Advertisment

ଏମ୍ସରେ ଚିକିତ୍ସିତ ହେଉଛନ୍ତି ମନମୋହନ ସିଂ : ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଏମ୍ସରେ ଚାଲିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଚିକିତ୍ସା । ଆଜି ସକାଳୁ ମନମୋହନଙ୍କୁ ଯାଇ ଭେଟିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏମ୍ସକୁ ଯାଇ ମନମୋହନଙ୍କ ସହ କଥା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେହିପରି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Prime Minister Narendra Modi with former PM Manmohan Singh

Prime Minister Narendra Modi with former PM Manmohan Singh

ନୂଆଦିଲ୍ଳୀ : ଦିଲ୍ଲୀ ଏମ୍ସରେ ଚାଲିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଚିକିତ୍ସା । ଆଜି ସକାଳୁ ମନମୋହନଙ୍କୁ ଯାଇ ଭେଟିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏମ୍ସକୁ ଯାଇ ମନମୋହନଙ୍କ ସହ କଥା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେହିପରି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ନସୁଖ ମାଣ୍ଡଭିୟା ।

Advertisment

ସେପଟେ ମନମୋହନଙ୍କ ଆଶୁ ଆରୋଗ୍ୟ କାମନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି । ମନମୋହନ ସିଂ ଶୀଘ୍ର ସୁସ୍ଥ ହୋଇ ଫେରିବା ନେଇ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, 'ମୁଁ ଡକ୍ଟର ମନମୋହନ ସିଂଙ୍କ ସୁସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।' ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଜ୍ୱର ଓ ଦୁର୍ବଳତା ଅନୁଭବ କରିବାରୁ ଗତକାଲି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ଏବର୍ଷ ଆରମ୍ଭରେ କୋଭିଡ୍ ପଜିଟିଭ୍ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୪ ଏବଂ ଏପ୍ରିଲ ୩ ରେ ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଟିକା ନେଇଛନ୍ତି ।  ଗତ ବର୍ଷ ସେ ଏକ ଔଷଧ ସେବନ ଯୋଗୁଁ ଜ୍ୱରରେ ପୀଡ଼ିତ ହୋଇଥିଲେ ଆଉ ତା’ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ।

Advertisment

AIIMS ଡାକ୍ତରଙ୍କ କହିବା ଅନୁସାରେ “୮୯ ବର୍ଷ ବୟସ୍କ କଂଗ୍ରେସ ନେତାଙ୍କ ଜ୍ୱର ପରୀକ୍ଷା ପାଇଁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା ।”ଦୁଇ ଦିନ ପୂର୍ବେ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଜ୍ୱର କମିଯିବା ପରେ ସେ ବର୍ତ୍ତମାନ ଦୁର୍ବଳ ଅନୁଭବ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଛି ଏବଂ ଚିନ୍ତା କରିବାର କିଛି ନାହିଁ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏମ୍ସ ପକ୍ଷରୁ କୁହାଯାଇଛି ।

PM Modi Manmohan Singh
Advertisment
Advertisment