ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ବିଜେପିର ଟାର୍ଗେଟ୍। CAA ପ୍ରସଙ୍ଗରେ ରାଜଧର୍ମ ପାଳନ ନେଇ ସୋନିଆ ଗାନ୍ଧିଙ୍କ ପ୍ରଶ୍ନ ପ୍ରସଙ୍ଗରେ ଜବାବ ମାଗିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। ସିଏଏ ନେଇ ପୂର୍ବରୁ କଂଗ୍ରେସ ନେତାମାନେ ଦାବି କରି ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସିଏଏ ପାଇଁ ଦାବି କରିଥିଲେ। ଏବେ କଣ ପାଇଁ କଂଗ୍ରେସ ନୀତି ପରିବର୍ତ୍ତନ କଲା। ଏହା ରାଜଧର୍ମ କି ବୋଲି ପଚାରିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ହାତ ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ୍ ଆପ୍ ନେତା ତାହିର୍ ହୁସେନ୍ଙ୍କ ନାମରେ ମାମଲା ରୁଜୁ କରିବା ପରେ ତାହିର୍ଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କଲା ଆମ୍ ଆଦମୀ ପାର୍ଟି। ଦିଲ୍ଲୀ ହିଂସାରେ ତାଙ୍କର ସନ୍ଦେହଜନକ ଭୂମିକା ରହିଥିବା ନେଇ ପୂର୍ବରୁ ବିଭିନ୍ନ ଭିଡିଓ ଆସିଥିଲା। ଆଜି ପୁଲିସ୍ ଆମ୍ ଆଦମୀ ପାର୍ଟି ନେତା ତାହିର ହୁସେନ୍ଙ୍କୁ କବ୍ଜାକୁ ଆଣିବା ପାଇଁ ତାଙ୍କ ଘର ଉପରେ ଲଗାତାର ଚଢ଼ଉ କରିଥିଲା। […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍ଗୁ ଦେଶମ୍ ପାର୍ଟିର ମୁଖିଆ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିକୁ ଜୋତା, ଅଣ୍ଡା ଓ ଟମାଡୋ ମାଡ଼ ହୋଇଛି। ଆଜି ଚନ୍ଦ୍ରବାବୁଙ୍କ ବିଶାଖାପାଟଣା ଗସ୍ତକୁ ଓ୍ୱାଇଏସଆର କଂଗ୍ରେସ ପାର୍ଟି କର୍ମୀ ବିରୋଧ କରି ଏପରି କରିଥିବା ଦେଖିବାକୁ ମିଳିଛି। ଚନ୍ଦ୍ରବାବୁ ଜନ ଚୈତନ୍ୟ ଯାତ୍ରା ଲାଗି ଆଜିଠୁ ଦୁଇ ଦିନିଆ ବିଶାଖାପାଟନମ ଗସ୍ତରେ ଯାଇଥିଲେ। ବିମାନବନ୍ଦରରୁ ସେ ପୁଡୁର୍ଥି ଅଭିମୁଖେ ରାଲିରେ ଯାଉଥିବା ବେଳେ ଓ୍ୱାଇଏସଆର କଂଗ୍ରେସ ପାର୍ଟିର ସମର୍ଥକମାନେ ବିରୋଧ […]
ନୂଆଦିଲ୍ଲୀ: ହିଂସା ଉସୁକାଇଥିବା ନେଇ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଜବାବ ରଖିଛନ୍ତି ବିଜେପି ନେତା କପିଲ ମିଶ୍ରା। ପତିକ୍ରିୟାରେ କପିଲ କହିଛନ୍ତି “ଯେଉଁମାନେ ଦେଶ ବିଭାଜନର କଥା କହୁଛନ୍ତି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। ଯେଉଁମାନଙ୍କ ଘରୁ ପେଟ୍ରୋଲ୍ ବୋମା ବାହାରୁଛି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। କିନ୍ତୁ ଯିଏ ରାସ୍ତା କ୍ଲିୟର୍ କରିବାକୁ ଅନୁରୋଧ କଲା, ଯେଉଁ ରାସ୍ତା ପାଇଁ ୩୫ ଲକ୍ଷ ଲୋକ ହଇରାଣ ହେଉଥିଲେ ତାଙ୍କୁ ହିଁ ଆତଙ୍କବାଦୀ କୁହାଯାଉଛି ବୋଲି […]
ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ସପ୍ତମ ଦିନରେ ଆଜି ଆଉ ଏକ ସ୍ୱର୍ଣ୍ଣ ଯୋଡ଼ିଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିର ଭାରୋତ୍ତୋଳକ ମନୋଜ ସାହୁ। ୬ଷ୍ଠ ଦିବସର ଶେଷ ସୁଦ୍ଧା ଓଡ଼ିଶା ମୋଟ ୪ଟି ପଦକ ଜିତିଥିବା ବେଳେ ୭ମ ଦିନର ପ୍ରଥମ ଭାଗ ଶେଷସୁଦ୍ଧା ଓଡ଼ିଶାର ମନୋଜ ସାହୁ ୭୩ କେଜି ବିଭାଗରେ ଉତ୍ତମ ପ୍ରଦର୍ଶନ ଦେଖାଇ ଆଜି ଏହି ସଫଳତା ହାସଲ କରିଛନ୍ତି, ଯାହାକି ପ୍ରତି ଓଡ଼ିଆ ଖେଳପ୍ରେମୀଙ୍କ ମନରେ ଉତ୍ସାହ ଭରିଦେଇଛି। ମନୋଜଙ୍କ […]
ନୂଆଦିଲ୍ଲୀ: ୩୫ରେ ପହଞ୍ଚିଛି ଦିଲ୍ଲୀ ହିଂସାକାଣ୍ଡ ମୃତ୍ୟୁସଂଖ୍ୟା। ଗଗନ ବିହାର ଓ ଜୋହରିପୁରରୁ ଆଜି ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ଶହରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ୧୩୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୦୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସେହିପରି ହିଂସା ମାମଲାରେ ୪୮ଟି ଏଫଆଇଆର ରୁଜୁ କରାଯାଇଛି। ଚାନ୍ଦବାଗ୍, ମୌଜପୁର, ଜାଫରାବାଦ୍, […]
