Advertisment

କୋର୍ଟରେ ଚାଲିଛି କିଙ୍ଗ ଖାନ୍ ପୁଅ ଆର୍ୟନଙ୍କ ବେଲ୍‌ ଶୁଣାଣି

କିଙ୍ଗ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ମୁମ୍ବାଇ ସ୍ୱତନ୍ତ୍ର NDPS କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନର ହେଉଛି ଶୁଣାଣି। ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହେବା ପରେ ସ୍ୱତନ୍ତ୍ର କୋର୍ଟରେ ଆବେଦନ ହୋଇଛି

author-image
Sarbeswar
ଅଦ୍ୟତନ ହୋଇଛି
undefined

Aryan Khan

ମୁମ୍ବାଇ: କିଙ୍ଗ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ମୁମ୍ବାଇ ସ୍ୱତନ୍ତ୍ର NDPS କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନର ହେଉଛି ଶୁଣାଣି। ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହେବା ପରେ ସ୍ୱତନ୍ତ୍ର କୋର୍ଟରେ ଆବେଦନ ହୋଇଛି। ଆଜି ବି କୋର୍ଟରେ ହାଇଡ୍ରାମା ଦେଖିବା ସମ୍ଭାବନା ରହିଛି। ଆର୍ୟନ ଡ୍ରଗ୍ସ ନେଇ ନଥିବା ଓ ଏନ୍ସିବିର ବଳିଷ୍ଠ ପ୍ରମାଣକୁ ଦେଖି ଶୁଣାଣି କରିବେ ଅଦାଲତ।

Advertisment

ତାଙ୍କ ସହ ଅରବାଜ ମଚ୍ରାଣ୍ଡ ଏବଂ ମୁନମୁନ୍‌ ଧମେଚାଙ୍କ ବି ଜାମିନ୍ ଆବେଦନର ଶୁଣାଣି ହେବ । ଗତ ୫ ଦିନ ଧରି ସେ ଆର୍ଥର ଜେଲରେ ରହିଛନ୍ତି । ଆଜି ଜାମିନ୍ ନମିଳିଲେ ପୁଣି ଥରେ ତାଙ୍କୁ ଜେଲକୁ ପଠାଯିବ। ଅନ୍ୟପଟେ ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଯାଏ କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ୨୦ ଜଣ ଗିରଫ ହୋଇଛନ୍ତି । ଏଥିରେ ୨ ଜଣ ବିଦେଶୀ ନାଗରିକ ବି ରହିଛନ୍ତି। ବିଦେଶୀ ଲିଙ୍କ୍ ଆସିବା ପରେ ମାମଲାରେ ତଦନ୍ତ ପରିସୀମା ବଢ଼ିଛି।

Advertisment

ସୂଚନା ଅନୁସାରେ, ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ପୂର୍ବରୁ ମଧ୍ୟ ବେଲ୍‌ ମିଳିନଥିଲା। ଜାମିନ ଆବେଦନ ଖାରଜ କରିଦେଇଥିଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେବେ ନା ବେଲ ମିଳିବ ସେନେଇ ଚର୍ଚ୍ଚା ଚାଲିଛି। କାରଣ ପୂର୍ବରୁ ବେଲ୍ ଖାରଜ ହେବା ପରେ ଜେଲ ଯାଇଥିଲେ କିଙ୍ଗ୍ ଖାନଙ୍କ ପୁଅ। କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଇଥିଲେ କୋର୍ଟ। ହେଲେ ଆଜି ତାଙ୍କର ଜାମିନର ଶୁଣାଣି ଚାଲିଛି।

India NCB Aryan Khan
Advertisment
Advertisment