• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଶ ତଳେ ଛତା ଖଣ୍ଡେ । ଆଉ ଛତା ତଳେ ଜୀବନ ଜଞ୍ଜାଳ । ଟାଣ ଖରାରେ ରାସ୍ତା କଡ଼ରେ ବର୍ଷ ବର୍ଷ ଧରି ଜୋତା ସିଲେଇ କରୁଛନ୍ତି କାର୍ତ୍ତିକ ରାଓ ଅରଫ୍ କାଳୁ ଭାଇ । ପୁରୀ ଜିଲ୍ଲେ କାକଟପୁର ଥାନା ପାଖରେ ସବୁଦିନ ଏପରି ଦୃଶ୍ୟ ଦେଖିବାକୁ ମିଳେ । ତେବେ ଏଥିରେ ନୂଆ କଥା ନାହିଁ ବୋଲି ସମସ୍ତେ ଚିନ୍ତା କରୁଥିବେ । ହେଲେ ଏହି କାହାଣୀରେ ନୂଆ କଥା ହେଲା ଜୋତା ସିଲେଇ କରୁଥିବା କାଳୁ ଭାଇ ଏଥର ନିର୍ବାଚନ ଲଢ଼ୁଛନ୍ତି । ସେ ଏଥିରର ସରପଞ୍ଚ ପ୍ରାର୍ଥୀ ।

ସରକାରଙ୍କ ଉପରୁ କାଳୁଭାଇ ସମ୍ପୂର୍ଣ୍ଣ ବିଶ୍ୱାସ ତୁଟାଇ ସାରିଛନ୍ତି । ପେଟ ପୋଷ ନାହିଁ ଦୋଷ ନ୍ୟାୟରେ ସେ ଜୋତା ସିଲେଇ କରୁଛନ୍ତି । ବହୁ ବର୍ଷ ପୂର୍ବେ ସେ ଗଞ୍ଜାମ ଜିଲ୍ଲାରୁ ପୁରୀ କାକଟପୁର ପଳାଇ ଆସିଥିଲେ । ସେ ଭୂମିହୀନ, ବାସହୀନ ହେବା ସହ ଅର୍ଥହୀପ । ନିଜେ ଗରିବ ହୋଇଥିବାରୁ ଗରିବଙ୍କ ଦୁଃଖ କ’ଣ ଭଲଭାବରେ ବୁଝିଝନ୍ତି । ସରକାରୀ ବାବୁମାନେ କିପରି ଦୁଃଖ ବୁଝନ୍ତିନି, ଦହଗଞ୍ଜ କରନ୍ତି, ହାଡ଼େ ହାଡ଼େ ବୁଝିଛନ୍ତି ।

ସରକାରଙ୍କ ମାଳ ମାଳ ଯୋଜନା ଓ ପ୍ରତିଶ୍ରୁତି ମଧ୍ୟରେ ଗରିବ ଲୋକ ସବୁବେଳେ ନିରାଶ । ଖାସ୍ ସେଇଥି ପାଇଁ କାଳୁ ଭାଇ ଏଥର ନିର୍ବାଚନ ଲଢ଼ୁଛନ୍ତି । ଗାଁ ଗାଁ ବୁଲି ବୁଲି ହାତ ଯୋଡ଼ି ଲୋକଙ୍କୁ ଭୋଟ୍ ମାଗୁଛନ୍ତି । ଅନ୍ୟପଟେ ସକାଳୁ ଦ୍ୱିପହର ଯାୱ ପେଟ ପୋଷିବା ପାଇଁ ଜୋତା ସିଲେଇ କରୁଛନ୍ତି । ପୁଣି ଉପରଓଳି ଭଗବାନଙ୍କୁ ମୁଣ୍ଡିଆ ମାରି ପାଣି ଗିଲାସଟି ଟିଏ ପିଇ ଘରୁ ଗୋଡ଼ କାଢ଼ୁଛନ୍ତି । ନିର୍ବାଚନ ପ୍ରଚାର କରୁଛନ୍ତି ।

ଜିତିବା ହାରିବା ଭଗବାନଙ୍କ ହାତରେ । ହେଲେ ଗଣତନ୍ତ୍ର ବିଧିବ୍ୟବସ୍ଥା ଆଉ ଲୋକଙ୍କ ପାଇଁ ନିର୍ବାଚନ ଲଢ଼ିବା ଏକ ଶୁଭସଙ୍କେତ । କାଳୁ ଭାଇଙ୍କ ପାଖରେ ଟଙ୍କାପଇସା, ଧନଦଉଲତ ନାହିଁ । ସେ ନିଜେ ଖଟିଲେ ପରିବାର ଚଳାନ୍ତି । ଦୋକାନ ବନ୍ଦ ହେଲେ ଉପବସାରେ ଶୁଏ ପରଯିବାର । ତାଙ୍କ ପାଖରେ ଟଙ୍କା ବାଣ୍ଟିବା ପାଇଁ ମଧ୍ୟ ନାହିଁ ।

ତାସତ୍ତ୍ୱେ ବି ଲୋକଙ୍କ ପାଇଁ ନିର୍ବାଚନ ଲଢ଼ିବା ପାଇଁ ସେ ଆଗେଇ ଆସିଛନ୍ତି । ଆଉ ତାଙ୍କ ସ୍ତ୍ରୀ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଯେଉଁଠି ବଡ଼ ବଡ଼ ରାଜନୈତିକ ଦଳ ମଦମାଂସରେ ଭସେଇ ଦେଉଛନ୍ତି, ଟଙ୍କା ଉଡ଼େଇ ଦେଉଛନ୍ତି , ସେଠି କାଳୁଭାଇ କେତେ ସୁଯୋଗ ପାଇବେ, ତାହା ଆଗକୁ ଦେଖିବାକୁ ବାକି ରହିଲା ।