ମୁମ୍ବାଇ: ମହାମାରୀ କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଉପରେ ପଡ଼ିଛି। କରୋନା କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଇପିଏଲର ୧୩ଶ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରତି ଟିମର ମାଲିକଙ୍କ ପ୍ରସ୍ତାବକ୍ରମେ ଏହି ଟି-୨୦ ଲିଗକୁ କିଛି ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ୱାର୍ଲ୍ଡ ହେଲଥ […]
ବେଙ୍ଗାଲୁରୁ: ଭାରତରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ। ଆଜି ବେଙ୍ଗାଲୁରୁରେ ଥିବା ଗୁଗଲ ଇଣ୍ଡିଆ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କ ଶରୀରରେ କରୋନା ଭାଇରସ ଠାବ ହେବା ପରେ ତାଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଉକ୍ତ କର୍ମଚାରୀଙ୍କ ଶରୀରରେ ଫ୍ଲୁ ଜନିତ ସମସ୍ୟା ଦେଖା ଦେବାର କିଛି ଘଣ୍ଟା ପୂର୍ବରୁ ସେ କମ୍ପାନୀର ଅନ୍ୟ କର୍ମଚାରୀଙ୍କ ସହ ମିଶି କାମ […]
ଲଣ୍ଡନ: ମହାମାରୀ କରୋନା ଭାଇରସ କେବଳ ସାଧାରଣ ଲୋକଙ୍କୁ ଯେ ଆକ୍ରାନ୍ତ କରୁଛି ତାହା ନୁହେଁ, ବହୁ ବିଶିଷ୍ଟ ଓ ପ୍ରଭାବଶାଳୀ ଲୋକମାନେ ମଧ୍ୟ କରୋନା ପଞ୍ଝାରେ ଫସିଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଗୁରୁବାର ଦିନ ଟ୍ରୁଡୋଙ୍କ ପତ୍ନୀ ଶୋଫିଆଙ୍କ ରକ୍ତ ନମୁନାର ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ପତ୍ନୀଙ୍କୁ କରୋନା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ମଧ୍ୟ ଏହି ଭାଇରସ କବଳିତ କରିବାର ଆଶଙ୍କା ରହିଛି। […]
ମୁମ୍ୱାଇ : ନେହା ଧୂପିଆ ହେଉଛନ୍ତି ବଲିଉଡର ଜଣେ ହଟ୍ ଅଭିନେତ୍ରୀ। ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ୟୁଜର୍ସ ନେହାଙ୍କ ମିମ୍ସ ଶେଆର୍ କରି ଟ୍ରୋଲ କରୁଛନ୍ତି। ନେହା ବର୍ତ୍ତମାନ ଏମ୍ଟିଭିର ରିଆଲିଟି ଶୋ ରୋଡିଜ୍ର ମେଣ୍ଟର ରହିଛନ୍ତି। ଏହି ଶୋର ଗୋଟିଏ ଏପିସୋଡ୍ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଜଣେ ପ୍ରତିଯୋଗୀ କହିଛନ୍ତି, ‘ମୋ ଗାର୍ଲଫ୍ରେଣ୍ଡ ୫ଟି ପୁଅକୁ ଡେଟ୍ […]
ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅଛନ୍ତି ନୀତା ଅମ୍ବାନୀ। ଏହି ତାଲିକାରେ ଟେନିସ୍ ତାରକା ସେରେନା ୱିଲିୟମସ୍ ଓ ଜିମ୍ନାଷ୍ଟିକ୍ କ୍ରୀଡ଼ାବିତ ସିମୋନ ବାଇଲ୍ସଙ୍କ ନାମ ମଧ୍ୟ ରହିଛି। କ୍ରୀଡ଼ା ବ୍ୟବସାୟ ନେଟୱର୍କ ଆଇସ୍ପୋର୍ଟସକନେକ୍ଟ ପକ୍ଷରୁ ୨୦୨୦ କ୍ରୀଡ଼ା କ୍ଷେତ୍ରରେ ପ୍ରଭାବଶାଳୀ ମହିଳାଙ୍କର ତାଲିକା ପ୍ରକାଶ କରାଯାଇଛି। କୁହାଯାଇଛି ଯେ, ୨୫ ଜଣଙ୍କୁ ନେଇ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା । ବିଶେଷଜ୍ଞ କମିଟିର ମତାମତ ମିଳିବା ପରେ […]
ଭୋପାଲ: ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ବିଜେପି ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସର ୨୨ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ଦଳ ବିଦ୍ରୋହୀ ବିଧାୟକଙ୍କ ଯୋଗାଯୋଗରେ ରହିଛି। ଅନ୍ୟପକ୍ଷରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବୋଲି ମଧ୍ୟ ଜଣାପଡ଼ିଛି। ମଙ୍ଗଳବାର ଜ୍ୟୋତିରାଦିତ୍ୟ […]
ଜନ୍ମ ସମୟରେ ଶିଶୁଟି ବହୁତ ସୁନ୍ଦର ଦେଖାଯାଏ। ଶିଶୁର ରଙ୍ଗ ଗୋରା ହେଉ ଅବା କଳା ସୁନ୍ଦରତା ଉପରେ କିଛି ବି ଫରକ୍ ପଡ଼େନି। ଆମେ ଚାହିଁଲେ ଶିଶୁଙ୍କ ତ୍ୱଚାକୁ ଆହୁରି ସୁନ୍ଦର କରିପାରିବା। ଘରୋଇ ଉପଚାର ଦ୍ୱାରା ଶିଶୁର ତ୍ୱଚାରେ ଅଧିକ ସୁନ୍ଦରତା ଆଣିପାରିବା। ଆପଣମାନେ ବଜାରରେ ମିଳୁଥିବା କେମିକାଲଯୁକ୍ତ କ୍ରିମ୍ ଓ ଲୋଶନକୁ ବ୍ୟବହାର କରନ୍ତୁ ନାହିଁ। ଏହାକୁ ବ୍ୟବହାର କଲେ ଶିଶୁର କୋମଳ ତ୍ୱଚା ନଷ୍ଟ ହୋଇଯିବ। ଯଦି ଆପଣମାନେ ନିଜ ଶିଶୁର […]
ଭୁବନେଶ୍ୱର: କଳାଜିରାର ଅନେକ ଔଷଧୀୟ ଗୁଣ ରହିଛି । ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ, କଳାଜିରା କେବଳ ଏକ ମସାଲା ନୁହେଁ, ଏହା ଶରୀରରେ ଥିବା ଅନେକ ରୋଗକୁ ଭଲ କରିଥାଏ। ତେବେ ଆସନ୍ତୁ ଜାଣିବା କଳାଜିରାରୁ କେଉଁ କେଉଁ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ। -ରକ୍ତଚାପ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ କଳାଜିରା। ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନ୍ସନରୁ ମୁକ୍ତି ମିଳିବା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। […]
ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଶରୀରର ଓଜନ ବଢ଼ିବା ସହ ପେଟ ବଢ଼ିବା ହେଉଛି ବଡ଼ ସମସ୍ୟା। ଏହି ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ନିଜକୁ ଫିଟ୍ ରଖିବା ପାଇଁ ସମସ୍ତଙ୍କର ଇଛା। କିନ୍ତୁ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ଯଦି ଆପଣଙ୍କ ପେଟରେ ଚର୍ବି ବଢ଼ୁଛି ତେବେ ଆପଣମାନେ କୌଣସି ଚିନ୍ତା କରନ୍ତୁ ନାହିଁ। ଅଶ୍ୱଗନ୍ଧା ଗୁଣ୍ଡ ଏ ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ପ୍ରତ୍ୟେକ ଦିନ ଆପଣ କ୍ଷୀର ସହ ମିଶାଇ […]
ନୂଆଦିଲ୍ଲୀ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଭଳି ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଭାରତରେ ନିଜ ସମ୍ପତ୍ତି ବିକ୍ରି କରି ବିଦେଶ ପଳାଇବାକୁ ଇଚ୍ଛା ରଖିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏ ବାବଦରେ ଜାଣିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରାଣା କପୁରଙ୍କ ତିନିଟୋ ବଡ଼ ବଡ଼ ସମ୍ପତ୍ତି ରହିଛି। ଏହାର ମୂଲ୍ୟ ୧୦୦୦ କୋଟିରୁ ଅଧିକ ରହିଛି। ଏହାକୁ ବିକ୍ରି କରିବା ପାଇଁ ରାଣା କପୁର ଚେଷ୍ଟା […]
ରୋମ୍: ଚୀନ ପରେ ଇଟାଲୀରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହି କିଲର ଭାଇରସ ଏଯାବତ ୬୩୧ ଜଣଙ୍କର ଜୀବନ ନେଇସାରିଥିବା ବେଳେ ୧୦, ୦୦୦ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥିତି ବେକାବୁ ହେଉଥିବା ଦେଖି ଇଟାଲୀ ସରକାର କଟକଣା ଲଗାଇଛନ୍ତି। ଇଟାଲୀ ସରକାର ଏକ ବିବୃତ୍ତି ଜାରି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ୧୦୦୪ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ମେଟ୍ରୋ ୟୁକେର ରିପୋର୍ଟ ଅନୁଯାୟୀ, ଇଟାଲୀରେ ୮୭୭ […]
ମୁମ୍ବାଇ:ବଲିଉଡର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା ହେଉଛନ୍ତି ସୁଭାଷ ଘାଇ। ବହୁ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍ କରିଛନ୍ତି ସୁଭାଷ । ସେ ନିର୍ମାଣ କରିଥିବା ଫିଲ୍ମଗୁଡ଼ିକ ହେଉଛି, ‘କର୍ମା’, ‘ରାମ୍ ଲଖନ୍’, ‘ମେରି ଜଙ୍ଗ୍’, ‘ଖଲ୍ନାୟକ’, ‘ସୌଦାଗର’, ‘ତାଲ୍’ ଓ ଐତରାଜ୍ । ଶାନ୍ତ ଓ ନମ୍ର ସ୍ୱଭାବ ଯୋଗୁ ଇଣ୍ଡଷ୍ଟ୍ରୀରେ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି, ଥରେ ଜଣେ ଅଭିନେତ୍ରୀ ତାଙ୍କ ଯୋଗୁ ନିଜ ହାତ କାଟି ଦେଇଥିଲେ। […]
ନୂଆଦିଲ୍ଲୀ: ଦେଶରେ କିଲର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଥିବାବେଳେ ଅବଶିଷ୍ଟ ଭାରତୀୟ। ମଙ୍ଗଳବାର କେରଳରୁ ୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ୮ ଜଣଙ୍କ ମଧ୍ୟରୁ ତିନି ଜଣ ଇଟାଲୀରୁ ଫେରିବା ପରେ ଏହି ଘାତକ ଭାଇରସର ଶିକାର ହୋଇଛନ୍ତି। ଏହି ତିନି ଜଣ ହେଉଛନ୍ତି ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କ ଛୋଟ ଛୁଆ। ସେହିପରି ଇରାନରୁ ଫେରିଥିବା ୫୪ […]
ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଦୋହଲି ଯାଇଛି ଦଳ। ଅନେକ ନେତା ଏଥିପାଇଁ ଦୁଃଖ ପ୍ରକାଶ କରିବା ସହିତ ସିନ୍ଧିଆ ଏପରି ଛାଡ଼ି ଚାଲିଯିବା କଂଗ୍ରେସ୍ ପାଇଁ ରାଜନୈତିକ ବିପଦ ବୋଲି କହିଛନ୍ତି ଦଳର ବହୁ ବରିଷ୍ଠ ନେତା। ତେବେ ଦଳକୁ କେଉଁଠି ନା କେଉଁଠି ଆତ୍ମସମୀକ୍ଷା କରିବା ଆବଶ୍ୟକ ଅଛିବୋଲି ମତ ଦେଇଛନ୍ତି ଅନେକ ଅନେକ କଂଗ୍ରେସ ନେତା। ଏପରିକି ମଧ୍ୟପ୍ରେଦଶ କଂଗ୍ରେସ ପକ୍ଷରୁ ଇମୋଶନାଲ ଟ୍ୱିଟ କରାଯାଇ ଦଳକୁ ଘରକୁ ଫେରି […]
ଭାରତର ପାଇଲଟ ଦଳରେ ଏକମାତ୍ର ମହିଳା ଥିଲେ ଗୁଞ୍ଜନ୍ । ୧୯୯୯ ରେ ଗୁଞ୍ଜନଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଆଉ ସେତେବେଳ ତାଙ୍କର ପୋଷ୍ଟିଂ ୧୩୨ ଫରୱାର୍ଡ ଏରିଆ କଣ୍ଟ୍ରୋଲ୍ (FAC) ରେ ହୋଇଥିଲା
ନୂଆଦିଲ୍ଲୀ: ଇରାନ୍ରେ ଭୟଙ୍କର ଭାବେ କରୋନା ଆତଙ୍କ ଦେଖା ଦେବା ପରେ ସେଠାରେ ଥିବା ୫୮ ଜଣ ଭାରତୀୟଙ୍କୁ ଆଜି ସ୍ୱଦେଶ ଫେରାଇ ଆଣିଛି ଭାରତୀୟ ବାୟୁସେନା। ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ନାଗରିକଙ୍କ ଆଣିବାକୁ ବାୟୁସନେର C-17 ଗ୍ଲୋବମାଷ୍ଟର୍ ବିମାନକୁ ଗତକାଲି ସନ୍ଧ୍ୟାରେ ଇରାନ୍ ରାଜଧାନୀ ତେହରାନ୍କୁ ପଠାଇଯାଇଥିଲା। ଆଉ ଆଜି ଭାରତୀୟ ନାଗରିକଙ୍କ ସହିତ ବିମାନ ଗାଜିଆବାଦ୍ର ହୋନ୍ଡୋନ୍ ବିମାନବନ୍ଦରରେ ଅବତରଣ କରିଛି। ସେଠାରେ ଯାତ୍ରୀମାନଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଛି। […]
ନୂଆଦିଲ୍ଲୀ: କଂଗ୍ରେସ ଦଳର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସିନ୍ଧିଆ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶରେ ରାଜନୀତି ପାଣିପାଗ ବିଗିଡ଼ି ଯାଇଛି। କଂଗ୍ରେସ ସରକାର ଟଳମଳ ହେଉଥିବା ବେଳେ ବିଜେପି ସରକାର ଗଢ଼ିବାକୁ ଚାହିଁ ବସିଛି। କମଲ୍ ନାଥଙ୍କ ସହିତ ଦୀର୍ଘ ଦିନ ଧରି ସିନ୍ଧିଆଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା। ଅନେକ ସମୟରେ କମଲ୍ ନାଥଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହିତ ବିଜେପି ନିଷ୍ପତ୍ତିକୁ ସମର୍ଥନ କରୁଥିଲେ ସିନ୍ଧିଆ। ଜାମ୍ମୁ-କାଶ୍ମୀର […]