/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627223363.jpg)
Narendra Modi
ନୂଆଦିଲ୍ଲୀ : ଜୁଲାଇ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରପ୍ରଦେଶ ଗସ୍ତ ବାତିଲ କରାଯାଇଛି। ଏହି ଦିନ ସିଦ୍ଧାର୍ଥନଗର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୋଦି ଯୋଗଦେବାକୁ ଯାଉଥିଲେ, ଯାହା ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ତେବେ ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ଗସ୍ତ କରିପାରନ୍ତି ବୋଲି ବିଶ୍ୱାସ ରହିଛି। ଜୁଲାଇ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତରେ ଉତ୍ତରପ୍ରଦେଶରେ ନଅଟି ନୂତନ ମେଡିକାଲ କଲେଜ ଉଦ୍ଘାଟନ କରିବାକୁ ଯାଉଥିଲେ।
ଜୁଲାଇ ୨୧ରେ ପ୍ରକାଶିତ ଏକ ସରକାରୀ ବିବୃତ୍ତି ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଥିବା ତାଙ୍କ ସରକାରୀ ବାସଭବନରେ ଡକାଯାଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ କୋଭିଡ-୧୯ ସମୀକ୍ଷା ବେଳେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩୦ରେ ରାଜ୍ୟରେ ୯ଟି ଜିଲ୍ଲା ତଥା ଦେଓରିଆ, ଏଟା, ଫତେହପୁର, ହରଦୋଇ, ପ୍ରତାପଗଡ, ସିଦ୍ଧାର୍ଥ ନଗର, ଗାଜିପୁର, ମିର୍ଜାପୁର ଏବଂ ଜୌନପୁରର ନୂତନ ପ୍ରତିଷ୍ଠିତ ମେଡିକାଲ କଲେଜକୁ ଉଦଘାଟନ କରିବାକୁ ପ୍ରସ୍ତାବ ଦିଆଯାଇଛି।
Also Read
ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଠିକ୍ ସମୟରେ ଶେଷ ହେବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଛଡା ଏହି ବୈଠକରେ ଯୋଗୀ ରାଜ୍ୟରେ କୋଭିଡ ସଂକ୍ରମଣର ପ୍ରତିରୋଧ ଏବଂ ଚିକିତ୍ସା ପ୍ରଣାଳୀକୁ ସଫଳତାର ସହ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେ କହିଥିଲେ ଯେ କରୋନା ସଂକ୍ରମଣ ରୋକିବାରେ 'ଷ୍ଟ୍ରେସ୍, ଟେଷ୍ଟ୍ ଓ ଟ୍ରୀଟ୍' ଅର୍ଥାତ୍ ରୋଗୀ ଚିହ୍ନଟ, ପରୀକ୍ଷା ଏବଂ ଚିକିତ୍ସା ନୀତି ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଏହି ନୀତିକୁ ସମ୍ପୂର୍ଣ୍ଣ ରୂପେ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇ ସେ କହିଥିଲେ ଯେ କରୋନା ଟିକାକରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବା ଉଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)