ଦିନେ ମାଓ ଭୟରେ ନିର୍ବାଚନ ଆସିଲେ ଲୁଚୁଥିଲେ, ଏବେ ଭୟକୁ ଖାତିର୍ ନକରି ଆଗକୁ ଆସିଛନ୍ତି ଲୋକେ। ମାଓ ଭୟ ଛା଼ଡ଼ି ଆଗକୁ ଆସିଛନ୍ତି ପ୍ରାର୍ଥୀ ଏବଂ ଭୋଟର।
ସ୍ୱାଭିମାନ ଅଞ୍ଚଳର ଅନେକା ଗାଁ ବାଲିମେଳା ଜଳଭଣ୍ଡାର କୂଳରେ ଅବସ୍ଥିତ । ତେଣୁ ଏହି ଜଳପଥ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀ ମେଡିକାଲରେ ପହଞ୍ଚିବା ଆହୁରି ସୁଗମ ହୋଇପାରିବ ବୋଲି ଆଶା କରିଛନ୍ତି ଲୋକେ ।
ଜାତୀୟ ସ୍ତରରେ ଆଦିବାସୀ ପ୍ରତିଭା। ମାଲକାନଗିରି ଉପାନ୍ତ ଜିଲ୍ଲାର ୧୩ ଜଣ ଅନାଥ ପିଲା ରିୟଲିଟି ଶୋ’ ‘India's Got Talent’ ରେ ସେମାନଙ୍କର ଜଲ୍ଓ୍ୱା ଦେଖାଇଛନ୍ତି।
ଚଉଦ ବରଷ ଝିଅ ସନ୍ଧ୍ୟା ଖେଳ ମଜାରେ ଦିନ ବିତେଇବା ବୟସରେ ଆଜି ସାଝିଛି ଦିନ ମଜୁରିଆ।ଆଜିକି ତିନି ବର୍ଷ ତଳେ ବାପା ତାର ପ୍ରାଣ ହରାଇଛନ୍ତି। ବାପାଙ୍କ ଦେହାନ୍ତ ପରେ ପରେ ମାଆ ମାନସିକ ରୋଗରେ ଶିକାର ହୋଇ କୁଆଡେ ଚାଲିଯିବା ପରେ ଅନାଥ ହୋଇ ପଡିଲେ ସନ୍ଧ୍ୟା ଓ ତାର କୁନିକୁନି ଦୁଇ ଭାଇ ଭିକି ଓ ଅଭି
ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢିଯାଇଛି ଭାଲୁ, ଶିକାରୀ ଆକ୍ରମଣ କରିଥିବା ସନ୍ଦେହ କରିଛି ବନବିଭାଗ
ଜଣେ HIV ପଜିଟିଭ୍ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରାଇ ମେଡିକାଲ୍ରୁ ଫେରାଇ ଦେବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ମେଡିକାଲ୍ କର୍ତ୍ତୃପକ୍ଷ ଚେତିଛନ୍ତି।
ଖୋଦ୍ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଗାଡ଼ିର ଫିଟନେସ୍ ନଥିବା ବେଳେ ଇନ୍ସ୍ୟୁରାନ୍ସ ଅବଧି ମଧ୍ୟ ସରିଗଲାଣି। ଏପରିକି ଗା଼ଡିର ଟ୍ୟାକ୍ସ ମଧ୍ୟ ପୈଠ ହୋଇନି। ଏହା ସତ୍ତ୍ୱେ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ବସ୍ରେ ପ୍ରତ୍ୟେକ ଦିନ କୁନି କୁନି ଛାତ୍ରଛାତ୍ରୀ ଯାତ୍ରା କରୁଛନ୍ତି।
ଆଜି ସକାଳୁ ସବୁ କିଛି ଠିକ୍ ଥିବା ବେଳେ ହଠାତ୍ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ନିଜେ ଯବାନ ଗୁଳି କରି ଦେଇଥିଲେ।
୧୯୮୫ରେ ଉତ୍କଟ ଦାରିଦ୍ର୍ୟ ପାଇଁ ଏକଦା ଅନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଥିଲା ଫାନସ ପୁଞ୍ଜି । ନିଜ ଅଭାବୀ ପଣ ପାଇଁ ଓଡ଼ିଶାର ଗରିବୀକୁ ବିଶ୍ୱ ଦରବାରରେ ଚର୍ଚ୍ଚିତ କରାଇଥିବା ଫାନସଙ୍କ ସେଇ ଚିରାଚରିତ ପଲିଥିନ୍ ଟଣା ମାଟିଘର ଏବେ ବି ରହିଛି ।
ଜଣେ ସ୍ତ୍ରୀର ବିଶ୍ୱାସ ଓ ନିରୋଳା ଭଲପାଇବା ଆଗରେ ହାର ମାନିଛନ୍ତି ମାଓବାଦୀ । ଅପହରଣ କରି ନେବାର ଦୀର୍ଘ ୭ ଦିନ ପରେ ଇଞ୍ଜିନିୟରଙ୍କୁ ମୁକ୍ତ କରିଛନ୍ତି
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ପଣଷପୁଟ ହାଟରେ ସପ୍ତାହକୁ ଥରେ ମଦ ପସରା ଧରି ଏକାଠି ହୁଅନ୍ତି ଆଦିବାସୀ ।
ଦିନେ ଗଂଜେଇ ଚାଷ କରୁଥିଲେ, ଏବେ ବିଭିନ୍ନ ପ୍ରକାର ଚାଷ କରି ଇନିଜ ପରିବାରର କରୁଛନ୍ତି ପ୍ରତିପୋଷଣ
