ଓଡ଼ିଶାରେ ଟିମ୍ ‘ପୁଷ୍ପା’। ବହୁ ଚର୍ଚ୍ଚିତ ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା ୨’ର ଶୁଟିଂ ଓଡ଼ିଶାରେ ଆରମ୍ଭ ହେବ।
ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥା’ନ୍ତି । ତେଣୁ ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି ।
ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।
ଦିନେ ନକ୍ସଲ ବସି ରଣନୀତି କରୁଥିଲେ, ଆକ୍ରମଣର ନକ୍ସା ପ୍ରସ୍ତୁତ କରୁଥିଲେ..ଏବେ ସେଇଠି ଚାଲିଛି କମ୍ପ୍ୟୁଟର ଶିକ୍ଷା...ବଦଳିଯାଇଛି ସ୍ୱାଭିମାନ ଅଞ୍ଚଳର ଲାଲଗୃହର ଠିକଣା
ସାମ୍ନାକୁ ଆସିଲା ମାଓ କ୍ୟାମ୍ପର କଳାକାହାଣୀ । ବାହା ହେବାକୁ ଦିଆଯାଉଥିଲା ଅନୁମତି , ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କର ହେଉଥିଲା ବନ୍ଧ୍ୟାକରଣ । ଆତ୍ମସମର୍ପଣ ପରେ ଖୋଲିଲା ଗୁମର
ବ୍ରିଜ୍ ନୁହେଁ ତ ଯମଦ୍ୱାରକୁ ରାସ୍ତା । ଢଳେଇ ଫାଟି ଆଁ କଲାଣି, ରଡ୍ ଦେଖାଗଲାଣି । ୨୦୨୪ରେ କାମ ସରିବାର କଥା...ହେଲେ ଆଜିଯାଏଁ ଆରମ୍ଭ ହୋଇନି କାମ
ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ରଘୁରାମ । କଥାଟା ଟିକେ ହଜମ ନହେଲେ ବି ସତ ।
ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।
ଲିଡ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ସହ ପହଁଚିଛନ୍ତି ଫିଲ୍ମର ପୁରା ଟିମ୍
ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇଛି । କିଛିଦିନ ପୂର୍ବେ ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ ହୋଇଥିଲା।
ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।
ବିଦେଶରେ ଆଇଟିଆଇ ବ୍ୟବସ୍ଥା ଓ ସେଠାରୁ ଅଧିକ ଜ୍ଞାନକୌଶଳ ହାସଲ ଲାଗି ରାଜ୍ୟର ୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ପଠାଉଛି ଇପିକଲ ସଂସ୍ଥା । ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ବିଭାଗ ପିଲାଙ୍କ ନା ମନୋନୀତ କରିଛି । ତେବେ ସେଇ ତାଲିକାରେ ମାଲକାନଗିରିର ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ ସାମିଲ ହୋଇଥିବାରୁ ତାକୁ ନେଇ ବେଶ ଖୁସି ବୁଦ୍ରୀ ।
ସମ୍ବଲପୁର-୪୨.୨ ଡିଗ୍ରୀ, ଝାରସୁଗୁଡା- ୪୧.୬ ଡିଗ୍ରୀ
କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି ।
ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ମାଲକାନଗିରି ସ୍ୱାଭିମାନଞ୍ଚଳ ଧୂଳିପୁଟ ପଂଚାୟତର ମାନ୍ଧାପାଲି ଗାଁର କାଙ୍ଗାରୁ ପରିବାର । ୬ ସନ୍ତାନଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହେବା ପରେ ଏଇ ସନ୍ତାନଙ୍କ ସହ ବଂଚିବା ଲାଗି ଅହରହ ସଂଗ୍ରାମ କରୁଛନ୍ତି ବିଧବା କାସୁଲ ଆମା । କାସୁଲଙ୍କ ଭାଗ୍ୟରେ କେବଳ ବିଡ଼ମ୍ବନା, ଅଭାବ ଆଉ ଅନାଟନ । କିଛି ସାହାଯ୍ୟ ମିଳିନଥିବାରୁ ଭାଗ୍ୟକୁ ଆଦରି ପଡ଼ିଛି ପୂରା ପରିବାର । ଜମିବାଡ଼ି ବୋଲି କିଛି ନାହିଁ। ଭଙ୍ଗା ଝାଟି ମାଟି ଜରି ଘୋଡା ଘରେ ଏବେ କଟୁଛି ଦିନ ।
ମାଥିଲି ବ୍ଲକ୍ ବିରେନପାଲିର କୌଶଲ୍ୟା ଭୂୟାଁ ଗର୍ଭବତୀ ଥିବା ମିଛ ବାହାନା କରି ପ୍ରତିମାସରେ ଏଏନଏମଙ୍କ ପାଖକୁ ଯାଉଥିଲେ ।ଏପରିକି ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ ।
ଜଗତଜନନୀ ମା ଦୁର୍ଗାଙ୍କର ଏମିତି କିଛି ସ୍ୱପ୍ନାଦେଶ ମିଳିବା ପରେ ପୂଜକ ଅବିଳମ୍ବେ ଜଗନ୍ନାଥ ମନ୍ଦିର ପରିସରକୁ ଧାଇଁ ଗଲେ । ସ୍ୱପ୍ନାଦେଶ ଅନୁସାରେ ନିର୍ଦ୍ଧାରିତ ସ୍ଥାନରେ ଯଥା ରୀତିନୀତି ଅନୁସାରେ ଖନନ କାମ ଆରମ୍ଭ କରିଦେଲେ । 7 ଫୁଟ୍ ଖୋଳିବା ପରେ ଶେଷରେ ସତ ହେଲା ସ୍ୱପ୍ନାଦେଶ । ମିଳିଲେ ନାଗ ମୂର୍ତ୍ତି ଥିବା ଗଙ୍ଗା ମାତାଙ୍କ ଦିବ୍ୟ ଓ ଅଲୌକିକ ପ୍ରତିମା..
ଆସନ୍ତା ୧୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା
ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।