Advertisment

ଜନତାଙ୍କ ରୋଷର ଶୀକାର ଶାସକ ଦଳର ନେତା, ମନ୍ତ୍ରୀ

ପୂର୍ବ ପ୍ରତିଶ୍ରୁତି ପାଳନ କରିନଥିବାରୁ କେଉଁଠି ପ୍ରଶ୍ନବାଣରେ ଘାଇଲା ତ କେଉଁଠି ଔଦ୍ଧତ୍ୟ ଆଚରଣ ଦେଖାଇ ଭାଇରାଲ୍ ହେଉଛନ୍ତି।

author-image
Chandan Shishu
Panchayat Election

Panchayat Election

ଭୁବନେଶ୍ୱର: ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ବନାମ୍ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା। ସରକାରୀ ଅନୁଦାନକୁ ନେଇ ମୁହାଁମୁହିଁ ବାଲେଶ୍ୱର ଜିଲ୍ଲା ସୋରର ଦୁଇ ସମ୍ମୁଖ ନେତା। ହେଲେ ସୁରେନ୍ଦ୍ରଙ୍କ ପ୍ରଶ୍ନ କିନ୍ତୁ ପର୍ଶୁରାମଙ୍କ ଦେହକୁ ଗଲାନି। ତାପରେ ସୁରେନ୍ଦ୍ରଙ୍କ ଅବସ୍ଥା କଣ ହେଲା ଦେଖନ୍ତୁ ଏହି ଭାଇରାଲ୍ ଭିଡ଼ିଓଟିକୁ। ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ପ୍ରୋବ୍ଲେମେଟିକ୍ ଫଣ୍ଡର କୋଟିଏ ୩୩ ଲକ୍ଷ ଟଙ୍କାକୁ କାହିଁକି ଡାଇଭର୍ଟ କଲେ ବୋଲି ପ୍ରଶ୍ନ ପଚାରିଦେଲେ ସୁରେନ୍ଦ୍ର। ବାସ୍ ସେତିକି ପ୍ରଶ୍ନରେ ବିଗିଡ଼ିଗଲେ ବାବୁ ପର୍ଶୁରାମ। ଆଉ ସୁରେନ୍ଦ୍ରଙ୍କୁ ଏଭଳି ହଲାପଟା କରିଦେଲେ ବିଧାୟକଙ୍କ ସହଯୋଗୀ। ଏପରିକି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ସୁରେନ୍ଦ୍ର। ଆଉ ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ୪୮ ଘଣ୍ଟାର ମହଲତ ଦେଇଛନ୍ତି। ତେବେ ପର୍ଶୁରାମଙ୍କ କହିବା କଥା, ସୁରେନ୍ଦ୍ରଙ୍କ ଆରୋପ ଭିତ୍ତିହୀନ। ମୁଖ୍ୟମନ୍ତ୍ରୀଙ୍କ ଏହି ଫଣ୍ଡ କିଏ କେଉଁଠି ବିନିଯୋଗ କରିବେ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ କୋଟା।

Advertisment

ଏ ଚିତ୍ର ବିଞ୍ଝାରପୁର ପ୍ରୀତିପୁର ପଞ୍ଚାୟତ ରଣାସାହିର। ବିଜେଡି ବିଧାୟିକା ତଥା ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ କଳାପତାକା ପ୍ରଦର୍ଶନ କରୁଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର ଲୋକେ। କାରଣ ବି ସଫା। ବୁଧବାର ଅଳକୁଣ୍ଡ ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ଯାଇ ଶାସକ ଦଳର ପ୍ରାର୍ଥୀଙ୍କୁ ଭୋଟ ନଦେଲେ କୌଣସି ସରକାରୀ ଯୋଜନାରୁ ବଞ୍ଚିତ ହେଲେ କହିବନି ବୋଲି କହିଥିଲେ ପ୍ରମିଳା। ଏହି ଭାଇରାଲ୍ ଭିଡ଼ିଓ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ତାତି ଉଠିଥିବାବେଳେ ପ୍ରମିଳାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ନିର୍ବାଚନ ଆଚରଣ ବିଧି ଉଲଂଘନ ହୋଇଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ ଆଜି ନୋଟିସ୍ କରିଛିି। ପ୍ରମିଳା କହିଛନ୍ତି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଥିଲି। ଆଇନ ଉଲଂଘନ ହୋଇନି।

ନବରଙ୍ଗପୁର ଜିଲ୍ଲାରେ ତ ଖଡଗହସ୍ତ ଜନତା। ବିଜେଡି ସାଂସଦ ରମେଶ ମାଝୀଙ୍କ ବିରୋଧରେ ରଣହୁଙ୍କାର ଦେଇ ଝରିଗାଁ ଥାନାରେ ହଙ୍ଗାମା କରିଛନ୍ତି ଲୋକେ। ଗତକାଲି ଝରିଗାଁ ଇଚ୍ଛାପୁରରେ ପ୍ରଚାରବେଳେ ସାଂସଦଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିଥିଲେ ଲୋକେ। ଏପରିକି କିଛି ଲୋକ ଲାଠି ଧରି ଗୋଡ଼ାଇଥିଲେ। ପୂର୍ବରୁ ପଞ୍ଚାୟତ ଅଫିସ ଉଦଘାଟନ ପାଇଁ ଆସିନଥିବା ସାଂସଦ ଭୋଟ ବେଳକୁ ଆସିଥିବାରୁ ଲୋକେ ତାତି ଉଠିଥିଲେ। ଏନେଇ ସାଂସଦଙ୍କ ପ୍ରତିନିଧିଙ୍କ ଏତଲା ଆଧାରରେ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ତାଙ୍କୁ ତୁରନ୍ତ ଖଲାସ ଦାବି କରି ଥାନା ଘେରାଉ କରିଥିଲେ ଇଛାପୁର ପଞ୍ଚାୟତର ୬ଟି ଗାଁର ଲୋକେ। ସ୍ଥିତି ଏପରି ହେଲା ଯେ, ଥାନା ଗେଟ୍‌କୁ ପୋଲିସକୁ ବନ୍ଦ କରିବାକୁ ପଡ଼ିଥିଲା।

Advertisment

ତେବେ ଏନେଇ ସାଂସଦ ରମେଶ ମାଝୀ କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନଥିବାବେଳେ ଗତକାଲି ଟିଟିଲାଗଡ଼ କରମ୍ତଲାରେ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ବି ଅଣ୍ଡାମାଡ଼ ହୋଇଛି।

Election Commission Panchayat Election
Advertisment
Advertisment