• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Sita Soren
ବିଜେପିରେ ମିଶିଲେ ସୀତା ସୋରେନ୍; ଆଜି ସକାଳେ JMMରୁ ଦେଇଥିଲେ ଇସ୍ତଫା

ବିଜେପିରେ ମିଶିଲେ ଶିବୁ ସୋରନଙ୍କ ବଡ ବୋହୂ ସୀତା ସୋରେନ୍ ।ସୀତା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଆଜି ସକାଳେ ସୀତା ଜେଏମଏମରୁ ଇସ୍ତଫା ଦେଇଥିଲେ ।

  • Tuesday, 19 March 2024
  • BJP
  • JMM
Mission South
ମୋଦିଙ୍କ ଦାକ୍ଷିଣାତ୍ୟ ଅଭିଯାନ, ନିର୍ବାଚନ ପୂର୍ବରୁ ତାମିଲନାଡୁରେ ହେଲା BJP-PMK ମେଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ୍ ମିଶନ ଜାରି ରହିଛି। ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି।

Maharashtra Politics
ବିଜେପିରେ ଯୋଗ ଦେବେ ରାଜ୍ ଠାକରେ, ଦିଲ୍ଲୀରେ ଅମିତ ଶାହାଙ୍କ ସହ କଲେ ଆଲୋଚନା

ମହାରାଷ୍ଟ୍ରର ଠାକରେ ପରିବାରକୁ ରାଜନୈତିକ ପଶାପାଲିରେ ହରାଇବାକୁ ଠାକରେ ପରିବାରର ସହାୟତା ନେଉଛି ବିଜେପି । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ହରାଇବାକୁ ତାଙ୍କ କାକା ପୁଅ ଭାଇ ରାଜ ଠାକରେଙ୍କ ସହିତ ବିଜେପି ମେଣ୍ଟ କରିବାକୁ ଯାଉଛି ।

Pasupati Paras
କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ... କହିଲେ,‘ମୋ ପ୍ରତି ହୋଇଛି ଅନ୍ୟାୟ’

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।

Odisha Politics
ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ, ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ!

ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ । ଗତକାଲି ବିଳମ୍ବିତ ରାତିରେ ସରିଲା ଦଳର କୋର୍ କମିଟି ବୈଠକ । ଆଜି ପୁଣି ଓଡ଼ିଶା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା ।

political hoardings
ସରକାରୀ ଦପ୍ତରରୁ ଛକ ବଜାର, ସବୁଠି ଝୁଲୁଛି ସରକାରୀ ସ୍କିମ୍

ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।

Puri BJD
ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କରି ଟିକେଟ୍ ଦେବ କି ବିଜେଡି ? 

ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ । ପୁରୀ ନେତାଙ୍କୁ ଡାକି ଟାସ୍କ ଦେଇଛି ବିଜେଡି । 

Odisha Politics
ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ବିଜେପିର ଏକାକୀ ନିର୍ବାଚନ କସରତ

ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।

DGP
'ବେଆଇନ୍ ଅସ୍ତ୍ରଶସ୍ତ୍ର-ନିଶା ଦ୍ରବ୍ୟ ଚାଲାଣ-ଟଙ୍କା କାରବାର ରୋକିବାକୁ ଗୁରୁତ୍ୱ'

ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ । ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ।

political hoardings
ଲୁଚିଛି ନା ଗୋଡ଼ ଦିଟା ଦିଶୁଛି; ସରକାରୀ ଦପ୍ତରରୁ ଛକ ବଜାର, ସବୁଠି ଝୁଲୁଛି ସରକାରୀ ସ୍କିମ୍

ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।

Congress MLA Mohammad Moquim
ମୋକିମ୍‌ଙ୍କୁ ସୁପ୍ରିମ ଆଶ୍ୱସ୍ତି; ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ

୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ। ସେହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ।

Telangana Governor
ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ବଢ଼ିଲା

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ । ରାଜ୍ୟପାଳ ପଦରୁ ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫା । ତାମିଲନାଡୁରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି ।

Vladimir Vladimirovich Putin
ରୁଷରେ ଚାଲିବ ପୁଟିନଙ୍କ ରାଜ୍; ରେକର୍ଡ ବିଜୟ ସହ ରଚିଲେ ଇତିହାସ

