ନୂଆଦିଲ୍ଲୀ: ଚାଇନା ପରେ ଭାରତ ପ୍ରତି ଘାତକ ହେବାକୁ ବସିଲାଣି ପ୍ରାଣଘାତୀ କରୋନା ଭାଇରସ। ସୋମବାର ଦୁଇ ଜଣ, ମଙ୍ଗଳବାର ୮ ଜଣ ଏବଂ ବୁଧବାର ଆକ୍ରାନ୍ତ ସଂଖ୍ୟା ୨୯ରେ ପହଞ୍ଚିବାରୁ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭାରତରେ ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ଇଟାଲୀ ପର୍ଯ୍ୟଟକ ବୋଲି ଜଣାପଡ଼ିଛି। ସେହିପରି ଗୁରୁଗ୍ରାମରେ ଜଣେ ପେଟିଏମ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେ ଭାରତୀୟ କି […]
ହଠାତ୍ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ ଆସିଲା କେଉଁଠି ? ଚୀନର ଲ୍ୟାବ୍ରେ କରୋନା ଭାଇରସ କୋଭିଡ-୧୯ ବିକଶିତ ହୋଇଥିବା ଅନେକ ରିପୋର୍ଟରେ ଖୁଲାସା ହୋଇଥିବା ବେଳେ ଚୀନ ଏହାକୁ ଖଣ୍ଡନ କରି ଆସୁଛି।
‘କାରିଗିଲ ଯୁଦ୍ଧବେଳେ ଆମକୁ ୩୦ ପ୍ରତିଶତ କମ୍ ବଜେଟ୍ରେ କାମ କରିବାକୁ ପଡ଼ିଥିଲା। କାରଗିଲ ଯୁଦ୍ଧ ସମୟରେ ଅଧିକ ଉଚ୍ଚରେ ଶତ୍ରୁପକ୍ଷର ମୁକାବିଲା ପାଁ ଆମ ପାଖରେ ଏପରି ଯୋତା ବା ପୋଷାକ ନ ଥିଲା ।’
ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେରଶାହ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଆଜି ଜୁଲାଇ ୨୫ରେ କରଣ ଜୋହରଙ୍କ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି।
ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ନାସାର ଇନ୍ସାଇଟ୍ ମିଶନର ସେସମୋମିଟର ଦ୍ୱାରା ଚିହ୍ନଟ ହୋଇଥିବା ମଙ୍ଗଳର ଭୂକମ୍ପକୁ ଅଧ୍ୟୟନ କରି ଏହି ଗ୍ରହର ଆଭ୍ୟନ୍ତରୀଣ ଗଠନ ବିଷୟରେ ବିସ୍ତୃତ ଭାବରେ ଅନୁସନ୍ଧାନ କରିଛି। ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ରେଡ୍ ପ୍ଲାନେଟ୍ର ମୂଳର ଆକାର ଏବଂ ରଚନା, ଏହାର ଭୂତଳ ଏବଂ ମେଣ୍ଟାଲ ବିଷୟରେ ସୂଚନା ବାହାର କରିଛନ୍ତି।
କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଜେ. ପି. ନଡା ଭିନ୍ନ ମତ ଦେଇଛନ୍ତି। ଦକ୍ଷିଣ ରାଜ୍ୟରେ କୌଣସି ରାଜନୈତିକ ସଙ୍କଟକୁ ଏଡ଼ାଇବା ସହିତ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦ୍ୟୁରପ୍ପା ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି।
ଜୁଲାଇ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରପ୍ରଦେଶ ଗସ୍ତ ବାତିଲ କରାଯାଇଛି। ଏହି ଦିନ ସିଦ୍ଧାର୍ଥନଗର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୋଦି ଯୋଗଦେବାକୁ ଯାଉଥିଲେ। ଏହି ଗସ୍ତରେ ଉତ୍ତରପ୍ରଦେଶରେ ନଅଟି ନୂତନ ମେଡିକାଲ କଲେଜ ଉଦ୍ଘାଟନ କରିବାକୁ ଯାଉଥିଲେ।
