Advertisment

ଲାପ୍‌ଟପ୍‌ରେ ମେଗା ଅଫର୍‌; ରହିଛି ହାଇ ପ୍ରୋସେସର୍

ଆମାଜନରେ ମହା ପାର୍ବଣ ବିକ୍ରି ଚାଲିଛି। ବର୍ତ୍ତମାନ ସମୟରେ ଆପଣ ଗେମିଂ ଲାପ୍‌ଟପ୍ ଭଳି କିଛି ଦାମୀ ଇଲେକ୍ଟ୍ରୋନିକ୍ ଡିଭାସ୍‌କୁ ବହୁ ଶସ୍ତାରେ କିଣିପାରିବେ। ତେବେ ସେହି ଗେମିଂ ଲାପ୍‌ଟପ୍ ବିଷୟରେ ଯେଉଁଠିରେ ମିଳୁଛି ବମ୍ଫର ରିହାତି। ଏବେ ଗେମିଂ ଲାପ୍‌ଟପ୍‌ ଉପରେ ଟପ୍ ଡିଲ୍ସ ଚାଲିଥିବା ବେଳେ ଏହା ଅଧିନରେ ଆମାଜନ୍‌ରେ ଅଫର ମିଳୁଛି। ଖାଲି ଏତିକି ନୁହେଁ ଯଦି କୌଣସି ଗ୍ରାହକ ପ୍ରିମିୟମ୍ କ୍ୱାଲିଟିର ଲାପ୍‌ଟପ୍ କିଣେ ତେବେ ତାକୁ ସେଲ୍ ପ୍ରାଇସ୍ ବ୍ୟତୀତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ୧୦ ପ୍ରତିଶତ କେସବ୍ୟାକ୍‌ର ବି ଲାଭ ମିଳିବ।

author-image
Pramod Behera
Amazon festival offer on gaming laptop

Amazon festival offer on gaming laptop

ନୂଆଦିଲ୍ଲୀ : ଆମାଜନରେ ମହା ପାର୍ବଣ ବିକ୍ରି ଚାଲିଛି। ବର୍ତ୍ତମାନ ସମୟରେ ଆପଣ ଗେମିଂ ଲାପ୍‌ଟପ୍ ଭଳି କିଛି ଦାମୀ ଇଲେକ୍ଟ୍ରୋନିକ୍ ଡିଭାସ୍‌କୁ ବହୁ ଶସ୍ତାରେ କିଣିପାରିବେ। ତେବେ ସେହି ଗେମିଂ ଲାପ୍‌ଟପ୍ ବିଷୟରେ ଯେଉଁଠିରେ ମିଳୁଛି ବମ୍ଫର ରିହାତି। ଏବେ ଗେମିଂ ଲାପ୍‌ଟପ୍‌ ଉପରେ ଟପ୍ ଡିଲ୍ସ ଚାଲିଥିବା ବେଳେ ଏହା ଅଧିନରେ ଆମାଜନ୍‌ରେ ଅଫର ମିଳୁଛି। ଖାଲି ଏତିକି ନୁହେଁ ଯଦି କୌଣସି ଗ୍ରାହକ ପ୍ରିମିୟମ୍ କ୍ୱାଲିଟିର ଲାପ୍‌ଟପ୍ କିଣେ ତେବେ ତାକୁ ସେଲ୍ ପ୍ରାଇସ୍ ବ୍ୟତୀତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ୧୦ ପ୍ରତିଶତ କେସବ୍ୟାକ୍‌ର ବି ଲାଭ ମିଳିବ। ଏଠାରେ ଆପଣକୁ ନୋ କଷ୍ଟ୍ ଇଏମ୍‌ଆଇ ଓ ଏକ୍ସଚେଙ୍ଗ୍ ଅଫର ମଧ୍ୟ ମିଳିବ, ଯେଉଁଥିରୁ ଆପଣ ଲାଭବାନ ହୋଇପାରିବେ।

