• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ସମ୍ପତ୍ତି କେତେ? ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ସମ୍ପର୍କରେ ଯେଉଁ ତାଲିକା ସେ ଦେଇଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି। ବିଧାନସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ଆଫିଡେଭିଟ୍‌ରେ ଚନ୍ନି ତାଙ୍କ ପାଖରେ ୯.୪୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଥିବା ସୂଚନା ଦେଇଛନ୍ତି। ତେବେ ୨୦୧୭ ତୁଳନାରେ ଚନ୍ନିଙ୍କ ସମ୍ପତ୍ତି ୨୦୨୨ରେ ହ୍ରାସ ପାଇଥିବାର ଶୁଣିବାକୁ ମିଳୁଛି।

୨୦୧୭ ରେ ଚନ୍ନିଙ୍କ ପାଖରେ ୧୪.୫୧ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଏବେ ତାହା କମି ୯.୪୫ କୋଟିରେ ପହଞ୍ଚିଛି। ତେବେ ହଠାତ୍‌ କାହିଁକି ଚନ୍ନିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ହେଲା? କାରଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଚାର ସମୟରେ କହିଛନ୍ତି ଯେ, ‘ଚନ୍ନି ହେଉଛନ୍ତି ଗରିବ ଘରର ପୁଅ। ତେଣୁ ଆପଣମାନେ ତାଙ୍କୁ ଭୋଟ ଦିଅନ୍ତୁ’। ଏହାସହ ଗରିବ ଲୋକଙ୍କୁ ଭୋଟ ଦେଲେ ସେମାନେ ଆପଣଙ୍କର ସମସ୍ୟା ବୁଝିପାରିବେ ବୋଲି ରାହୁଲ ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି।

ଆଉ ଏହାପରେ ଚନ୍ନି କେଉଁ ଆଡ଼ୁ ଗରିବ ହେଲେ ବୋଲି ଲୋକମାନେ ପ୍ରଶ୍ନ କରିବାକୁ ଲାଗିଲେଣି। ଚରଣଜିତ୍ ସିଂ ଚନ୍ନିଙ୍କ ଆଫିଡେଭିଟ୍ ଅନୁସାରେ ତାଙ୍କର ୯.୪୪ କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ରହିଛି। ଏଥି ସହିତ ଚନ୍ନିଙ୍କ ପାଖରେ ୧.୫୦ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀ ଡା. କମଲଜିତ ‌କୌରଙ୍କ ପାଖରେ ୫୦,୦୦୦ ଟଙ୍କା ରହିଛି। ସେହିଭଳି ଚନ୍ନିଙ୍କ ବ୍ୟାଙ୍କ ଆକାଣ୍ଟରେ ୭୮.୪୯ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟ‌ରେ ୧୨.୭୬ ଲକ୍ଷ ଟଙ୍କା ରହିଛି।

 

ଏହା ସହ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପାଖରେ ୩୨.୫୭ ଲକ୍ଷ ଟଙ୍କାର ଏକ ଫର୍ଚୁନର ଟୟୋ୍ଟା ରହିଥିବା ସହ ତାଙ୍କ ପତ୍ନୀଙ୍କ ପାଖରେ ୧୫.୭୮ ଲକ୍ଷ ଓ ୩୦.୨୧ ଲକ୍ଷ ଟଙ୍କାର ଦୁଇଟି କାର ରହିଛି। କେବଳ ଏତିକି ନୁହେଁ ବରଂ ଚନ୍ନିଙ୍କ ପାଖରେ ୧୦ ଲକ୍ଷ ଟଙ୍କା ଓ ପତ୍ନୀଙ୍କ ପାଖରେ ୫୪ ଲକ୍ଷ ଟଙ୍କାର ସୁନାଗହଣା ରହିଥିବା ଜଣାପଡ଼ିଛି। ଏହା ସହ ଚନ୍ନିଙ୍କ ଉପରେ ୬୩.୨୯ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଉପରେ ୨୫.୦୬ ଲକ୍ଷ ଟଙ୍କାର ଋଣ ମଧ୍ୟ ଅଛି।