Advertisment

ଦେଶରେ ୨୪ ଘଣ୍ଟାରେ ୫୩୫ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

କେବଳ ଏତିକି ନୁହେଁ ବରଂଏ ପର୍ଯ୍ୟନ୍ତ ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ ଡୋଜ୍ ଟିକାକରଣ ହୋଇଥିବା ନେଇ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୩,୩୧,୫୦,୮୬୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

author-image
Sarbeswar
ଅଦ୍ୟତନ ହୋଇଛି
ଦେଶରେ ୨୪ ଘଣ୍ଟାରେ ୫୩୫ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

corona

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ୍‌ ୩୯୭୪୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି। ସେହିପରି ମାତ୍ର ଗୋଟିଏ ଦିନରେ ୫୩୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାସହ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୦ ହଜାର ୫୫୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସ- ୪,୦୮,୨୧୨ ରହିଥିବା ବେଳେ କରୋନାରୁ ମୋଟ୍‌ ସୁସ୍ଥ ହେଲେଣି ୩,୦୫,୪୩,୧୩୮ ଜଣ। କେବଳ ଏତିକି ନୁହେଁ ବରଂଏ ପର୍ଯ୍ୟନ୍ତ ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ ଡୋଜ୍ ଟିକାକରଣ ହୋଇଥିବା ନେଇ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୩,୩୧,୫୦,୮୬୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Advertisment

‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁଲାଇ ୨୪ ତାରିଖ ସୁଦ୍ଧା ସମୁଦାୟ ୪୫,୬୨,୮୯,୫୬୭ ନମୁନା ପରୀକ୍ଷା ସରିଛି। ଗତକାଲି ୧୭,୧୮,୭୫୬ଟି ନମୁନା ପରୀକ୍ଷା ହୋଇଥିବା ନେଇ ସୂଚନା ମିଳିଛି।

Advertisment

ସେପଟେ, କରୋନା ମହାମାରୀ ପ୍ରଭାବ ଦେଶରେ ହ୍ରାସ ପାଇଥିଲେ ମଧ୍ୟ ତୃତୀୟ ଲହର ଭୟ ମନରୁ ଯାଇନି। ଏପରିକି କେତେକ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହା ତୃତୀୟ ଲହରର ପଦଧ୍ୱନି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ସବୁଠାରୁ ବଡ କଥା ହେଲା, କରୋନାର ତୃତୀୟ ଲହରରେ ଛୋଟ ପିଲାମାନେ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ହେଲେ ଏହା ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଆଶ୍ୱସନା ଦେବା ପରି କଥା କହିଛନ୍ତି। ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ପାଇଁ କରୋନା ଭାକ୍ସିନ ଉପଲବ୍ଧ ହୋଇଯିବ। ଭାରତରେ ବର୍ତ୍ତମାନ ସୁଦ୍ଧା ୪୨ କୋଟିରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇ ସାରିଲାଣି। ସରକାର ଚଳିତବର୍ଷ ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖିଛନ୍ତି।

ଏପଟେ, ଆମ ରାଜ୍ୟରେ ବି ସଂକ୍ରମଣ କମୁଛି। ଗତ ୨୪ ଘଂଟାରେ ରାଜ୍ୟରେ ୧୮୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୧୦୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ୍‌ କେସ୍‌ ରହିଛି ୭୭୧। ଏହାସହ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫୧୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି

India News Coronavirus COVID19
Advertisment
Advertisment