ଭାରତ-ପାକ୍ ସୀମାରେ ଡ୍ରୋନ୍ ଦ୍ୱାରା ପକାଯାଇଥିବା IED ଜାମ୍ମୁ ଅଞ୍ଚଳରେ ଏକ ଜନଗହଳିପୂର୍ଣ୍ଣ ବଜାରକୁ ବିସ୍ଫୋରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ଦର୍ଶାଉଛି ଯେ ଫେବୃଆରୀରେ ସ୍ୱାକ୍ଷରିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତି କାରଣରୁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ସହିତ ନିଜର ଯୋଗାଣ ଶୃଙ୍ଖଳା ବଜାୟ ରଖିବା ନେଇ ପାକିସ୍ତାନ ଏଭଳି ଚେଷ୍ଟା କରୁଛି।
ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ନୀତୀଶ କୁମାରଙ୍କ ଉପସ୍ଥିତି ଯୋଗୁଁ ବିହାର ରାଜନୀତିରେ ଉତ୍ତେଜନା ତୀବ୍ର ହୋଇଛି। ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜାତି ଜନଗଣନା ପ୍ରସଙ୍ଗରେ ନୀତୀଶ କୁମାରଙ୍କ ବିବୃତ୍ତି ପରେ ବିରୋଧୀ ଦଳରେ ଆଶା ସଂଞ୍ଚାର ହୋଇଛି ଯେ ଏହି ବିବୃତ୍ତି ପରେ ଭବିଷ୍ୟତରେ କିଛି ନୂତନ ରାଜନୈତିକ ସଙ୍କେତ ଆସିପାରେ।
ମଧ୍ୟପ୍ରଦେଶ ଅନଲକ୍ ନେଇ ବିଦ୍ୟାଳୟ ଗୁଡିକ ଖୋଲିବାକୁ ଯାଉଛି। ଜୁଲାଇ ୨୬, ସୋମବାର ଠାରୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସାରା ରାଜ୍ୟରେ ଶ୍ରେଣୀର ସୁରକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ପିଲାମାନଙ୍କର ସୁରକ୍ଷା ପାଇଁ ଗୋଟିଏ ଶ୍ରେଣୀରେ କେବଳ ୧୫ ଜଣ ଛାତ୍ର ବସିବା ପାଇଁ ବ୍ୟବସ୍ଥା କରାଯାଇଛି।
ହିମାଚଳ ପ୍ରଦେଶର କିନ୍ନୌର୍ ଜିଲ୍ଲାର ବାଟସେରୀ ପାହାଡରୁ ପଥର ଖସିଛି। ଫଳରେ ଅନେକ ଗାଡି ଉପରେ ପଥର ପଡିଛି। ଏହି ଦୁର୍ଘଟଣାରେ ପର୍ଯ୍ୟଟକରେ ଭରା ଏକ ଗାଡି ଉପରେ ଏକ ଭାରୀ ପଥର ଖସିପଡିବାରୁ ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ହୋଇଛନ୍ତି।
ପୋର୍ଣ୍ଣୋଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ କମ୍ପାନୀ ଜେଏଲ ଷ୍ଟ୍ରିମ୍ ମୁମ୍ବାଇ ପୋଲିସ୍ର କ୍ରାଇମବ୍ରାଞ୍ଚ୍ ଦ୍ୱାରା ମୁହାଁମୁହିଁ ହେଉଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରାଜ କୁନ୍ଦ୍ରା ଗିରଫ ହେବା ପରେ ମଧ୍ୟ କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଉତ୍ପାଦନ କରିବାକୁ ଯୋଜନା କରିପାରେ।