ରବିବାର ଭୋଟିଂ ବେଳେ ରୁଷର ବିଭିନ୍ନ ଭୋଟିଂ କେନ୍ଦ୍ରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭୋଟିଂରେ ସ୍ବଚ୍ଛତା ଅବଲମ୍ବନ କରାଯାଉନଥିବା ନେଇ ଆମେରିକା ମଧ୍ୟ ଅଭିଯୋଗ ଆଣିଥିଲା। ଏହା ସତ୍ତ୍ୱେ ମଧ୍ୟ ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି।

Election Rally
ନିର୍ବାଚନୀ ବିଗୁଲ ବାଜୁ ବାଜୁ ପ୍ରଚାର ଜୋରଦାର୍; ମେଗା ରାଲି କରିବେ ମୋଦି, ଶକ୍ତି ପ୍ରଦର୍ଶନ କଲା ଇଣ୍ଡି ମେଣ୍ଟ

ଗତକାଲି ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। NDAରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ସହ ମେଗା ରାଲି କରିଛନ୍ତି ମୋଦି।

Bapi Sarkhels Wife Joins BJD
ପାରାଦୀପ ବିଜେଡି ଟିକେଟ୍ ରେସରେ ମିସେସ୍ ସର୍ଖେଲଙ୍କ ଏଣ୍ଟ୍ରି

ଶଙ୍ଖ ଧରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ପୂର୍ବରୁ ବିଧାୟକ ସମ୍ବିତ ରାଉତରାୟ, ନଚେତ୍ ତାଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ସମ୍ବିତଙ୍କ ଭଉଣୀ ପ୍ରୀତିନନ୍ଦାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ମୋନିଦୀପାଙ୍କୁ ଶଙ୍ଖ ଧରାଇ, ଏଥର ନିର୍ବାଚନରେ ଦାମୋଦର ରାଉତଙ୍କ ପରିବାର ହାତରୁ ୫ ଦଶନ୍ଧି ପୁରୁଣାକ୍ଷମତାକୁ ଛଡ଼ାଇ ନେବାକୁ, ଅସନ୍ତୁଷ୍ଟ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।

Bapi Sarkhel's Wife Joins BJD
ଦାମ ପରିବାରର ପକ୍ଷ ଛେଦନ ପାଇଁ ରଣନୀତି ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ବାପି ସର୍ଖେଲଙ୍କ ପତ୍ନୀ

ଭୁବନେଶ୍ୱରରେ ମିଶ୍ରଣ, ପାରାଦୀପରେ ହଲଚଲ ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ମିସେସ୍ ସର୍ଖେଲ୍। ବନ୍ଦରନଗରୀରେ ତେଜିଲା ବିଜେଡି ଟିକେଟ୍ ରେସ୍ ଚର୍ଚ୍ଚା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡି ଶିବିରରେ ଯୋଗ ଦେଇଛନ୍ତି।

Poltical Party prepared for elections
ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ବିଜେଡି ପାଇଁ ବିଦ୍ରୋହୀ ମ୍ୟାନେଜ୍‌ ବଡ଼ ଚ୍ୟାଲେଞ୍ଜ

ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ।

Sitting in home how to add name in voter list
ନିର୍ବାଚନ ବିଗୁଲ୍ ବାଜିସାରିଛି; ଆପଣ ଭୋଟର ତାଲିକାରେ ନାହାନ୍ତି କି… ଘରେ ବସି ନିଜକୁ ତାଲିକାଭୁକ୍ତ କରନ୍ତୁ

ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଛି। ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ନିର୍ବାଚନ ପୂର୍ବରୁ ସରକାର ମଧ୍ୟ ଭୋଟର ତାଲିକାରେ ନା’ ଯୋଡିବାକୁ ସମସ୍ତ ଉଦ୍ୟମ କରୁଛନ୍ତି। ଆପଣ ଏବେ ଘରେ ବସି ନିଜକୁ ତାଲିକାଭୁକ୍ତ କରିପାରିବେ।

AI Platforms
ଡରୁଛି କି AI? କାହିଁକି ରାଜନୈତିକ ଓ ନିର୍ବାଚନୀ ତଥ୍ୟ ଦେଉନି, ଜାଣନ୍ତୁ କାରଣ

ଦେଶରେ ନିର୍ବାଚନୀ ବିଗୁଲ ବାଜିସାରିଛି। ଏହା ପୂର୍ବରୁ ଗୁଗୁଲ ଘୋଷଣା କରିଥିଲା ​​– ‘ନିର୍ବାଚନ ସହ ଜଡିତ ପ୍ରଶ୍ନର ଉତ୍ତର ଦେବାବେଳେ ଆମେ ଯତ୍ନବାନ ହେଉଛୁ। ତେଣୁ, ଆମେ କିଛି ପ୍ରତିବନ୍ଧକ ଲଗାଇଛୁ, ଯେଉଁଥିପାଇଁ ନିର୍ବାଚନ ସହ ଜଡିତ କିଛି ପ୍ରକାରର ପ୍ରଶ୍ନର ଉତ୍ତର ଗୁଗୁଲ ଜେମିନି ଦେବନାହିଁ।

BJP
‘BJDକୁ କେହି ପସନ୍ଦ କରୁ ନାହାଁନ୍ତି, ଓଡ଼ିଶାରେ ହେବ BJP ସରକାର’: ବିରୋଧୀ ଦଳ ନେତା

ଓଡ଼ିଶାରେ ବିଜେପି ସରକାର ହେବ । ବିଜେଡିକୁ କେହି ପସନ୍ଦ କରୁ ନାହାଁନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବହୁ ଦିନ ପରେ ସେ ଦଳୀୟ ଅଫିସକୁ ଯାଇ କର୍ମୀଙ୍କୁ ଭେଟିଥିଲେ ।

Odisha Election
ରାଜ୍ୟ ବିଜେପି ଯୋଦ୍ଧା ତାଲିକା ପ୍ରସ୍ତୁତ, ଚୂଡ଼ାନ୍ତ ମୋହର ମାରିବ କେନ୍ଦ୍ର ସଂସଦୀୟ ବୋର୍ଡ

ଭୋଟ ବିଗୁଲ ବାଜୁ ବାଜୁ ବିଜେପିର ନିର୍ବାଚନ କସରତ । ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ବିକଶିତ ଭାରତ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କୁ ମୋଦି ଲେଖିଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ଯୋଜନା ।

Election Date
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ, ଜାଣନ୍ତୁ ଆପଣ କେଉଁ ଦିନ ଦେବେ ଭୋଟ୍‌

ପ୍ରତୀକ୍ଷାର ହେଲା ଅନ୍ତ। ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ଏବଂ ଜୁନରେ ଭୋଟ୍ ଦେବ ଓଡ଼ିଶା। ୨୦୧୯ ଭଳି ଏଥର ବି ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ମତଦାନ।

General Election 2024
General Election 2024: କେଉଁ ରାଜ୍ୟରେ କେବେ ମତଦାନ..ଜାଣନ୍ତୁ ପୂରା ବିବରଣୀ

ବାଜିଲା ନିର୍ବାଚନୀ ବିଗୁଲ୍। ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରକ୍ରିୟା। ୨୪ ସାଧାରଣ ନିର୍ବାଚନ ଲାଗି ଆଜି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍। ଭୋଟ୍ ଗ୍ରହଣ ପ୍ରକ୍ରିୟା ମୋଟ୍ ୭ଟି ପର୍ଯ୍ୟାୟରେ ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ। ଜୁନ୍ ୪ ତାରିଖରେ ହେବ ଭୋଟ୍ ଗଣତି। ଓଡ଼ିଶାରେ ମେ ୧୩ରୁ ଜୁନ୍ ୧ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।

BJP
ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ୧୪୭ ନାଁ କେନ୍ଦ୍ର କମିଟିକୁ ପଠାଇଲା ବିଜେପି

ରାଜ୍ୟ ବିଜେପି ଚୂଡ଼ାନ୍ତ କଲା ପ୍ରାର୍ଥୀ ତାଲିକା। ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ। ଗୋଟେ ପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ କମିଶନ। ଅନ୍ୟପଟେ ଓଡ଼ିଶା ଦଖଲ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କସରତ ଚଳାଇଥିଲା ବିଜେପି।

Lok Sabha Election
୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ, ୭ଟି ପର୍ଯ୍ୟାୟରେ ହେବ ମତଦାନ

ପ୍ରତୀକ୍ଷାର ଅନ୍ତ। ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ତାରିଖ। ଏପ୍ରିଲ୍ ୧୯ରୁ ଜୁନ୍ ୧ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ।