Advertisment

ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ?

ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ?

maoists surrender

ଜୟପୁର/ମାଲକାନଗିରି: ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ମାଓବାଦୀ ଅଛନ୍ତି। ମାଲକାନଗିରି SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏରିଆ କମିଟି ମେମ୍ବର ସବିତା ଏବଂ ପାର୍ଟି ମେମ୍ବର ରାଇଧର ଆତ୍ମସମର୍ପଣ କରିଛନ୍ତି। ସବିତାଙ୍କ ନାଁରେ ୨ ଲକ୍ଷ ଓ ରାଇଧରଙ୍କ ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଓ କ୍ୟାମ୍ପରେ ବହୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବାରୁ ସେହି ଭୟରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

Advertisment

ସେହିପରି କୋରାପୁଟରେ ନାରାୟଣପାଟଣା ପିଲିବୋର ଗାଁର ତାଲ୍ସ ହୁଇକା ନାମକ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଡିଜିପିଙ୍କ କହିବା କଥା, ଧିରେ ଧିରେ ମାଓ ସଂଗଠନ ଗୁଡ଼ିକ ପ୍ରତି ଓଡ଼ିଆ କ୍ୟାଡର ମାଓବାଦୀଙ୍କ ମୋହ ଭଙ୍ଗ ହେବାରେ ଲାଗିଛି। ଆତ୍ମସମର୍ପଣକାରୀ ମାଓବାଦୀ ରାଜ୍ୟ ସରକାରଙ୍କ ଥଇଥାନ ନୀତି ପ୍ରତି ଆକର୍ଷିତ ହେଉଛନ୍ତି। କେବଳ ଏତିକି ନୁହେଁ, ଓଡ଼ିଶା ପୋଲିସର ଦାୟିତ୍ୱ ପଣିଆକୁ ଦେଖି ଓଡ଼ିଶା କ୍ୟାଡର ମାଓବାଦୀ ମୁଖ୍ୟ ସ୍ରୋତକୁ ଫେରୁଥିବା ଆଇଜି(ଅପରେସନ୍‌)ଅମିତାଭ ଠାକୁର କହିଛନ୍ତି।

Advertisment

ପୋଲିସ ଡିଜି ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ମାଲକାନଗିରିର ମାଥିଲି ଥାନା ଅନ୍ତର୍ଗତ ଟେମ୍ରୁପାଲିରେ ଏବଂ କୋରାପୁଟର ସୁନାବେଡ଼ାଠାରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଥିଲେ। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି(ଅପରେସନ), ବିଏସ୍ଏଫ ଆଇଜି, ଆଇଜି ହେଡ୍‌ କ୍ୱାର୍ଟର୍ସ ଓ କୋରାପୁଟ ଏସ୍‌ପତି ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ କନ୍ଧମାଳ ଗସ୍ତରେ ଯାଇଥିଲେ ଡିଜିପି ଅଭୟ।

Odisha Maoists Maoists Surrenders Before Odisha Police
Advertisment
Advertisment