ବର୍ଷା ଅଭାବରୁ ପୁଣି ଏକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ଯାଉଛି ଓଡ଼ିଶା । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନି । ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀରର ଓ କେନ୍ଦୁଝରରେ ସାଙ୍ଘାତିକ ସ୍ଥିତି ।
ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି ।
ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲାରେ ରଦ୍ଦ ହେଲା । ଆନ୍ଧ୍ର କଂପାନୀର ସଲଭେନ୍ସି ସାର୍ଟିଫିକେଟ୍ କିଛି ମାସ ତଳେ ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଥିଲା । ଆନ୍ଧ୍ରର ଜଣେ ଠିକାଦାର ଭୁଲ ତଥ୍ୟ ଦେଇ କୋଟିଏ ଟଙ୍କାର ସଲଭେନ୍ସିଂ ହାତେଇ ଥିବା ଅଭିଯୋଗ ହୋଇଥିଲା
ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଇଣ୍ଟରନେଟ ଶିକ୍ଷା ଫେଲ ମାରିବାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମ ହେଉଛି ମୋବାଇଲ ସେବାଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା ଏଠାରେ ପୂରା ବିଫଳ ରହିଛି । ଦ୍ୱିତୀୟଟି ହେଉଛି ଏହି ଅଂଚଳଟି ୮୦ଭାଗରୁ ଅଧିକ ଲୋକ ଗରିବ ଶ୍ରେଣୀର ଆଦିବାସୀ। ପରିବାର ଚଳାଇବା ପାଇଁ ପାଖରେ ଟଙ୍କା ନାହିଁ, ସେମାନେ ମୋବାଇଲ ବା ଆଣିବା କେଉଁଠୁ?
ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ମାଓବାଦୀ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାନ୍ତି । ବିଭିନ୍ନ ଗାଁକୁ ଯାଇ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ସଂଗଠନରେ ସାମିଲ କରିଥାନ୍ତି । ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇବାର ଆଶଙ୍କ ମଧ୍ୟ ବଢିଯାଏ ।
ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର
ବାପା-ଝିଅ କଥା କଟାକଟି। ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ।
ଏସ୍ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।