• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି

  • ମାମଲାରେ ପୂର୍ବରୁ ଜାକଲିନଙ୍କୁ ଜେରା ହୋଇଥିଲା

  • ଦୁଇ ଶହ କୋଟି ଟଙ୍କା ହେରଫେର ମାମଲାରେ ଇଡିର ଖୋଲତାଡ଼

  • ବେଆଇନ ଭାବେ ବିଦେଶକୁ ଟଙ୍କା ବିନିଯୋଗ ଅଭିଯୋଗ

ମୁମ୍ବାଇ : ମନି ଲଣ୍ଡରିଂ ମାମଲାରେ ସେଲିବ୍ରିଟିଙ୍କ ଉପରେ ଇଡି ଚାବୁକ୍ । ଜ୍ୟାକଲିନଙ୍କ ପରେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ନୋରା ଫତେହି । ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି । ଆଜି ନୋରା ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି । ଏହି ମାମଲାରେ ପୂର୍ବରୁ ଜାକଲିନ୍ ଫ୍ରର୍ଣ୍ଣାଡିଜଙ୍କୁ ଜେରା କରାଯାଇଥିଲା, ତାଙ୍କୁ ବି ପୁଣି ଥରେ ଜେରା ପାଇଁ ନୋଟିସ୍ କରାଯାଇଛି । ଇଡି ଅଫିସରେ ଆସନ୍ତାକାଲି ଜାକଲିନଙ୍କୁ ପୁଣି ଥରେ ପଚରାଉଚରା ହେବ ।

ଦୁଇ ଶହ କୋଟି ଟଙ୍କା ହେରଫେର ମାମଲାରେ ଏହି ଜେରା ହେଉଛି । ବେଆଇନ ଭାବେ ଟଙ୍କାକୁ ବିଦେଶରେ ବିନିଯୋଗ ହେଉଥିବା ଅଭିଯୋଗ ରହିଛି । ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ସୁକେଶ ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ ବେଶ୍ ପରିଚିତ । ସୁକେଶଙ୍କ ବିଭିନ୍ନ ପାର୍ଟିରେ ଜାକଲିନ୍ ଓ ନୋରା ଯୋଗ ଦିଅନ୍ତି ବୋଲି ସୂଚନା ରହିଛି ।

ଆଉ ଏ ସଂପର୍କରେ ତାଙ୍କୁ ପଚରାଉଚରା କରିବାକୁ ଇଡି ଚାହୁଁଛି । ଏହାପୂର୍ବରୁ ସୁକେଶଙ୍କ ସମ୍ପର୍କରେ ଜ୍ୟାକଲିନଙ୍କୁ ମଧ୍ୟ ପଚରାଉଚରା କରିଥିଲା ଇଡି । ଆସନ୍ତାକାଲି ପଚରାଉଚୁରାରେ ଯୋଗଦେବା ପାଇଁ ତାଙ୍କୁ MTNL ର ଇଡି କାର୍ଯ୍ୟାଳୟକୁ ଡକାଯାଇଛି। PMLA ଅଧିନିୟମ ଅନୁଯାୟୀ ଉଭୟ ନୋରା ଏବଂ ଜାକଲିନଙ୍କୁ ପଚରାଉଚରା କରାଯିବ। ସୁକେଶଙ୍କ ସହ ନୋରା ଏବଂ ଜ୍ୟାକଲିନଙ୍କ ପକ୍ଷରୁ କୌଣସି କାରବାର ହୋଇଛି କି ନାହିଁ ଜାଣିବାକୁ ଉଦ୍ୟମ କରାଯାଉଛି ।

ସୁକେଶ ଚନ୍ଦ୍ରଶେଖର କିଏ ?

କର୍ଣ୍ଣାଟକର ବାଙ୍ଗାଲୋରର ସୁକେଶ ଚନ୍ଦ୍ରଶେଖର । ଆୟସ୍ ଜୀବନ ଅତିବାହିତ କରିବା ଚକର୍‌ରେ ସୁକେଶ ଚନ୍ଦ୍ରଶେଖର ଏବେ ଏକ ଦୁର୍ଦ୍ଦାନ୍ତ ଠକ  । ସୁକେଶଙ୍କୁ ଯେତେବେଳେ ପ୍ରଥମେ ବାଙ୍ଗାଲୋର ପୋଲିସ ଗିରଫ କରିଥିଲା, ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା । ସେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅର ସାଙ୍ଗ ପରିଚୟ ଦେଇ ଗୋଟିଏ ପରିବାର ଠାରୁ ୧.୧୪ କୋଟି ଠକିନେଇଥିଲା । ତେବେ ବାଙ୍ଗାଲୋରରେ ଠକର ପୋଲ୍ ଖୋଲିବା ପରେ ସେ ଚେନ୍ନାଇ ପଳାୟନ କରିଥିଲା । ୨୦୦୭ ପରଠାରୁ ସୁକେଶ କ୍ରମାଗତ ଭାବରେ ସ୍ଥାନ ପରବର୍ତ୍ତନ କରୁଥିଲା । ସୁନ୍ଦର ଘର ଏବଂ ବିଳାସପୂର୍ଣ୍ଣ ଘର ପାଇଁ ଚନ୍ଦ୍ରଶେଖରର ସଉକ୍ ଅଧିକ ।

ସୁକେଶ ବଡ଼ ବଡ଼ ସହରର ଅନେକ ବଡ଼ ବଡ଼ ହସ୍ତୀକୁ ଠକାମିର ଶିକାର କରିଛି । ସାରା ଦେଶରେ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦ରୁ ଅଧିକ ଅଭିଯୋଗ ରହିଛି । ୨୦୦ କୋଟି ଟଙ୍କା ଠକେଇ ପରେ ଚନ୍ଦ୍ରଶେଖର ଉପରେ ପଡ଼ିଥିଲା ଇଡ଼ିର ନଜର । ଜେଲରେ ବନ୍ଦ ଥିବା ସମୟରେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ସମସ୍ତ ଟଙ୍କା ଆଦାୟ କରାଯାଇଥିଲା। ପରେ ଏହି ମାମଲାରେ ସୁକେଶଙ୍କ ପତ୍ନୀ ଲୀନା ପାଲଙ୍କ ହାତ ମଧ୍ୟ ସାମ୍ନାକୁ ଆସିଥିଲା ​​ଏବଂ ତାଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ପରେ ଏହି ମନି ଲଣ୍ଡରିଂର ମାମଲାରେ ବଲିଉଡର ସେଲିବ୍ରେଟମାନଙ୍କ ନାମ ଛନ୍ଦି ହୋଇଯାଇଥିଲା । ଏହି ତାଲିକାରେ ପ୍ରଥମେ ଜ୍ୟାକଲିନଙ୍କ ନାମ ଆସିଥିଲା ।