ଜାତୀୟ ରାଜଧାନୀରେ କରୋନା ଭାଇରସ୍ ସଂକ୍ରମଣର ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଏକ ବଡ଼ ଘୋଷଣା କରିଛି। ଶନିବାର DDMA ର ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଜୁଲାଇ ୨୬ରେ ସକାଳ ୫ଟାରୁ ଦିଲ୍ଲୀ ମେଟ୍ରୋ ଏବଂ ବସ୍ (ପବ୍ଲିକ୍ ଟ୍ରାନ୍ସପୋର୍ଟ) କୁ ୧୦୦% କ୍ଷମତା ବିଶିଷ୍ଟ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।
ପୂର୍ବ ଲଦାଖରେ ଚୀନ୍ର କୌଣସି କାର୍ଯ୍ୟକଳାପର ଜବାବ ଦେବା ପାଇଁ ଭାରତୀୟ ସେନା ଏହାର ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି। ଚୀନ୍ ସେନାର ମୁକାବିଲା ପାଇଁ ଭାରତୀୟ ସେନା କିଛି ମାସ ପୂର୍ବେ ପୂର୍ବ ଲଦାଖ ଅଞ୍ଚଳରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଉତ୍ତର କମାଣ୍ଡ ଅଞ୍ଚଳରେ କାଉଣ୍ଟର ବିଦ୍ରୋହ କାର୍ଯ୍ୟରେ ନିୟୋଜିତ ୟୁନିଟ୍ ନିୟୋଜିତ କରିଛି।
ଅଧିକାଂଶ ଟିକାକୁ ସୁରକ୍ଷିତ ରଖିବା ପାଇଁ ଏକ ନିମ୍ନ ତାପମାତ୍ରା ଯଥା ୨ରୁ ଆଠ ଡିଗ୍ରୀ ତାପମାତ୍ରା ଆବଶ୍ୟକ। କେତେକ ଟିକା ମାଇନସ୍ ୭୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଆବଶ୍ୟକ କରେ। କିନ୍ତୁ IISc ଦ୍ୱାରା ପ୍ରସ୍ତୁତ ଏକ ଟିକା ଏକ ମାସ ୩୭ ° C ରେ ଏବଂ ପ୍ରାୟ ଦେଢ ଘଣ୍ଟା ୧୦୦ ° C ରେ ସୁରକ୍ଷିତ ରଖାଯାଇ ପାରିବ।
ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖଡ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ଷତରେ ମଲମ ଲଗାଇବା ପ୍ରସଙ୍ଗରେ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପ୍ରଶଂସାକରି ଜାଖଡ କହିଛନ୍ତି ଯେ ଯଦି କ୍ୟାପ୍ଟେନ୍ଙ୍କ ସ୍ଥାନରେ ଅନ୍ୟକେହି ଥାଆନ୍ତେ ତେବେ କେନ୍ଦ୍ର ସରକାରଙ୍କ ବଦଳରେ ପଞ୍ଜାବ ସରକାରକୁ ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିଥାନ୍ତା।
ଜଣେ ମହିଳା ସମ୍ପୂର୍ଣ୍ଣ ଆଇନ ପ୍ରଣାଳୀକୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। ସେ LLB ଡିଗ୍ରୀ ନ ପାଇ ଦୁଇ ବର୍ଷ ଆଡ୍ଭୋକେଟ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ବାର୍ କାଉନ୍ସିଲ୍ରେ ପଞ୍ଜୀକୃତ ମଧ୍ୟ ହୋଇଥିଲେ।
ସାଉଥ୍ ସୁପରଷ୍ଟାର ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ଏବଂ ପ୍ରଭାସ ତାଙ୍କ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ କୁହାଯାଇ ନାହିଁ।