Advertisment

ଆସର ନାଇଟ୍ରୋ ଆର୍‌ଟିଏକ୍ସ ୩୦୫୦ ଟିଆଇ ଗେମିଂ ଲାପ୍‌ଟପ୍‌ରେ 144Hz ୧୫.୬-ଇଞ୍ଚ ଏଫ୍‌ଏଚ୍‌ଡି ଡିସପ୍ଲେ ରହିଛି। ଏହା ୧୬ ଜିବି RAM ସହିତ ୧୧ ତମ ଜେନ୍‌ ଇଣ୍ଟେଲ୍‌ କୋର୍‌ i7-11800H ପ୍ରୋସେସର୍ ସହିତ ଆସୁଛି। ଷ୍ଟୋରେଜ୍ ପାଇଁ 256GB SSD + 1TB HDD ବିକଳ୍ପ ଅଛି। ଏହା ୱିଣ୍ଡୋଜ୍ ୧୦ ଚଲାଇଥାଏ । ଏହି ଲାପ୍‌ଟପଗୁଡିକର ଅଫର୍ ମୂଲ୍ୟ ହେଉଛି ୮୯,୯୯୦ ଟଙ୍କା।

Advertisment

ଆସସ୍ ଟଫ୍ ଏଫ୍-୧୫ ଗେମିଂ ଲାପ୍‌ଟପ୍ ୧୦ତମ ଜେନ୍‌ ଇଣ୍ଟେଲ୍‌ କୋର i5 ପ୍ରୋସେସର୍ ଏବଂ GTX 1650 ଟିଆଇ ଗ୍ରାଫିକ୍ସ କାର୍ଡ ସହିତ ଆସୁଛି। ଏଥିରେ ଆପଣ 144 Hz ୧୫.୬ ଇଞ୍ଚ FHDଏଫ୍‌ଏଚ୍‌ଡି ଡିସପ୍ଲେ ପାଇବେ। ଲାପ୍‌ଟପ୍ ରେ ଆପଣ ୮ ଜିପି RAM ଏବଂ ୫୧୨ ଜିବି ଏସ୍‌ଏସ୍‌ଡି ପାଇବେ ଏବଂ ଏହି ଲାପଟପ୍ ୱିଣ୍ଡୋଜ୍ ୧୦ ଉପରେ ଆଧାରିତ। ଅଫର ଅନୁସାରେ ଏହି ଲାପଟପ୍‌ର ମୂଲ୍ୟ ୫୮,୯୯୦ ଟଙ୍କା ରହିଛି।

ଆସର ନାଇଟ୍ରୋ ୫ରେ 144Hz ୧୫.୬ -ଇଞ୍ଚର ଏଫ୍‌ଏଚ୍‌ଡି ଡିସପ୍ଲେ ରହିଛି। ଏହା ୧୧ଦଶ ଜେନ୍‌ ଇଣ୍ଟେଲ୍‌ କୋର i5 ପ୍ରୋସେସର ଦ୍ୱାରା ଚାଲିଥାଏ। ଏହି ଲାପଟପ୍‌ରେ ଆର୍‌ଟିଏକ୍ସ ୩୦୫୦ ସିରିଜ୍ ଗ୍ରାଫିକ୍ସ କାର୍ଡ ମଧ୍ୟ ଉପଲବ୍ଧ। ଏହା ୧୬ ଜିବି ରାମ୍ ସହିତ ଆସିଥାଏ ଏବଂ ଲାପଟପ୍‌ରେ ଷ୍ଟୋରେଜ୍ ପାଇଁ ୧ ଟିବି ଏଚ୍‌ଡିଡି + ୨୫୬ ଜିବି ଏସ୍‌ଏସ୍‌ଡିର ମିଶ୍ରଣ ରହିଛି। ଅଫର ଅନୁଯାୟୀ, ଆପଣ ଏହି ଲାପଟପକୁ ମାତ୍ର ୭୭,୯୯୦ ଟଙ୍କାରେ କିଣି ପାରିବେ।

ଏହି ଲାପଟପ୍ ବ୍ୟତୀତ ଆସସ୍ ଆର୍‌ଓଜି ଷ୍ଟ୍ରିକ୍ସ ଗେମିଂ ଲାପ୍‌ଟପ୍ ଅଫର ମୂଲ୍ୟ ୭୦,୯୯୦ ଟଙ୍କା ଥିବା ବେଳେ ଏଚ୍‌ପି ଭିକ୍ଟସ୍ ଗେମିଂ ଲାପ୍‌ଟପ୍ ୬୧,୯୯୦ ଟଙ୍କା, MSI GF75 ଗେମିଂ ଲାପ୍‌ଟପ୍ ୬୧,୯୯୦ ଟଙ୍କା ବମ୍ପର ଅଫର ରହିଛି।

India News New Delhi Laptop Offer
Advertisment
Advertisment