ଅଲିମ୍ପିକ୍ସରେ ପଦକ ଜିତି ମୀରାବାଇ ଚାନୁ ଦେଶକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବାରେ ମୀରାବାଇ ଚାନୁ ଦେଶର ଦ୍ୱିତୀୟ ଭାରୋତ୍ତୋଳକ ହୋଇପାରିଛନ୍ତି। ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମୀରାବାଇ ଚାନୁଙ୍କ ବିଜୟ ପାଇଁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।
ପୋର୍ଣ୍ଣୋଗ୍ରାଫୀ ମାମଲା ନେଇ ବିବାଦରେ ଛନ୍ଦିହୋଇ ପଡିଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମଡେଲ ଏବଂ ଅଭିନେତ୍ରୀ ସାଗରିକା ଶୋନା ଏବଂ ପୁନମ ପାଣ୍ଡେ ତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ। ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ନାମରେ ଅଭିଯୋଗ କରିଥିବା ମହିଳାଙ୍କ ତାଲିକାରେ ଆଉ ଏକ ନାଁ ଯୋଡି ହୋଇଯାଇଛି ।
ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ। ଯାହାର ଦାମ୍ ୬୦ ହଜାର ଟଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ଖାଇବାକୁ ଅନେକ ଲୋକ ପୂର୍ବରୁ ଟିକେଟ୍ ମଧ୍ୟ ବୁକିଂ କରୁଥିବା ଜଣାଯାଏ
ଆସନ୍ତା ଅଗଷ୍ଟ ୧୫ ଆମ ପାଇଁ ସ୍ୱାଧୀନତା ଦିବସ ପାଳନର ୭୫ ବର୍ଷ ପୂର୍ତ୍ତୀ ରହୁଛି। ତେଣୁ ଏହାକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ଥାନୀୟ ଉଦ୍ୟୋଗପତିଙ୍କ ପାଇଁ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱ ଦେବାକୁ ଅନୁରୋଧ କଲେ ମୋଦି। କେବଳ ଏତିକି ନୁହେଁ ବରଂ ଆସନ୍ତା ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ହେବାକୁ ଯାଉଛି। ତେଣୁ ୧୯୦୫ ଅଗଷ୍ଟ ୭ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କଥା ମନେ ପକାଇବାକୁ ଅପିଲ କଲେ ମୋଦି।
ଆଉ ଏହାରି ମଧ୍ୟରେ ସମାନ ଅବସ୍ଥା ରାଜସ୍ଥାନରେ ଦେଖାଯାଇଛି। ତେଣୁ ଏହାରି ମଧ୍ୟ ସମାଧାନ କରିବା ଲାଗି ଅଂଟା ଭିଡିଛନ୍ତି ଦଳୀୟ ନେତା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟଙ୍କ ମଧ୍ୟରେ ଥିବା ଫାଟ ବଢିବାରେ ଲାଗିଛି।
ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି।ଯାହା ପୋଲିସ୍କୁ ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି।
କେବଳ ଏତିକି ନୁହେଁ ବରଂଏ ପର୍ଯ୍ୟନ୍ତ ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ ଡୋଜ୍ ଟିକାକରଣ ହୋଇଥିବା ନେଇ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୩,୩୧,୫୦,୮୬୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
