• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆରେଷ୍ଟ ନେଇ ନିଜ ଟୁଇଟର ହ୍ୟାଣ୍ଡେଲରେ ଭିଜିଲାନ୍ସ ବିଭାଗର ସୂଚନା

  • ନଗଦ ୨ଲକ୍ଷ ୮୦ ହଜାର ଟଙ୍କା ଧରି ଗାଡ଼ିରେ ଆସୁଥିବାବେଳେ ଖୋର୍ଦ୍ଧାରେ ଧରିଥିଲା ଭିଜିଲାନ୍ସ

ମାଲକାନଗିରି : ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି । ଗତକାଲି ସୁଶାନ୍ତଙ୍କ ଠାରୁ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ମିଳିଥିଲା । ମୋଟୁରୁ ନିଜ ଘର ନଖରାକୁ ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ମୋଟୁ ଆଇଆଇସି ।

ଖୋର୍ଦ୍ଧା ନିକଟରେ ସୁଶାନ୍ତଙ୍କୁ ଧରି ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଜବତ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ମୋଟୁ ଥାନା IIC । ପରେ ମୋଟୁ ଥାନା IICଙ୍କ କଟକ ଓ ମୋଟୁ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ତେବେ ସୁଶାନ୍ତଙ୍କ ଘର ତନଖି ବେଳେ ନିକଟରେ ପତ୍ନୀଙ୍କ ନାଁରେ କିଣିଥିବା ପ୍ଲଟ ସେଲଡିଡ୍ ମିଳିଥିଲା । ପ୍ଲଟକୁ ସେ ୨୪ ଲକ୍ଷ ୯୦ ହଜାର ମୂଲ୍ୟରେ କିଣିଥିଲେ ।