ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ପୁଲିସ୍ ଉପରକୁ ଗୁଳି ଚଳାଇଥିବା ଶାହାରୁଖ ପଠାନ ଆଜି ଗିରଫ ହେବା ପରେ ତା ମନରେ ଥିବା ବିଷ ଓଗାଳିଛି। ସେଦିନ ତାର ଗୁଳି ଚଳାଇବା କ୍ରିୟାର ପ୍ରତିକ୍ରିୟା ବୋଲି କହିଛି ୨୩ ବର୍ଷୀୟ ଶାହାରୁଖ । ଦିଲ୍ଲୀ ଦଙ୍ଗାରେ ଜାଫ୍ରାବାଦ୍ର ମୈଜାପୁରରେ ଶାହରୁଖ ଜଣେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ସେତେବେଳେ ସିଏ ଖୁବ୍ ରାଗରେ ଥିଲେ। ଏହି କାରଣରୁ ସେ ହଠାତ୍ ପ୍ରତିକ୍ରିୟାଶୀଳ ହୋଇ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା […]
ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାର ବର୍ଷକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଭୟଙ୍କର ହମଲାରେ ବାପା-ଝିଅଙ୍କ ସମ୍ପର୍କ ଥିବା ଏନଆଇଏ ତଦନ୍ତ ବେଳେ ଜଣାପଡ଼ିଛି। ଗିରଫ ବ୍ୟକ୍ତିଙ୍କ ନାଁ ପୀର ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅଙ୍କ ନାଁ ଇନଶା ଜାହାନ। ଉଭୟଙ୍କୁ ଏନଆଇଏ ଗିରଫ କରିବା […]
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଧ୍ୟାହ୍ଣ ସମୟରେ ସଂସଦ ଭବନରେ ହିଁ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ବୈଠକ ହୋଇଛି। ଏହି ବୈଠକରେ କେଜ୍ରିୱାଲ ଦିଲ୍ଲୀ ହିଂସା ଓ ଦେଶରେ କାୟା ମେଲାଉଥିବା କରୋନା ଭାଇରସ ବିପତ୍ତି ଉପରେ ମୋଦିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ କେଜ୍ରିୱାଲ […]
କାବୁଲ: ଆମେରିକା ସହ ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆତଙ୍କୀ ସଂଗଠନ ଆଜି ଆଫଗାନିସ୍ତାନ ପୁଲିସ୍ ଚେକ ପୋଷ୍ଟରେ ହମଲା କରିଛି। ଏଥିରେ ୫ ଜଣ ଆଫଗାସ୍ତାନ ପୁଲିସ୍ ପ୍ରାଣ ହରାଇଛନ୍ତି। ଆମେରିକା ସହ ଶନିବାର ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ପୂର୍ବଭଳି ଆକ୍ରମଣ କରିବ ବୋଲି କହିଥିଲା। ଏହି ଧମକକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ପୂର୍ବ ଆଫଗାନିସ୍ତାନର ଏକ କପର ମାଇନ ନିକଟରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ତାଲିବାନ […]
ନୂଆଦିଲ୍ଲୀ: ଚାଇନାରେ ମହାମାରୀ ରୂପ ଧାରଣ କରିଥିବା ପ୍ରାଣଘାତୀ କରୋନା ଭାଇରସର ଆଖି ଏବେ ଭାରତ ଉପରେ ପଡ଼ିଛି। ବିଶ୍ୱର ୬୦ରୁ ଅଧିକ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ଭାରତର ୩ ଜଣ ଲୋକ ଆକ୍ରାନ୍ତ ହେବା ପରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଓଡ଼ିଶାରେ ବି କରୋନା ଆତଙ୍କ ଖେଳାଇଛି। ପାରାଦୀପରରୁ ଦୁଇଜଣ ସନ୍ଦିଗ୍ଧକୁ ଆଜି କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ସହିତ ଭାଇରସ୍ ଅଛି […]
