• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥିରୁବନନ୍ତପୁରମ୍ : କୋଭିଡ୍ ମୃତକ ପରିବାରକୁ ମାସକୁ ଅତିରିକ୍ତ ୫ ହଜାର ସହାୟତା । କେରଳରେ କୋଭିଡ -19 ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଗରିବ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୃତକଙ୍କ ପରିବାରକୁ ବର୍ତ୍ତମାନ ଦିଆଯାଉଥିବା ଆର୍ଥିକ ସହାୟତା ବ୍ୟତୀତ ଅତିରିକ୍ତ ୫୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ବୁଧବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ଗରିବ ପରିବାର ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ । ସେପଟେ ରାଜ୍ୟରେ କରୋନା ସଂକ୍ରମଣର  ଦୈନିକ ସଂକ୍ରମଣରେ ହ୍ରାସ-ବୃଦ୍ଧି ଲାଗିରହିଛି ।

ଦାରିଦ୍ର ସୀମାରେଖା ତଳେ ଥିବା ପରିବାରକୁ ତିନି ବର୍ଷ ପାଇଁ ପାଞ୍ଚ ହଜାର ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ବିପିଏଲ ପରିବାର ଆର୍ଥିକ ସହାୟତା ପାଇପାରିବେ । ଗରିବ ଲୋକଙ୍କ ପାଇଁ ସାମାଜିକ କଲ୍ୟାଣ, କଲ୍ୟାଣ ପାଣ୍ଠି କିମ୍ବା ଅନ୍ୟାନ୍ୟ ପେନସନ୍ ପାଣ୍ଠି ମଧ୍ୟ ଯୋଗାଇ ଦିଆଯିବ ।

ତେବେ ରାଜ୍ୟରେ ରହୁଥିବା ବିପିଏଲ୍ ପରିବାରର ଏହାର ଲାଭ ଉଠାଇ ପାରିବେ । ରାଜ୍ୟ ବାହାରେ କିମ୍ବା ବିଦେଶରେ ଜୀବନ ହାରିଲେ ମଧ୍ୟ ମୃତକଙ୍କ ପରିବାରକୁ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । 'ସଂପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ରାଜସ୍ୱ ଅଧିକାରୀଙ୍କୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଦାୟିତ୍ୱ ଦିଆଯିବ ବୋଲି ସରକାର କହିଛନ୍ତି । ଆବେଦନକାରୀଙ୍କୁ ସହାୟତା ଯୋଗାଇବା ପାଇଁ କାର୍ଯ୍ୟାଳୟକୁ ଡକାଯିବ ନାହିଁ । ସିଧାସଳଖ ତାଙ୍କ ଖାତାରେ ଡିପୋଜିଟ୍ ହେବ ଟଙ୍କା ।

ବୁଧବାର ଦିନ କେରଳରେ ୧୧,୭୦୯ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୮,୨୦,୬୯୮ କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଗୋଟିଏ ଦିନରେ ୧୨୩ ରୋଗୀଙ୍କ ମୃତ୍ୟୁ ସହିତ ମୃତକଙ୍କ ସଂଖ୍ୟା ୨୬୫୭୧ରେ ପହଞ୍ଚିଛି । କେରଳ ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ଅଗଷ୍ଟରେ ଓନାମ ପର୍ବ ପାଳନ ଯୋଗୁଁ ରାଜ୍ୟରେ ଦୈ ନିକ ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ଅଧିକ ହୋଇଯାଇଥିଲା । ହେଲେ ସ୍ଥିତି ବର୍ତ୍ତମାନ ସୁଧୁରୁଛି, ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।