• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଆରମ୍ଭ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି । କଂଗ୍ରେସର ଆଉ ଜଣେ ପୋଷ୍ଟର ଗର୍ଲ ବିଜେପିରେ ଯୋଗ ଦେଇଛନ୍ତି । ଶନିବାର ଦିନ ପଲ୍ଲବୀ ସିଂ ହାତର ହାତ ଛାଡ଼ି ପଦ୍ମ ପୋଖରୀରକୁ ଲମ୍ଫ ପ୍ରଦାନ କରିଛନ୍ତି । ପଲ୍ଲବୀ ସିଂ କଂଗ୍ରେସର ତିନି ନମ୍ବର ପୋଷ୍ଟର ଗର୍ଲ, ଯିଏ ବିଜେପିରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ପ୍ରିୟଙ୍କା ମୌର୍ଯ୍ୟ ଏବଂ ବନ୍ଦନା ସିଂ ବିଜେପିରେ ଯୋଗ ଦେଇଛନ୍ତି । ଉଭୟ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ ।

ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ଟିକେଟ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ ଡକ୍ଟର ପ୍ରିୟଙ୍କା ମୌର୍ଯ୍ୟ । କଂଗ୍ରେସରେ ଟିକେଟ ପାଇଁ ଲାଞ୍ଚ କାରବାର ଚାଲିଥିବା ସେ କହିଛନ୍ତି । ମୁଁ ଜଣେ ଝିଅ, ଯୁଦ୍ଧ କରିପାରିବି, କିନ୍ତୁ ଟିକେଟ୍ ପାଇପାରିଲି ନାହିଁ । କାରଣ ମୁଁ ଓବିସି ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ସନ୍ଦୀପ ସିଂଙ୍କୁ ଲାଞ୍ଚ ଦେଇପାରିଲି ନାହିଁ । କଂଗ୍ରେସରେ ଜାତିଭେଦ ନୀତି ହେତୁ ବିଧାୟକ ନରେଶ ସାଇନିଙ୍କୁ ଦଳ ଛାଡିବାକୁ ପଡିଥିଲା । କଂଗ୍ରେସ ଦଳରେ ଚାଲିଥିବା ଜାତିଭେଦ ନୀତି ବିରୋଧରେ କହିବାକୁ କାହାର ସାହସ ନାହିଁ ବୋଲି ସେ କହିଛନ୍ତି ।

ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

୪୦୩ ବିଧାନସଭା ଆସନ ସହିତ ୟୁପିରେ ୭ ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି । ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୪ ଫେବୃଆରୀ, ତୃତୀୟ ପର୍ଯ୍ୟାୟ ପାଇଁ ୨୦ ଫେବୃଆରୀ, ଚତୁର୍ଥ ପର୍ଯ୍ୟାୟ ପାଇଁ ୨୩ ଫେବୃଆରୀ, ୫ ପର୍ଯ୍ୟାୟ ପାଇଁ ୨୭ ଫେବୃଆରୀ, ଷଷ୍ଠ ପର୍ଯ୍ୟାୟ ପାଇଁ ୩ ମାର୍ଚ୍ଚ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ୭ ମାର୍ଚ୍ଚରେ ମତଦାନ ହେବ । ମାର୍ଚ୍ଚ ୧୦ ରେ ଫଳାଫଳ ଆସିବ ।