ଟିଭିର ସବୁଠୁ ବଡ ରିଆଲିଟି ସୋ “ବିଗ୍ ବସ୍” ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ସୂଚନା ଅନୁଯାୟୀ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଶେହନାଜ ଗିଲ୍ ଏବଂ ସିଦ୍ଧାର୍ଥ ଶୁକ୍ଲା ଏହି ସୋ କୁ ହୋଷ୍ଟ କରିବେ ବୋଲି । କିନ୍ତୁ ଏହା ପରେ କୁହାଯାଇଥିଲା ଯେ ସିଦ୍ଧାର୍ଥ ଏବଂ ଶାହନାଜ ନୁହଁନ୍ତି ବରଂ ସଲମାନ ଖାନ ଏହି ସିଜନ୍ରେ ହୋଷ୍ଟିଂ କରିବେ ।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ବିବାଦ ଘେରରେ ବୁଡି ରହିଛନ୍ତି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହାର ପ୍ରସାରଣ ପାଇଁ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍ବ୍ରାଞ୍ଚ୍ ଗିରଫ କରିଛି । ଏନେଇ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ମଧ୍ୟ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଶିଳ୍ପାଙ୍କୁ ପଚରାଉଚରା କରୁଛି । କିନ୍ତୁ, ଏହି ବିବାଦ ମଧ୍ୟରେ ଶିଳ୍ପା ଶେଟ୍ଟୀଙ୍କ ପ୍ରଶଂସକମାନେ ତାଙ୍କ ସହ ଠିଆ ହୋଇଛନ୍ତି ।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ ଶିଳ୍ପାଙ୍କ ଭଉଣୀ ଶମିତା ଶେଟ୍ଟୀ ଆଗକୁ ଆସିଛନ୍ତି।
ସାଇଖୋମ୍ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ । ଭାରତ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ଏହି ସାଇଖୋମ୍ ମୀରାବାଈ ଚାନୁ ।
ନୂଆଦିଲ୍ଲୀ: ଆପଣ ବାରମ୍ବାର ନିଜ ମୁହଁରେ କିମ୍ବା ନାକରେ ହାତ ମାରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କରିବା ଦ୍ୱାରା କରୋନାଭାଇରସ୍ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ଯଦି ଏପରି କରିବା ଆମେ କମାଇଦେବା ତେବେ ଏହି ଭୟଙ୍କର ଭାଇରସ୍ର ଆକ୍ରମଣରୁ ରକ୍ଷା ପାଇପାରିବା। ଲୋକଙ୍କୁ ଭୟଙ୍କର କରୋନାଭାଇରସ୍ରୁ ରକ୍ଷା ପାଇଁବା ପାଇଁ ଏହିଭଳି ପରାମର୍ଶ ଦେଇଛନ୍ତି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭାଇରୋଲୋଇଜିଷ୍ଟ ତଥା ବିଶେଷଜ୍ଞ ଡା.ଡବ୍ଲୁ ଲାନ ଲିପକିନ। ସାଧାରଣତଃ ଆମେ […]
ଭୁବନେଶ୍ୱର: ଗର୍ଭାବସ୍ଥାରେ ମହିଳାମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେମିତିକି ଥଣ୍ଡା, କାଶ, ଜ୍ୱର ଓ ସଂକ୍ରମଣ ହେବାର ଭୟ ରହିଥାଏ। ଏଭଳି ପରିସ୍ଥିତିରେ କିପରି ନିଜକୁ ସୁସ୍ଥ ରଖିବେ? ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର। ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ନିଜକୁ ଥକାପଣ ଅନୁଭବ କରିଥାନ୍ତି। ଏଭଳି ଅବସ୍ଥାରେ ଶରୀରର ଗଠନରେ କିଛି ପରିବର୍ତ୍ତନ ଦେଖାଯାଇଥାଏ। ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିର ପରିମାଣ କମି ଯାଇଥାଏ। ଏହି ସମୟରେ ସଂକ୍ରମଣ ହେବାର ବହୁତ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦକୁ ଆଉ ଫେରିବେ ନାହିଁ ରାହୁଲ ଗାନ୍ଧି। ସେ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ପୁଣି ଅଧ୍ୟକ୍ଷ ପଦକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଖୋଦ୍ ରାହୁଲ ଦଳର ବରିଷ୍ଠ ନେତାମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି। ତେବେ ରାହୁଲ୍ଙ୍କ ଏହି ନିଷ୍ପତ୍ତି ପରେ ଅଧ୍ୟକ୍ଷ ପଦକୁ ଫେରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନ ପ୍ରଦର୍ଶନ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ […]
