Advertisment

ବଜାରରେ ମିଳୁଛି ବୟଫ୍ରେଣ୍ଡ୍; ଦରମା ଦେଲେ ସବୁ କରୁଛନ୍ତି

ଜଣେ ୪୪ ବର୍ଷୀୟ ମହିଳା ମାସକୁ ଦରମା ଦେଇ ରଖିଛନ୍ତି ବୟଫ୍ରେଣ୍ଡ୍। ମହିଳାଙ୍କ ଠାରୁ ତାଙ୍କ ବୟଫ୍ରେଣ୍ଡ ୧୫ ବର୍ଷ ସାନ। ତାଙ୍କ ସମ୍ପର୍କକୁ ନେଇ ମହିଳା ଜଣକ ସୋସିଆଲ୍ ମିଡିଆରେ ଅନେକ କିଛି କହିଛନ୍ତି।

author-image
Pramod Behera
Rich woman have paid boyfriend

Rich woman have paid boyfriend

ନୂଆଦିଲ୍ଲୀ : ଜଣେ ୪୪ ବର୍ଷୀୟ ମହିଳା ମାସକୁ ଦରମା ଦେଇ ରଖିଛନ୍ତି ବୟଫ୍ରେଣ୍ଡ୍। ମହିଳାଙ୍କ ଠାରୁ ତାଙ୍କ ବୟଫ୍ରେଣ୍ଡ ୧୫ ବର୍ଷ ସାନ। ତାଙ୍କ ସମ୍ପର୍କକୁ ନେଇ ମହିଳା ଜଣକ ସୋସିଆଲ୍ ମିଡିଆରେ ଅନେକ କିଛି କହିଛନ୍ତି।

Advertisment

ଜୁଲୀ ନାମକ ଜଣେ ମହିଳା @julie.withthebooty ନାମରେ ଥିବା ଟିକ୍ ଟକ୍ ଆକାଉଣ୍ଟରେ ନିଜ ବୟଫ୍ରେଣ୍ଡ୍‌ଙ୍କ ବିଷୟରେ ଅନେକ କିଛି କହିଛନ୍ତି। ଜୁଲୀଙ୍କ ବୟସ ୪୪ ହୋଇଥିବା ବେଳେ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ବୟସ ୨୯ ବର୍ଷ। ଜୁଲୀଙ୍କ କହିବା କଥା ଯେ ସେ ତାଙ୍କ ବୟଫ୍ରେଣ୍ଡ ପାଇଁ ଭଲ ପଇସା ଖର୍ଚ୍ଚ କରୁଛନ୍ତି। କାରଣ ସେ ଚାହାନ୍ତି ତାଙ୍କ ବୟଫ୍ରେଣ୍ଡ୍‌ ତାଙ୍କ ପାଇଁ ସବୁ କିଛି କରୁ।

ଜୁଲୀ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ଦ୍ୱାରା ରୋଷେଇ କରେଇବା ଠାରୁ ଆରମ୍ଭ କରି ପୁଲ୍ ସଫାକରିବା, ଘର ଅନ୍ୟ ସବୁ କାମ କରାନ୍ତି। ଟିକ୍‌ ଟକ୍‌ରେ ଏହି ମହିଳା ଜଣକ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ ସେ ତାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ସବୁ କିଛି ଆଣି ଦେଉଛନ୍ତି। ସେ ଯାହା କିଛି ବି ଚାହୁଛନ୍ତି ତାଙ୍କ ପାଖରେ ସେ ଆଣି ପହଞ୍ଚେଇ ଦେଉଛନ୍ତି। ଗୋଟିଏ ମାସରେ ସେ ଏନେଇ ତାଙ୍କ ପଛରେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

Advertisment

‘ଦ ସନ୍‌ ୟୁକେ’ର ସୂଚନା ଅନୁସାରେ ଯେତେବେଳେ ଏହି ମହିଳାଙ୍କୁ ତାଙ୍କ ବୟଫ୍ରେଣ୍ଡ୍‌ ପିଛାରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପଚରାଯାଇଥିଲା, ସେ ଉତ୍ତରେ ମାସକୁ ପାଖାପାଖି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହିଥିଲେ। ଜୁଲୀ କୁହନ୍ତି ଯେ ଏହା ବଦଳରେ ସେ ଯାହା ଚାହାନ୍ତି ତାଙ୍କ ବୟଫ୍ରେଣ୍ଡ ଦ୍ୱାରା କରାନ୍ତି। ତାହା ଘର କାମ ହେଉ ବା ଅନ୍ୟ କୌଣସି କାମ ସବୁ କିଛି ସେ ତାଙ୍କ ଦ୍ୱାରା ହିଁ କରେଇଥାନ୍ତି।

ତେବେ ଏହି ଦୁହିଁଙ୍କ ସଂପର୍କରେ ଥିବା ବୟସର ବ୍ୟବଧାନକୁ ନେଇ ଅନେକ ଲୋକ ମହିଳାଙ୍କୁ ନିନ୍ଦା ମଧ୍ୟ କରୁଛନ୍ତି। କିନ୍ତୁ ଏନେଇ ତାଙ୍କୁ କିଛି ଫରକ ପଡେନି। ବୟସର ଏତେ ବ୍ୟବଧାନ ଯୋଗୁଁ ମହିଳାଙ୍କ ବୟଫ୍ରେଣ୍ଡ ଖୁବ୍ ଶୀଘ୍ର ତାଙ୍କୁ ଛାଡି ଆଉ କୋଉ ଯୁବତୀଙ୍କ ପାଖକୁ ଚାଲିଯିବ ବୋଲି ଅନେକ କୁହନ୍ତି। ଏହାକୁ ନେଇ ଜୁଲୀ ପାଲଟା ଜବାବ ଦିଅନ୍ତି। ସେ କୁହନ୍ତି ଯେ ଏ କଥାକୁ ନେଇ ମତେ ନୁହେଁ ବରଂ ମୋ ବୟଫ୍ରେଣ୍ଡର ଭୟ ରହିବା ଉଚିତ ଯେ ମୁଁ ଯେପରି ତାକୁ ଛାଡି ନ ଦିଏ। ସୂଚନା ମୁତାବକ ଜୁଲୀ ଜଣେ ବହୁତ ଧନୀ ମହିଳା। ତାଙ୍କ ପାଖରେ ବଙ୍ଗଳା ଠାରୁ ଆରମ୍ଭ କରି ଦାମୀ କାର୍, ଭଲ ରକମର ବ୍ୟାଙ୍କ ବାଲାନ୍ସ ରହିଛି।

New Delhi Boyfriend Paid Boyfriend
Advertisment
Advertisment