Advertisment

IIC-SPଙ୍କୁ ଫୋନ୍‌ କରି ବିଜେଡି କାମ କରାଉଛନ୍ତି IPS ଡି.ଏସ୍. କୁଟ୍ଟେ

‘ରାଜ୍ୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଛି କହିଲା ବିଜେପି । କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ଯାଞ୍ଚ ହେଉ’

author-image
Satyendu Shekher Mishra
DS Kuttey

DS Kuttey

IPS ଅଧିକାରୀ ଡି.ଏସ୍. କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି। କୁଟ୍ଟେଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି CEOଙ୍କୁ ଅଭିଯୋଗ କରିଛି ବିଜେପିର ଏକ ଟିମ୍। କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନ ଲଗାଇବାକୁ ECI ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ଏସପି, IICଙ୍କୁ ଫୋନ୍ କରି ବିଜେଡି କାର୍ଯ୍ୟ କୁଟ୍ଟେ କରାଉଥିବା ବିଜେପି ଅଭିଯୋଗ କରିଛିି।

Advertisment

କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ଦୋହରାଇଛି ବିଜେପି। ତୁରନ୍ତ କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ରେକର୍ଡ-CDR ଯାଞ୍ଚ କରି କାହା ସହ କଥା ହୋଇଛନ୍ତି ସାର୍ବଜନୀନ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଛି ଦଳ।

ସେପଟେ ଘଟଣାକୁ ନେଇ ଡି.ଏସ୍. କୁଟ୍ଟେଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି ପାଲଟା ଅଭିଯୋଗ କରିଛି। ECIଙ୍କୁ ଚିଠି ଲେଖି ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟର ସରକାରୀ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ନାଁ ନେଇ ବଦଳୀର ଧମକ ଦେଉଛି ବିଜେପି। 

Advertisment
BJD General Election 2024 BJP Congress Odisha Politics
Advertisment
Advertisment