Advertisment

‘୫ ବର୍ଷର ଉପଲବ୍ଧି, ଜନତା ଏଥର ମୋ ପାଇଁ ନିର୍ବାଚନ ଲଢୁଛନ୍ତି’

‘ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ବର୍ଗର ଲୋକ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମୋ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ବିଗତ ୫ ବର୍ଷର ଏହା ହେଉଛି ମୋର ଉପଲବ୍ଧି’।

author-image
Manoranjan Behera
Aparajita Sarangi

Aparajita Sarangi

ଏଥର ମୋ ପାଇଁ ଜନତା ନିର୍ବାଚନ ଲଢ଼ୁଛନ୍ତି। ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ବର୍ଗର ଲୋକ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମୋ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ବିଗତ ୫ ବର୍ଷର ଏହା ହେଉଛି ମୋର ଉପଲବ୍ଧି। ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରସ୍ଥିତ ଆନନ୍ଦ ବନରେ ନିର୍ବାଚନୀ ପ୍ରଚାର ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

Advertisment

ବିଗତ ୫ ବର୍ଷରେ କଣ ସବୁ ଉନ୍ନତି ବା ବିକାଶ ମୂଳକ କାର୍ଯ୍ୟ କରିଛି ତାର ରିପୋର୍ଟ୍ କାର୍ଡ ପ୍ରସ୍ତୁତ କରି ଲୋକଙ୍କୁ ବଣ୍ଟା ଯାଉଛି। ପାର୍କ ବୁଲିବା ସହ ସାଧାରଣ ଲୋକଙ୍କ ସଙ୍ଗେ କଥା ହୋଇ ଅଞ୍ଚଳର ସମସ୍ୟା ନେଇ ମଧ୍ୟ ଆଲୋଚନା କରିଛନ୍ତି ଅପରାଜିତା। ଏମିତିକି ସାଧାରଣ ଜନତାଙ୍କ ସହ ମିଶି ନାଚିଥିବା ଦେଖିବାକୁ ମିଳିଛି।

ଗତକାଲି ପ୍ରଚାର ବେଳେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। କାଲି ସେ ଭୁବନେଶ୍ୱରର ଏକ ପାର୍କକୁ ପ୍ରଚାର ପାଇଁ ଯାଇଥିଲେ। ମନ୍ମଥଙ୍କ ସହ ଭୁବନେଶ୍ୱର ମେୟର ଏବଂ ବିଜେଡିର ଉତ୍ତର ଭୁବନେଶ୍ୱର ପ୍ରାର୍ଥୀ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ମନ୍ମଥଙ୍କ ସପକ୍ଷରେ ଉତ୍ତର ଭୁବନେଶ୍ୱର ପ୍ରାର୍ଥୀ ସୁଶାନ୍ତ ରାଉତ ଭୋଟ୍ ନିବେଦନ କରିଥିଲେ।

Advertisment

ତେବେ ଏହାର ଜବାବ କିଛି ଅଲଗା ଢଙ୍ଗରେ ଦେଇଥିଲେ ପାର୍କରେ ଯୋଗାଭ୍ୟାସ କରୁଥିବା ବ୍ୟକ୍ତି ଜଣକ। ସେ କହିଥିଲେ, ମନ୍ମଥ ଭୋଟ୍ ମାଗିଲେ କ’ଣ ହେବ, ଭୁବନେଶ୍ୱର ଲୋକେ ଅପରାଜିତାଙ୍କୁ ଚାହୁଁଛନ୍ତି। ଏଥର ବିଜେପି ଲୋକସଭାରେ ୪୦୦ ପାର୍ କରିବ । ଖାଲି ଓଡ଼ିଶାରେ ନୁହେଁ ସାରା ଦେଶରେ ଏହାର ପ୍ରଭାବ ରହିବ ବୋଲି କହିଥିଲେ। ବିଜେଡି ନେତାଙ୍କ ମୁହଁ ଉପରେ ସାଧାରଣ ଜନତାଙ୍କ ଏଭଳି ଜବାବ କିଛି ସମୟ ପାଇଁ ଘଟଣାସ୍ଥଳରେ ଅସହଜ ପରିସ୍ଥିତି ସୃଷ୍ଟି କରିଥିଲା।

BJP Aparajita Sarangi Odisha Politics General Elections 2024
Advertisment
Advertisment