Advertisment

ରାଜ୍‌ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ‘ହିଡେନ୍‌ କପ୍‌ବୋର୍ଡ’, ଖୋଲିପାରେ ଅନେକ ରହସ୍ୟ

ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି।ଯାହା ପୋଲିସ୍‌କୁ ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରାଜ୍‌ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ‘ହିଡେନ୍‌ କପ୍‌ବୋର୍ଡ’, ଖୋଲିପାରେ ଅନେକ ରହସ୍ୟ

Raj Kundra

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତା’ର ଖୋଳତାଡ଼ ଜାରି ରହିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍‌ ଏହାର ଯାଞ୍ଚ କରୁଛି। ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି।ଯାହା ପୋଲିସ୍‌କୁ ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି। ରାଜ୍‌ କୁନ୍ଦ୍ରାଙ୍କ ଅଫିସ୍‌ରୁ ଏକ ‘ହିଡେନ୍‌ କପ୍‌ବୋର୍ଡ’ ମିଳିଛି। ଯାହା ସମ୍ପର୍କରେ କେହିବି ଜାଣି ନଥିବା କୁହାଯାଉଛି। କାରଣ ଏହାକୁ ଏଭଳି ଭାବରେ ଲୁଚା ଯାଇଥିଲା, ଯାହାକି ଅତି ସହଜରେ କାହା ନଜରରେ ଆସିପାରିବ ନାହିଁ। ଏହି କପ୍‌ବୋର୍ଡ ଭିତରେ ଅନେକ ଫାଇଲ୍‌ ରହିଛି। ଯାହାକି ଏହି ମାମଲାରେ ଅନେକ ରହସ୍ୟ ଉନ୍ମୋଚନ କରିପାରେ।

Advertisment

ମିଳିଥିବା ସୂଚନା ଅନୁସାରେ, ପର୍ଣ୍ଣୋଗ୍ରାଫିକ କେସ୍‌ରେ ପୋଲିସ୍‌ ରାଜ୍ କୁନ୍ଦ୍ରାଙ୍କ ମୁମ୍ବାଇ ଅନ୍ଧେରୀ ସ୍ଥିତ ଭିଆନ୍‌ ଓ ଜେଏଲ୍‌ ଷ୍ଟ୍ରିମ୍‌ ଅଫିସ୍‌ରେ ରେଡ୍‌ କରିଥିଲା। ଯାଞ୍ଚ ସମୟରେ କାନ୍ଥ ପଛପଟେ ଲୁଚା ଯାଇଥିବା ଏକ ‘ହିଡେନ୍‌ କପ୍‌ବୋର୍ଡ’ ପୋଲିସ୍‌ ହାତରେ ଲାଗିଥିବା ଚର୍ଚ୍ଚା ହେଉଛି। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରାଯାଇଛି। ଯେଉଁଥିରେ ଟଙ୍କା କାରବାର ଓ କ୍ରିପ୍ଟୋ କରେନ୍ସି ସହ ଜଡ଼ିତ ଅନେକ ତଥ୍ୟ ଥିବା ଜଣାପଡ଼ିଛି। ଏସବୁର ଏବେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି। 

ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଜଣେ ଅଭିଯୁକ୍ତ ବଡ଼ ଖୁଲାସା କରିଛନ୍ତି। ଏହି ମାମଲାରେ ଜଣେ ଅଭିଯୁକ୍ତ ଦାବି କରିଛନ୍ତି, ରାଜ୍‌ କୁନ୍ଦ୍ରା ଗିରଫଦାରୀରୁ ବଞ୍ଚିବା ପାଇଁ ମୁମ୍ବାଇ ପୋଲିସ୍‌ କ୍ରାଇମବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। 

Advertisment

ରାଜ କୁନ୍ଦ୍ରାଙ୍କ ଓଟିଟି ଆପ୍‌ରେ ଅଶ୍ଲୀଳ ନୁହେଁ, ଉତ୍ତେଜକ କଣ୍ଟେଣ୍ଟ ଥିଲା। ପର୍ଣ୍ଣ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ତାଙ୍କ ସ୍ୱାମୀ ନିର୍ଦ୍ଦୋଷ ବୋଲି କହି ତାଙ୍କ ସପକ୍ଷରେ ବାହାରିଛନ୍ତି ପତ୍ନୀ ଶିଳ୍ପୀ ସେଟ୍ଟୀ। ରାଜ କୁନ୍ଦ୍ରା ଗିରଫ ହେବା ପରେ ସର୍ଭରରୁ କିଛି ଡାଟା ଡିଲିଟ୍ ହୋଇଥିବାରୁ, କିଏ ଏହି କଣ୍ଟେଟ୍ ଡିଲିଟ୍ କରିଛି, ତାକୁ ଏବେ ଖୋଜୁଛି କ୍ରାଇମବ୍ରାଞ୍ଚ୍।

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ ଶିଳ୍ପାଙ୍କ ଭଉଣୀ ଶମିତା ଶେଟ୍ଟୀ ଆଗକୁ ଆସିଛନ୍ତି। ଫିଲ୍ମ ଦେଖିବା ପାଇଁ ଶମିତା ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ଏବଂ ତାଙ୍କ ଭଉଣୀକୁ ଉତ୍ସାହିତ କରିଛନ୍ତି। ସେ କହିଛନ୍ତି ଯେ ଏହି କଷ୍ଟଦାୟକ ସମୟ ମଧ୍ୟ ଅତିବାହିତ ହେବ।

Shilpa Shetty Raj Kundra Raj Kundra Pornography Case Pornography Case
Advertisment
Advertisment