Advertisment

ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ

ବାପା-ଝିଅ କଥା କଟାକଟି। ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ।

author-image
Minati Mishra
ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ

Malkanagiri Planning Board meeting

ମାଲକାନଗିରି: ବାପା-ଝିଅ କଥା କଟାକଟି। ମାଲକାନଗିରି ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକଙ୍କ ଝିଅ ଶାନ୍ତିଲତା ମାଝୀ । ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଜିଲ୍ଲାର ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ ଅନ୍ୟ ସଦସ୍ୟ ।

Advertisment

ବାପା ପୂର୍ଣ୍ଣଚନ୍ଦ୍ର ବିଜେଡିର ବିଧାୟକ ଥିବାବେଳେ ଝିଅ ଶାନ୍ତିଲତା ମାଝୀ ବିଜେପିର ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି । ତେବେ ବୈଠକ ପୂର୍ବରୁ କିଛି ସଦସ୍ୟଙ୍କ ଦସ୍ତଖତ ନିଆଯାଇଥିବାରୁ ଏହାକୁ ବିରୋଧ କରିଥିଲେ ଝିଅ ଶାନ୍ତିଲତା ।ବୈଠକରେ ଉପରିସ୍ଥ ଅଧିକାରୀଙ୍କୁ ସଦସ୍ୟଙ୍କ ଦସ୍ତଖତ ନେବାକୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଥିଲେ। ବୈଠକ ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କ ଏହି ମନମୁଖୀ କାର୍ଯ୍ୟକୁ ଶାନ୍ତିଲତା ତୀବ୍ର ବିରୋଧ କରିଥିଲେ। 

ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶାନ୍ତିଲତା କହିଛନ୍ତି, ଯୋଜନ ବୋର୍ଡ ବୈଠକ ଆରମ୍ଭ ହେବା ପୂର୍ବରୁ ସଦସ୍ୟଙ୍କ ଦସ୍ତଖତ ନିଆଯାଉଥିଲା। ଏଥିରେ କୌଣସି ରିଜୋଲିସନ ନ ଥିଲା। ବୈଠକରେ ଜିଲ୍ଲାପାଳ, ମନ୍ତ୍ରୀ ତୁଷାରକାନ୍ତି ବେହେରା ଆସିବାର ଥିଲା। ହେଲେ ଏମାନେ ଆସିବା ପୂର୍ବରୁ ଡିଆରଡିଏର ଜଣେ କ୍ଲର୍କ ଆଣି ଦସ୍ତଖତ ନେଉଥିଲେ। ଏହାକୁ ବିରୋଧ କରି ବିଧାୟକଙ୍କୁ ପ୍ରଶ୍ନ କରି କହିଥିଲେ-‘ବିଧାୟକ ମହାଶୟ, ଆପଣଙ୍କୁ ପଚାରୁଛି। ରିଜୋଲେସନ ନ ଥାଇ ଏପରି ଦସ୍ତଖତ କାହିଁକି ନିଆଯାଉଛି ?’ 

Advertisment

ଶାନ୍ତିଲତା ଅଭିଯୋଗ କରିଥିଲେ, ୪ ବର୍ଷ ହେଲେ, ବିଜେପି ଜିଲ୍ଲା ପରିଷଦଙ୍କ ପ୍ଲାନିଂକୁ ଗୁରୁତ୍ୱ ନ ଦେଇ ବିଜେଡି ସଦସ୍ୟମାନେ ଦସ୍ତଖତ ନେଇ ଏପରି କାମ କରୁଥିବା ଅଭିଯୋଗ କରିଛନ୍ତି ଶାନ୍ତିଲତା। ଏଥର ମଧ୍ୟ ସେମିତି କରିବାର ଲକ୍ଷ୍ୟଥିଲା ବୋଲି ଶାନ୍ତିଲତା କହିଛନ୍ତି। ହେଲେ ଏହା  ଦସ୍ତଖତ ବୋଲି କଥାକୁ ହାଲ୍‌କା ଭାବେ କହିଛନ୍ତି ଡିଆରଡିଏ କ୍ଲର୍କ। ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କର ଦସ୍ତଖତ ନିଆଯାଉଥିଲା। ଏହା ବ୍ୟତିତ ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି । 

ତେବେ ଦସ୍ତଖତ ପଛରେ କାରଣ ଯାହା ଥାଉ ନା କାହିଁକି, ଯୋଜନା ବୈଠକରେ ବାପ-ଝିଅ ଏପରି ମୁହାଁମୁହିଁ ହେବା ଘଟଣା ବେଶ ରାଜନୈତିକ ରୋଚକ ମୋଡ ନେଇଛି।

Odisha News Malkangiri
Advertisment
Advertisment