ଜମ୍ମୁ କଶ୍ମୀରର ବାନ୍ଦିପୋରାର ଶୋକବାବା ଜଙ୍ଗଲରେ ସୁରକ୍ଷାବଳ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ନିପାତ ହେଲେ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପଜିଟିଭ୍ ରିପୋର୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରିଛନ୍ତି। ସଂକ୍ରମଣ ମୁକାବିଲା ନେଇ ବିଭାଗୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଏନେଇ ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ସ୍କ୍ରିନିଂ କରିବାକୁ ଜୋର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି। ଏହାଛଡ଼ା କରୋନାକୁ ନେଇ ଭୟଭୀତ ନ ହୋଇ ନିଜେ ନିଜର ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। There is […]
ହୋଲିର ଉତ୍ସବ ଆଗକୁ ଆସୁଛି। ହୋଲି ଆସିଲେ ସମସ୍ତେ ବହୁତ ଖୁସି ହୋଇଯାନ୍ତି ରଙ୍ଗ ଖେଳିବା ପାଇଁ। ବର୍ଷକୁ ଥରେ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଏମିତି ଏକ ଭାଇଚାରର ପର୍ବ ଏହାକୁ ସମସ୍ତେ ପାଳନ କରିଥାନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାର ମଜା ନିଅନ୍ତି। ହୋଲି ଖେଳିଲାବେଳେ କିନ୍ତୁ ମନରେ ଡର ବି ରହିଥାଏ। କାଳେ ରଙ୍ଗ କିଛି ଆଖିରେ ପଡ଼ିଯିବ। ଯାହାଦ୍ୱାରା ଆଖିର କିଛି ବି […]
ଲୌସାନେ: ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ନୂତନ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ୨୦୦୩ରେ ଏଫଆଇଏଚ୍ ବିଶ୍ୱ ରାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ ଭାରତର ଏହା ସର୍ବୋଚ୍ଚ ରାଙ୍କିଙ୍ଗ୍। ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ଯ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି। ଭାରତର ଆଗକୁ ବଢ଼ିବା ଦ୍ୱାରା ଏବେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ […]
ନୂଆଦିଲ୍ଲୀ: ନିର୍ଭୟା ଗଣବଳତ୍କାର ଓ ହତ୍ୟାର ୪ ଦୋଷୀଙ୍କୁ ଆସନ୍ତାକାଲି ହେବନି ଫାଶୀ ହେବନି। ଏଥିପାଇଁ ପୁଣି ଆଉ ଗୋଟିଏ ତାରିଖକୁ ଅପେକ୍ଷା କରିବାକୁ ପଡିବ ନିର୍ଭୟା ମାଆଙ୍କୁ। ଆଜି ଦିଲ୍ଲୀ ପଟିଆଲା କୋର୍ଟ ଆଜି ଏପରି ରାୟ ଦେଇଛନ୍ତି। ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି ବୋଲି କୋର୍ଟ କହିଛନ୍ତି। ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ନିର୍ଭାୟା ମାଙ୍କୁ ବାରମ୍ବାର ତାରିଖ ମିଳୁଥିବାରୁ ସେ ଖୁବ୍ ନିରାଶ। ଭାରତ ନ୍ୟାୟ ବ୍ୟବସ୍ଥା ଉପରେ କ୍ଷୋଭ […]
ନୂଆଦିଲ୍ଲୀ: ସୋଶାଲ ମିଡିଆ କଥା ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆପେ ଆସିଯାଏ। ଭାରତରେ ସୋଶାଲ ମିଡିଆ ବ୍ୟାପକ ହେବା ପରେ ହିଁ ସେ ସରକାରକୁ ଆସିଛନ୍ତି। ସବୁବେଳେ ଡିଜିଟାଲ୍ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍ଲୋଡ୍ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ଯଦି ନିଜେ ସୋଶାଲ ମିଡିଆରୁ ବିଶ୍ରାମ ନେବା କଥା କହିବେ ତେବେ ଆପଣଙ୍କୁ କେମିତି ଲାଗିବ ? ଆମେ […]