ଲାଲବାହିନୀଙ୍କ ପ୍ରତ୍ୟକ୍ଷ ଇଶାରାରେ ଚାଲିଥିଲା ଗଞ୍ଜେଇ ଚାଷ । ସ୍ୱାଭିମାନ ଅଞ୍ଚଳର ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ମୁହଁ ଖୋଲିଛନ୍ତି ପଞ୍ଚାୟତବାସୀ । ବର୍ଷ ବର୍ଷ ଧରି ଲାଲବାହିନୀ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ସହ ବିପୁଳ ପରିମାଣର ଟଙ୍କା କମାଉଥିଲେ । କ୍ୟାମ୍ପ ପ୍ରତିଷ୍ଠା ପରେ ଯଡାମ୍ବ ପଞ୍ଚାୟତର ପ୍ରାୟ ୧୦ରୁ ୧୨ଟି ଗାଁର ଲୋକେ ଗଂଜେଇ ବଦଳରେ ଏବେ ଧାନ, ବିରି, ପନିପରିବା ପରି ଅନେକ ଚାଷ କରୁଛନ୍ତି
ବଣ ମଲ୍ଲୀ ବଣରେ ମଉଳି ଯାଉଛି । ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢିପାରୁନି । ପ୍ରତିଭା ଥିବା ସତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।
ଆଦିବାସୀ ଇଲାକାରେ ଡିଜିଟାଲ୍ ଜୁଆ । ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ । ସୁରାଗ୍ ପାଇବା ପରେ ମାଲକାନଗିରି ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଏହି ଗୁଳି ବିନିମୟ ଘଟିଛି।
ଦୁଇ ବର୍ଷ ଧରି କରୋନା ମାଡ଼ । ଆଉ ଏବେ ଡିଜେଲ ଅମୂଲ ମୂଲ । ଶତକ ଛୁଆଁ ଡିଜେଲ୍ ଖାଲି ଯେ ଶହ ଶହ ବୋଟ୍ ଓ ଟ୍ରଲର ଚଳାଚାଳରେ ବେଡି ପକାଇଛି ତା ନୁହେଁ, ସମୁଦ୍ରରେ ମାଛ ଧରି ଜୀବିକା ଅର୍ଜନ କରୁଥିବା ଧୀବର ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରୁ ବି ସିଧା ଦାନା ଛଡ଼ାଇ ନେଇଛି ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଯାତାୟାତ ପାଇଁ ପୂର୍ବରୁ ଅନେକ ମୋଟର ଲଞ୍ଚ ବାଲିମେଳା ଜଳ ଭଣ୍ଡାରରେ ଯାତାୟାତ କରୁଥିଲା । କିନ୍ତୁ ପ୍ରଶାସନର ରକ୍ଷଣାବେକ୍ଷଣା ଅଭାବରୁ ଏବେ ପ୍ରାୟ ବୋଟ ଅଚଳ ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହି ନଷ୍ଟ ହେବାକୁ ବସିଛି ।
ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ପୋଲିସ୍ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଯୁବକଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖି ନିର୍ଧୂମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ଡିଜି ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ଡିଜିପି ଅଭୟ, ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ।
ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ।
ମାଲକାନଗିରିରେ ଏବେ ବି ପ୍ରବଳ ବର୍ଷା ଜାରି ରହିଛି । ଏମ୍ଭି ୯୬ ବ୍ରିଜ୍ ଉପରେ ୨ ଫୁଟର ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ପାଣି ଚାଲୁଥିିବାକୁ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ଅଟକି ରହିଛି । ପୋଲିସ କର୍ମଚାରୀ ଉଭୟ ପାର୍ଶ୍ୱରେ ଜଗିରହିଛନ୍ତି ।
ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି ।
ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି ।
ତେଲେଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ କରିଛି ଆତ୍ମ ସମର୍ପଣ ।