ନୂଆଦିଲ୍ଳୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳିକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ସରକାରଙ୍କ ପକ୍ଷରୁ ତରବରିଆ ଭାବେ ତାଙ୍କୁ ବଦଳି କରାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଅଭିଯୋଗ କରିଛନ୍ତି। ସେପଟେ ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ। ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟର ସର୍ବୋଚ୍ଚ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଫେବୃଆରୀ ୧୨ ତାରିଖରେ ସୁପାରିଶ କରିଥିଲେ। ଏଥିପାଇଁ ସଂପୃକ୍ତ […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ମତ ଦେଇଥିବା ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍କୁ କଡ଼ା ସମାଲୋଚନା କରିଛି ଭାରତ। ସେମାନଙ୍କ ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଏବଂ ମିସଲିଡିଂ ବୋଲି ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏହା ପୂର୍ବରୁ ଓଆଇସି ପକ୍ଷରୁ ଦିଲ୍ଲୀର ହିଂସାକୁ ‘ମୁସଲିମ୍ ବିରୋଧୀ’ ବୋଲି କୁହାଯାଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଓଆଇସିର ମନ୍ତବ୍ୟ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ, ସିଲେକ୍ଟିଭ୍ ଏବଂ ମିସଲଡିଂ। ଶାନ୍ତି ଫେରାଇ […]
ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ତାହିରଙ୍କ ନାଁରେ ହିଂସା ଘଟାଇବା ଅଭିଯୋଗ ରହିଛି। ତାହିରଙ୍କ ଘରଠାରୁ ଅଳ୍ପ ଦୂରରେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଅଙ୍କିତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ତାହିରଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାହିରଙ୍କ ଘର ଉପରୁ ବୋମା, […]
ଭୁବନେଶ୍ୱର : ଗୁଗଲ୍ ଟ୍ରାନ୍ସଲେଟ୍ର୍ରେ ଏବେ ଆପଣ ଇଂରାଜୀ ଓ ହିନ୍ଦୀରୁ ଓଡ଼ିଆ ଭାଷାକୁ ଅନୁବାଦ କରିପାରିବେ। କେବଳ ଇଂରାଜୀ କାହିଁକି ଅନ୍ୟ ଭାଷାକୁ ବି ଆପଣ ଓଡ଼ିଆରେ ଅନୁବାଦ କରିପାରିବେ। ଆମେରିକା ଭିତ୍ତିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ର ଟ୍ରାନ୍ସଲେସନ୍ ବା ଅନୁବାଦ ଏବେ ଓଡ଼ିଆ ଭାଷା ମଧ୍ୟ ଯୋଡ଼ି ହୋଇଛି। ଗୁଗଲ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଓଡ଼ିଆ ସମେତ ମୋଟ ୫ଟି ନୂଆ ଭାଷାରେ ଏହି ସୁବିଧା ରହିଛି। ଏବେ ଇଂରାଜୀରୁ ହିନ୍ଦୀ, […]
ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ। ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମି ଫାଇନାଲ୍ରେ ପ୍ରବେଶ କରିଛି ଓମେନ ବ୍ରିଗେଡ। ଆଜି ମେଲବୋର୍ଣ୍ଣରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ର ୪ ରନରେ ପରାସ୍ତ କରିଛି ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ୱିକେଟରେ ୧୩୩ ରନ୍ ସଂଗ୍ରହ କରିଥିଲା। ୧୬ ବର୍ଷିୟ ଓପନର ସେଫାଳି ବର୍ମା ଲଗାତାର ତୃତୀୟ ମ୍ୟାଚରେ […]
ନୂଆଦିଲ୍ଲୀ: କଳାପଟାରେ ସ୍ୱପ୍ନ ଦେଖିବା ଶିଖାଉଥିବା ସ୍କୁଲ୍ କାନ୍ଥ ଏବେ ଦଙ୍ଗାର ନିଆଁରେ କଳାକାଠ। ବହି ଓ ବେଞ୍ଚ ସବୁ ଏବେ ପାଉଁଶ। ରବିବାରଠାରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଲାଗିରହିଥିବା ଦଙ୍ଗାରେ ଏକ ସ୍କୁଲ କୋଠା ମଧ୍ୟ ପୋଡ଼ିବାକୁ ପଛାଇନାହାନ୍ତି ଦୃର୍ବୃତ୍ତ। ପଥରମାଡ଼ ଏବଂ ଅନ୍ୟ ଅକଥନୀୟ ଆକ୍ରମଣରେ ୩୦ ଜଣରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି ଏବଂ ୨୦୦ ଲୋକ ଆହତ ହୋଇଛନ୍ତି। ତେବେ ବ୍ରିଜପୁରୀ ରୋଡ୍ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍କୁଲ ପୋଡ଼ିର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ […]
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦରବାରରେ ପହଞ୍ଚିଲା ଦିଲ୍ଲୀ ହିଂସା ପ୍ରସଙ୍ଗ। କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳ ପଦଯାତ୍ରା କରି ରାଷ୍ଟ୍ରପତି ଭବନକୁ ଯାଇଥିଲା ଦିଲ୍ଲୀର ଭୟଙ୍କର ହିଂସା ପାଇଁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ନିଷ୍କ୍ରିୟତା ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି […]