Advertisment

କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ

ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି। ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ। ଭୁଶୁଡିଯାଇଛି ବିଜେଡି ଗଡ଼।

author-image
Sonali Ojha
In historic upset in Odisha

In historic upset in Odisha

ଆସିଲା ଜନାଦେଶ। ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ବର୍ଷରୁ ଅଧିକ ସମୟର ଶାସନରେ ପଡିଲା ପୂର୍ଣ୍ଣଚ୍ଛେଦ। ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ଆସନ। କେବଳ ସେତିକି ନୁହେଁ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି। ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ଆସନ।

Advertisment

ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି। ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା। ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍‌ରେ ଜିତି ଚାଲିଥିଲା ବିଜେପି। ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି। ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ବିଜେଡି ନୁହେଁ, ବିଜେପି ହିଁ ଏବେ ରାଜ୍ କରିବ।

ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେଡି ସରକାରକୁ ଲୋକେ କ୍ଷମତାଚ୍ୟୁତ କରିଛନ୍ତି। ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ। ଭୁଶୁଡିଯାଇଛି ବିଜେଡି ଗଡ଼। ଏହାପଛରେ ୧୦ଟି କାରଣ ଥିବା ନେଇ ଚର୍ଚ୍ଚା ହେଉଛି।

Advertisment

ଏବେ ଆସନ୍ତୁ ନଜର ପକାଇବା ବିଜେଡି ପରାଜୟର ୧୦ କାରଣ
୧- ପାଣ୍ଡିଆନ୍‌ଙ୍କ ଏକଛତ୍ରବାଦ ରାଜନୀତି
୨- ଦଳ ଓ ସରକାରର ପାଣ୍ଡିଆନକରଣ
୩- ପ୍ରଚାରରେ ପାଣ୍ଡିଆନ୍ ଆଗ ନବୀନ ପଛ
୪- ଓଡ଼ିଆ ଅସ୍ମିତା ଭାବନାକୁ ତୁଚ୍ଛ ମଣିବା
୫- ରତ୍ନଭଣ୍ଡାର ଚାବି ହଜିବା, ଚାରିଦ୍ବାର ନଖୋଲିବା
୫- ନବୀନ ଶାସନରେ ଅଣ ଓଡ଼ିଆଙ୍କ ପ୍ରାଦୁର୍ଭାବ
୭- ନେତା କିଛି ନୁହେଁ, ଅଫିସର ହିଁ ସର୍ବେସର୍ବା ଭାବନା
୮- ଚରମରେ ଦୁର୍ନୀତି ଓ ପିସି କାରବାର
୯- ମହିଳା ବିରୋଧୀ ହିଂସା, ଶିଶୁ ନିଖୋଜ ଓ ହତ୍ୟା ମାମଲା ବୃଦ୍ଧି
୧୦- 5T ରୂପାନ୍ତରୀକରଣ ନାଁରେ ତୁଚ୍ଛା ଭେଳିକି

ଏବେ ଜାଣିବା ବିଜେପି ବିଜୟର ୧୦ କାରଣ କଣ ରହିଲା...
୧.ଓଡ଼ିଆ ଅସ୍ମିତାକୁ ବଡ଼ ମୁଦ୍ଦା କରିବା
୨.ରତ୍ନଭଣ୍ଡାର ଓ ଚାରିଦ୍ବାର ଖୋଲିବା ଗ୍ୟାରେଣ୍ଟି
୩. ବିଜେଡିର ଅଫିସରରାଜ୍ ଉପରେ ଜୋରଦାର ପ୍ରହାର
୪. ଏସଏଚ୍ଜି ନାଁରେ ଚାଲିଥିବା ବିଜେଡି ଭୋଟ୍ ବ୍ୟାଙ୍କରେ ପ୍ରହାର
୫. ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଗ୍ୟାରେଣ୍ଟି
୬. ଧାନ ଏମଏସପି କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାର ଗ୍ୟାରେଣ୍ଟି
୭. ନୂଆ ଓ ଯୁବ ଭୋଟରଙ୍କୁ ଧରି ରଖିବା
୮. ବିଜେପିର ଓଡ଼ିଶା ଟିମ୍ ଏକଜୁଟ୍ ହୋଇ ଲଢ଼ିବା
୯. କେନ୍ଦ୍ର ବିଜେପି ନେତାଙ୍କ ଘନ ଘନ ପ୍ରହାର
୧୦. ନିର୍ବାଚନ ପ୍ରତି ପର୍ଯ୍ୟାୟ ପାଇଁ ସ୍ବତନ୍ତ୍ର ରଣନୀତି ସହ ଲଢ଼ିବା

Naveen Patnaik BJD BJP General Election 2024
Advertisment
Advertisment