପାରିବେ ନାହିଁ। ଏନେଇ ରାଜ୍ୟ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି।   

Advertisment

ଆସନ୍ତା ୧୬ରେ ଭୋଟ ଗ୍ରହଣ ଥିବାରୁ ୧୪ ତାରିଖ ସନ୍ଧ୍ୟା ୭ଟାରେ ପ୍ରଚାର ସରିବ। ଏହାପରେ ଅର୍ଥାତ୍‌ ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ସେହି ଅଞ୍ଚଳରେ ବାହାର ବ୍ୟକ୍ତି କିମ୍ବା ବାହାରର ରାଜନେତା ଉପସ୍ଥିତ ରହିପାରିବେ ନାହିଁ। ଯଦି ଉପସ୍ଥିତ ରହିବେ ତେବେ ଏହାକୁ ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରାଯିବ। 

୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୩୦ ଜିଲ୍ଲାର ୭୧ ବ୍ଲକ୍‌, ୨୦୨ ଜିଲ୍ଲା ପରିଷଦ, ୧୬୬୯ ପଞ୍ଚାୟତ ଓ ୨୨ ହଜାର ୩୭୯ ଓ୍ୱାର୍ଡ ପାଇଁ ଭୋଟ୍‌ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ। ପୋଲିଂ ଅଧିକାରୀମାନେ ୧୪ ଓ ୧୫ ତାରିଖରେ ମତଦାନ କେନ୍ଦ୍ରକୁ ଯିବେ। ସମ୍ବେଦନଶୀଳ ବୁଥ୍‌ରେ ଅଧିକ ପୋଲିସ ରହିବେ ଓ ଭିଡିଓ ଗ୍ରାଫି କରାଯିବ। ଷ୍ଟ୍ରଙ୍ଗ ରୁମରେ ସିସିଟିଭି ରଖାଯିବ। 

Advertisment

ଯେଉଁ ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଛି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ପୌର ନିର୍ବାଚନ ପାଇଁ ଡ୍ରାଫ୍ଟ Electoral ରୋଲ୍ ପବ୍ଲିସ ହୋଇଛି। ଏହାକୁ ରାଜନୈତିକ ଦଳଙ୍କୁ ପ୍ରଦାନ କରାଯାଇଛି। ୧୧ରୁ ୧୬ ତାରିଖ ମଧ୍ୟରେ ଅଭିଯୋଗ ଥିଲେ ଜଣାଇପାରିବେ। ଏଥର ପୌର ନିର୍ବାଚନରେ ପ୍ରଥମ ଥର ପାଇଁ NOTA ସ୍ୱିଚ୍‌ ରହିବ। ପ୍ରଥମ ଥର ପାଇଁ ମେୟର ଓ ଚେୟାର ମ୍ୟାନ ନିର୍ବାଚନ ସିଧାସଳଖ ହେବ।  

Odisha Panchayat Polls Odisha Panchayat Elections
Advertisment
Advertisment