• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାବୁଲରେ ଅଚାନକ୍ ଚାରିଆଡ଼େ ଘୋଟିଗଲା ଅନ୍ଧକାର

  • କାବୁଲ ତଥା ଅନ୍ୟାନ୍ୟ ପ୍ରଦେଶରେ ବିଦ୍ୟୁତ ବିଭ୍ରାଟ

କାବୁଲ : ଅନ୍ଧାରରେ ଡୁବିଲା କାବୁଲ୍ । ଅଚାନକ୍ ଚାରିଆଡ଼େ ଘୋଟିଗଲା ଅନ୍ଧକାର । ଉଜବେକିସ୍ତାନରୁ ହେଉଥିବା ବିଦ୍ୟୁତ୍ ଯୋଗାଣରେ ବୈଷୟିକ ତ୍ରୁଟି ଯୋଗୁଁ ଆଫଗାନିସ୍ତାନର ରାଜଧାନୀ କାବୁଲ ତଥା ଅନ୍ୟାନ୍ୟ ପ୍ରଦେଶରେ ବିଦ୍ୟୁତ ବିଭ୍ରାଟ ଘଟିଛି । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ହୋଇପାରିନି । ଆଫଗାନିସ୍ତାନର ରାଷ୍ଟ୍ରାୟତ୍ତ ବିଦ୍ୟୁତ୍ କମ୍ପାନୀ 'ଦ ଆଫଗାନିସ୍ତାନ ବ୍ରେସନା ଶେରକତ୍ (DABS)' ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି । ଦେଶ ଉପରେ ବିଦ୍ୟୁତ ଋଣ ବଢ଼ିଯାଇଥିବା ବେଳେ ପ୍ରାୟ ୬୨ ମିଲିୟନ୍ ଡଲାରର ବିଦ୍ୟୁତ୍ ବିଲ୍ ପଇଠ କରିବାକୁ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ବିକ୍ରୟ କରିବାକୁ ସ୍ଥିର କରିଥିଲା DABS । ଆଉ ତା’ର କିଛି ଦିନ ପରେ ବ୍ଲାକଆଉଟ୍ ହୋଇଛି କାବୁଲ୍ । ସେପଟେ ତାଲିବାନ ଦଖଲ ହେବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ଓ ପାନୀୟ ସଙ୍କଟ ଦେଖାଦେଇଛି ।

ଆଫଗାନିସ୍ତାନ ବିଦ୍ୟୁତ୍ କମ୍ପାନୀ, ନ୍ୟୁଜ୍ ଏଜେନ୍ସି ସ୍ପୁଟନିକକୁ ଦେଇଥିବା ରିପୋର୍ଟ ଅନୁସାରେ ଉତ୍ତର ଆଫଗାନିସ୍ତାନର ବଗଲାନ୍ ପ୍ରଦେଶରେ ବୈଷୟିକ ସମସ୍ୟା ହେତୁ ବିଦ୍ୟୁତ୍ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ କର୍ମଚାରୀମାନେ ତୁରନ୍ତ କାମରେ ଲାଗି ପଡ଼ିଛନ୍ତି ବୋଲି ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି । ବିଦ୍ୟୁତ୍ ଯୋଗାଣ ପାଇଁ ଆଫଗାନିସ୍ତାନ ମଧ୍ୟ ଏସିଆର ଦେଶ ଉପରେ ନିର୍ଭରଶୀଳ । ଉଜବେକିସ୍ତାନ ଏବଂ ତାଜିକିସ୍ତାନରୁ ଆଫଗାନିସ୍ତାନକୁ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ କରାଯାଏ । ତେବେ ଚଳିତ ବର୍ଷ ଅଗଷ୍ଟରେ ତାଲିବାନ ଦ୍ୱାରା ଆଫଗାନ୍ ଅକ୍ତିଆର ହେବା ପର ଠାରୁ ଦେଶର ଋଣ ପରିଶୋଧ ହୋଇଛି । ଋଣ ଶୁଝିବା ପାଇଁ ଅସମର୍ଥ ହୋଇ ପଡ଼ିଛନ୍ତି ତାଲିବାନ୍ ସରକାର୍ ।

ପୂର୍ବତନ DABS ମୁଖ୍ୟ ଡାଉଡ୍ ନୋରଜାଇ ପୂର୍ବରୁ ବିଦ୍ୟୁତ୍ କାଟ୍ ନେଇ ଚେତାବନୀ ଦେଇଥିଲେ । ଶୀତ ଆସିବା ପୂର୍ବରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ପ୍ରବଳ ବିଦ୍ୟୁତ କାଟର ସମ୍ମୁଖୀନ ହୋଇପାରେ । ବିଦ୍ୟୁତ ଯୋଗାଣକାରୀ ଦେଶକୁ ତାଲିବାନ ଦ୍ୱାରା ବକେୟା ବିଲ୍ ପଇଠ ନକରିବାରୁ ଏହା ହୋଇପାରେ ବୋଲି ସେ କହିଥିଲେ । ଆଉ ତାଙ୍କ ଚେତାବନୀ ବର୍ତ୍ତମାନ ସତ୍ୟ ପ୍ରମାଣିତ ହୋଇଛି । ତେବେ ବର୍ତ୍ତମାନ ସମୟରେ ବିଦ୍ୟୁତ କାଟକୁ ଏଡ଼ାଇବା ପାଇଁ ସମସ୍ତ ଦେୟ ପଇଠ କରାଯିବ ବୋଲି DABS କାର୍ଯ୍ୟନିର୍ବାହୀ ମୁଖ୍ୟ ସଫିଫୁଲ୍ଲା ଅହମ୍ମଜଇ କହିଛନ୍ତି ।