ଭୁବନେଶ୍ୱର: ଓଲିଉଡର ଷ୍ଟାର୍ ମନୋଜ ମିଶ୍ର। ସେ କେବଳ ଓଡ଼ିଆ ପିଲ୍ମରେ ସୀମିତ ନାହାନ୍ତି, ବଲିଉଡ୍ ,ଟଲିଉଡ୍ ଓ ଭୋଜପୁରୀ ଫିଲ୍ମିରେ ମଧ୍ୟ ସେ ତାଙ୍କ ଅଭିନୟର ଯାଦୁ ଦେଖାଇସାରିଛନ୍ତି। ଖଳନାୟକ ହେଉ କିମ୍ବା ଚରିତ୍ର ଅଭିନେତା ସବୁଥିରେ ସେ ଏକ୍ସପର୍ଟ।ବର୍ତ୍ତମାନ ୱେବ୍ର ଯୁଗ। ଦେଶ ବିଦେଶର ୱେବ୍ ସିରିଜ୍ ବେଶ୍ ଫେମସ୍। ତେଣୁ ମନୋଜ୍ ବି ବଡ଼ ପରଦା ପରେ ଏବେ ୱେବ୍ ସିରିଜ୍ରେ ତାଙ୍କ ଅଭିନୟର ଯାଦୁ ଦେଖାଇବେ। ତରଙ୍ଗ ପ୍ଲସ୍ର ଫୋନେକ୍ସ ଫିଲ୍ମ […]
ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ପାଳନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ସରକାରଙ୍କୁ ଟାର୍ଗେଟ୍ କିରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସମୀର ଅଭିଯୋଗ କରିଛନ୍ତି ଯେ କ୍ଷମତା ବିକେନ୍ଦ୍ରୀକରଣ ହେବା ବଦଳରେ ସଚିବାଳୟ କେନ୍ଦ୍ରୀଭୂତ ହୋଇଛି। ଚଦୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶରେ ରାଜ୍ୟର ୭ ହଜାର ପଞ୍ଚାୟତକୁ ୪୦ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ର ସରକାର ସହାୟତା ଦେଇଥିଲେ। ଗାଁର ବିକାଶ ପଲ୍ଲୀସଭା ମାଧ୍ୟମରେ କରାଯାଇଥାଏ। କିନ୍ତୁ ୨୦୧୮ ଜୁଲାଇ […]
ଡେରାଡୁନ: ପୁଲୱାମା ହମଲା ପରେ ହୋଇଥିବା ଅପରେସନରେ ସହିଦ ହୋଇଥିଲେ ଡେରାଡୁନର ମେଜର ଜେନେରାଲ ବିଭୂତି ଶଙ୍କର ଡୌଣ୍ଡିଆଲ। ସହିଦ ଡୌଣ୍ଡିଆଲଙ୍କ କଫିନ ପାଖରେ ଆଇଲଭୟୁ ଓ ମୁଁ ତୁମ ପାଇଁ ଗର୍ବିତ ବୋଲି ଚିତ୍କାର କରି ସାରା ଦେଶର ଛାତିକୁ ତରଳାଇ ଦେଇଥିବା ୨୬ ବର୍ଷୀୟ ନୀତିକା କୌଲ ଏବେ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ବାହାରିଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ମେଜର ଡୌଣ୍ଡିଆଲ ଯେଉଁ କାମ ଅଧା ଛାଡ଼ିଥିଲେ, ତା’କୁ ପୂରଣ କରିବା […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶେଷ ତଥା ୪ର୍ଥ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଏବେ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି। ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରରେ ଝୁଲାଇବା ପାଇଁ ଆଜି ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରିଛନ୍ତି। କୋର୍ଟ ଏହାକୁ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ୍ କରିଛନ୍ତି। ଆସନ୍ତାକାଲି […]
