Advertisment

ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ଶତାଧିକ ଗ୍ରାମବାସୀ

ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।

author-image
Rajalaxmi Sahoo
ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ଶତାଧିକ ଗ୍ରାମବାସୀ

prajameli

ମାଲକାନଗିରି: ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।  ସ୍ୱାଭିମାନ ଅଞ୍ଚଳର ଯଡାମ୍ବରେ ୩ଟି ପଞ୍ଚାୟତର ଶତାଧିକ ଲୋକ ଏକାଠି ହୋଇ ଏହାର ପ୍ରତିବାଦ କରିଛନ୍ତି।

Advertisment

ଏସ୍‌ପି ଋଷିକେଶ ଖିଲାରିଙ୍କ ବଦଳିକୁ ନେଇ ସ୍ଥାନୀୟ ଲୋକ କହିଛନ୍ତି, ଦେଶ ସ୍ୱାଧୀନ ହୋଇଥିଲେ ବି ସେମାନେ ଏହି ଏସ୍‌ପିଙ୍କ ଅମଳରେ ପ୍ରକୃତ ସ୍ୱାଧୀନତା ପାଇଲେ। ସ୍ୱାଭିମାନ ଅଞ୍ଚଳର ବିକାଶ ପଥରେ ଏସ୍‌ପିଙ୍କ ଅବଦାନ ଅତୁଳନୀୟ। ସେ ଯଦି ନଥାନ୍ତେ ଏହି ବିଚ୍ଛିନ୍ନାଞ୍ଚଳ ବିଚ୍ଛିନ୍ନାଞ୍ଚଳରେ ହିଁ ରହି ଯାଇଥାନ୍ତା। ତାଙ୍କ ପ୍ରଚେଷ୍ଟା ଯୋଗୁ ବିଛିନ୍ନାଞ୍ଚଳ ସ୍ୱାଭିମାନ ଅଞ୍ଚଳର ପରିଚୟ ପାଇଲା। ଏସ୍‌ପିଙ୍କ ଯୋଗୁ ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଭୟ ଦୂର ହେଲା। ଗାଁକୁ ରାସ୍ତା ହେଲା। ଲୋକେ ଦିନକରେ ମାଲକାନଗିରି ଯାଇ ସେହି ଦିନରେ ଫେରି ଆସି ପାରିବା ସମ୍ଭବ ହେଲା। ଏଣୁ ଏଭଳି ଜଣେ ଭଗବାନଙ୍କୁ ଅନ୍ୟତ୍ର ବଦଳି ହେବାକୁ ଦିଆଯିବ ନାହିଁ ବୋଲି ପ୍ରଜାମେଳିରେ ମତ ପ୍ରକାଶ ପାଇଥିଲା।

Advertisment

ଏସ୍‌ପି ଋଷିକେଶଙ୍କ ବଦଳି ବାତିଲ କରି ଆଉ କିଛିଦିନ ମାଲକାନଗିରିରେ ରହିବାକୁ ଦିଆଯାଉ ବୋଲି ସ୍ୱାଭିମାନ ଅଞ୍ଚଳବାସୀ ଦାବି କରିଛନ୍ତି। ଏସ୍‌ପି ଋଷିକେଶ ଖିଲାରୀଙ୍କ ମୟୂରଭଞ୍ଜକୁ ହୋଇଥିବା ବଦଳି ବାତିଲ କରିବାକୁ ସମସ୍ତେ ଦାବି କରିଛନ୍ତି। 

Odisha Praja Meli
Advertisment
Advertisment