ନୌଚାଳନା ମହିଳା ରାଉଣ୍ଡ ୧ରେ ନେତ୍ରା କୁମାନାଙ୍କର ଆଜି ଇଭେଣ୍ଟ ରହିଛି। ସେହିପରି ୧୦ମିଟର ଏୟାର ରାଇଫଲ ପୁରୁଷ ବିଭାଗରେ ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନଓ୍ୱର ଆଜି ମୈଦାନକୁ ଓହ୍ଲାଇବେ। ଟେବୁଲ ଟେନିସ ପୁରୁଷ ବିଭାଗ ସିଙ୍ଗଲ୍ସରେ ସଥିୟାନ ଗୁନଶେଖରନ ମଧ୍ୟ ଆଜି ମୈଦାନକୁ ଓହ୍ଲାଇବେ। ନୌଚାଳନାରେ ବିଷ୍ଣୁ ସରବାନନ୍, ଟେବୁଲ ଟେନିସ ରାଉଣ୍ଡ-୨ରେ ମନୀକା ବାତ୍ରା, ବକ୍ସିଂ ପୁରୁଷ ବିଭାଗରେ ମନୀଷ କୌଶିକ ମୈଦାନକୁ ଓହ୍ଲାଇବେ। ସୁଇମିଂ ରାଉଣ୍ଡ୧ ମହିଳା ବିଭାଗରେ ମାନା ପଟେଲ, ସୁଇମିଂ ରାଉଣ୍ଡ ୩ ପୁରୁଷ ବିଭାଗରେ ଶ୍ରୀହରି ନଟରାଜଙ୍କର ଆଜି ଇଭେଣ୍ଟ ରହିଛି
ଚାନୁଙ୍କ ସଫଳତା କୋଟି କୋଟି ଭାରତୀୟଙ୍କ ହୃଦୟରେ ଆଣିଛି ହର୍ଷୋଲ୍ଲାସ। ଜାପାନରେ ଏହି ଜିତ୍ ପରେ ସାରା ଦେଶରେ ଜୟଜୟକାର ଚାଲିଛି ଚାନ୍ଦି ଗର୍ଲ ମୀରାବାଇ ଚାନୁଙ୍କର। ତେବେ ଚାନୁଙ୍କ ଏହି ଜୟଯାତ୍ରା ପଛରେ ରହିଛି ୫ ବର୍ଷର ଶ୍ରମ, ସଂଘର୍ଷ ଓ ସଫଳତାର କାହାଣୀ। ୨୦୧୬ ରିଓ ଅଲିମ୍ପିକ୍ସ, ୨୦୧୪ କମନେଓ୍ବଲ୍ଥ ଗେମ୍ସରେ ସିଲଭର ଜିତିଥିବାରୁ ତାଙ୍କଠାରୁ ପଦକ ଆଶା କରିଥିଲା ଭାରତ
ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଛି। ଗତକାଲି ସୁଦ୍ଧା ୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଆହତ ଓ ୫୫ ଜଣ ନିଖୋଜ ରହିଥିଲେ କିନ୍ତୁ ଏବେ ମୃତ୍ୟୁ ସଂଖ୍ୟା ବଢିଛି
ଗତ ୮ ଦିନ ଧରି ଲଗାତାର ତେଲ ଦର ବୃଦ୍ଧି ହୋଇଥିବା ସ୍ଥାନୀୟ ଡିଲରମାନେ କହିଛନ୍ତି। ଆଜି ତୈଳଦର ବୃଦ୍ଧି ହୋଇନାହିଁ ହେଲେ ବି ଦର ୧୧୦ରେ ପହଞ୍ଚିଲାଣି। ସେହିପରି ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୦୧ ଟଙ୍କା ୮୪ ପଇସା ରହିଥିବା ବେଳେ ଡିଜେଲ ୮୯ ଟଙ୍କା ୮୭ ପଇସା ରହିଛି।
ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଛି। ଏନେଇ ୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଆହତ ଓ ୫୯ ଜଣ ନିଖୋଜ ଅଛନ୍ତି।
ଖୁବ୍ ଶୀଘ୍ର କର୍ଣ୍ଣାଟକରେ ଏକ ବଡ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ଗନ୍ଧ ତୀବ୍ର ହୋଇଛି। ବିଜେପି ହାଇକମାଣ୍ଡ ସିଏମ୍ ବି. ଏସ୍. ୟେଦ୍ୟୁରପ୍ପାଙ୍କ ବିକଳ୍ପ ଚୟନ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀକୁ ଇସ୍ତଫା ଦେବାକୁ କୁହାଯାଇପାରେ।