ମୁମ୍ୱାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନୀନା ଗୁପ୍ତା। ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ନେଇ ଯୁବତୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଭବିଷ୍ୟତରେ ଯେମିତି ଯୁବତୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ବେଶ୍ ଚିନ୍ତିତ ନୀନା। କେହି ଯେମିତି ଆଉ ତାଙ୍କ ଭଳି ଭୁଲ ନକରୁ ଏଥିପାଇଁ ସେ ସତର୍କ କରାଇଛନ୍ତି। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ନୀନା ଉତ୍ତରାଖଣ୍ଡରେ ‘ସଚ୍ କହୁଁ ତୋ’ ସିରିଜର ଶୁଟିଂରେ ବ୍ୟସ୍ତ ଅଛନ୍ତି। […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାରରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସମର୍ଥନ କରୁଥିବା ୧୦ ବିଧାୟକ କ୍ୟାମ୍ପ ବଦଳାଇବା ଓ ପରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ରାତି ଅଧରେ ରେସ୍କ୍ୟୁ କରିବା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ୧୦ ବିଧାୟକ ବିଜେପି ଦ୍ୱାରା ପ୍ରଲୋଭିତ ହୋଇ ହରିଆଣାର ଗୁରୁଗ୍ରାମରେ ଥିବା ମାନସେର ହୋଟେଲକୁ ଚାଲିଯାଇଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କଂଗ୍ରେସ ସରକାରଙ୍କ ଚୌକି ଟଳମଳ ହେବା ଆରମ୍ଭ […]
ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋଶାଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅର୍ଥାତ ଅଗଷ୍ଟ ୫ରୁ ସୋଶାଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ଏହାର ଫାଇଦା ଉଠାଇପାରିବେ। ତେବେ ୩ଜି କିମ୍ବା ୪ଜି ଇଣ୍ଟରନେଟ୍ ସେବା କାଶ୍ମୀରବାସୀଙ୍କୁ ମିଳିବ ନାହିଁ। ସେମାନେ କେବଳ ୨ଜି ଇଣ୍ଟରନେଟ ସେବା ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଜକ୍ଷମା ଆବେଦନକୁ ଖାରଜ୍ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ପବନର ଅବେଦନକୁ ଖାରଜ୍ କରିଛନ୍ତି ରାଷ୍ଟ୍ରପତି। ଦିଲ୍ଲୀ ସରକାର ପବନର ରାଜକ୍ଷମା ଆବେଦନ ଖାରଜ କରିବା ପାଇଁ ପୂର୍ବରୁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀର ଜଣେ ୨୩ ବର୍ଷୀୟ ଡାକ୍ତରୀ ଛାତ୍ରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପବନ ପୂର୍ବରୁ ଅନ୍ୟ ୩ ଦୋଷୀ ମଧ୍ୟ […]
କୋରାପୁଟ: ବିଭିନ୍ନ ସ୍କୁଲରେ ପାଠପଢାକୁ ନେଇ ଶିକ୍ଷକମାନେ ବିଭିନ୍ନ ଉପାୟ ଅବଲମ୍ୱନ କରିଥାନ୍ତି। ନାଚ ଗୀତ କରି ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇବା ଦ୍ୱାରା ପିଲାଙ୍କର ବି ପାଠପଢା ପ୍ରତି ଆଗ୍ରହ ବଢିଥାଏ। ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ସଦାସର୍ବଦା ତତ୍ପରତା ଦେଖାଇଥାନ୍ତି। ସେମିତି ଏକ ନିଆରା ଢ଼ଙ୍ଗରେ ପାଠ ପଢାଉଛନ୍ତି ସ୍କୁଲର କର୍ତ୍ତୃପକ୍ଷ। ନାଚଗୀତ ସହ ଖେଳକୁଦ କରି ପିଲାମାନଙ୍କୁ ସେଠାରେ ପାଠପଢା ଯାଉଛି। ଖାଲି ଏତିକି ନୁହେଁ, ପିଲାମାନଙ୍କୁ ଯୋଗ ଶିକ୍ଷା ଦିଆଯିବା […]