ଭୁବନେଶ୍ୱର: ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ବ୍ରେକ ଦେବା ପାଇଁ ନିଇତି ନୂଆ ନୂଆ ଯୋଜନା। ଲକ୍ଡାଉନ୍, ସଟ୍ଡାଉନ୍, କଣ୍ଟେନମେଣ୍ଟ ଆଦି ନା ନା କଟକଣା ଜାରି କରି ହାଟ ବଜାରରେ ତାଲା ପକାଇ ଦିଆଯାଉଛି। ଏହାଦ୍ୱାରା ସଂକ୍ରମଣକୁ କେତେ ଆୟତ୍ତ କରାଯାଇପାରୁଛି, ତାହା ତ ଭିନ୍ନ କଥା, ହେଲେ ରାଜ୍ୟବ୍ୟାପୀ କିନ୍ତୁ ଅଣାୟତ୍ତ ହୋଇପଡ଼ିଛି ବଜାର ସ୍ଥିତି। କେଉଁଠି ସପ୍ତାହାନ୍ତ ସଟ୍ଡାଉନ୍ ପୂର୍ବଦିନ ଆକାଶଛୁଆଁ ଦରବୃଦ୍ଧି ଘଟୁଛି ତ ଆଉ କେଉଁଠି ହୋଲ୍ସେଲ୍ ବେପାର ମାନ୍ଦା। […]
ଭୁବନେଶ୍ୱର: ରାଜ୍ୟରେ କରୋନା ବିସ୍ଫୋରଣ। ଏପ୍ରିଲ୍ ୫୫, ମେ ମାସରେ ୫୪୩୮, ଜୁନ୍ରେ ୩୭୩୨, ଜୁଲାଇ ୧୩୭୩୭ ଆକ୍ରାନ୍ତ ଚିହ୍ନଟ। ଗତ ମାସ ଭିତରେ ୧୦ ହଜାର ନୂଆ ଆକ୍ରାନ୍ତ। ସ୍ଥାନୀୟ ସଂକ୍ରମଣ ବି ବଢିବାରେ ଲାଗିଛି। ଏହାର ଗ୍ରାଫ୍ ଏହିଭଳଇ ଉପରେ ରହୁଛି। ରାଜ୍ୟରେ ମୃତ୍ୟୁର ବର୍ଦ୍ଧିତ ହାର ବି ଚମାଇ ଦେଲା ଭଳି। ଦେଖନ୍ତୁ କେଉଁ ମାସରେ ମୃତ୍ୟୁ ସଂଖ୍ୟା କେମିତି ବଢିଯାଇଛି। ପ୍ରତିଦିନ ସ୍ଥାନୀୟ ଘଟଣା ବଢ଼ିଚାଲିଛି। ଏମିତି ସ୍ଥାନୀୟ ସଂକ୍ରମଣ ଆଉ […]
ଭୁବନେଶ୍ୱର: ଆଜି ରେକର୍ଡ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୨୬୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ସେହିପରି ସୁନ୍ଦରଗଡ଼ ୧୩୫, ଖୋର୍ଦ୍ଧା ୩୭, କଟକରୁ ୩୨, ବାଲେଶ୍ୱର ୨୫, କେନ୍ଦୁଝର ୨୩ ଓ ମୟୂରଭଂଜରୁ ୧୮ ସୁସ୍ଥ ହୋଇଛନ୍ତି। ଭଦ୍ରକ ଓ ପୁରୀରୁ ୧୨, ବରଗଡ଼ ଓ ଜଗତସିଂହପୁରରୁ ୭ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ […]
କୋରାପୁଟ: କରୋପୁଟ ଜିଲ୍ଲା ମାଛକୁଣ୍ଡ ଅଂଚଳରେ ୨ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛକୁଣ୍ଡକୁ ୫ ଦିନ ପାଇଁକଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାସହ ମାଟିଖାଲ ଗାଁକୁ ପ୍ରବେଶ ଏବଂ ପ୍ରସ୍ଥାନ ନେଇ କଟକଣା ଜାରି କରାଯାଇଛି। ମାଛକୁଣ୍ଡରେ ବାହାରିଥିବା ପଜିଟିଭ ପରିବାରର ଜଣେ ବ୍ୟକ୍ତି ମାଟିଖାଲ ଗାଁକୁ କାମରେ ଯାଇଥିବା ସୂଚନା ମିଳିଛି। ତେଣୁ ଅଗ୍ନିଶମ ବିଭାଗ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ତଥା ମାଟିଖାଲ ଗାଁରେ ବିଶୋଧନ କରାଯାଇଛି। ସେପଟେ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫, ଲୋକାଲ କଣ୍ଟା-୧୬ ରହିଛି। ସରକାରୀ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛି। ସେହିଭଳି ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। କଳିଙ୍ଗବିହାର ଅଞ୍ଚଳରୁ ୨ ମହିଳା […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ କରୋନା। ବିଜେଡିର ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହୋଇଥିବା ନେଇ ସଂପୃକ୍ତ ବିଧାୟକଙ୍କ ସୂଚନା ଦେଇଛନ୍ତି। ଏହି ବିଧାୟକ ହେଲେ ବାଲେଶ୍ୱର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ସଂକ୍ରମିତ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ତେବେ ନୀଳଗିରି ବିଧାୟକ ସୁକାନ୍ତଙ୍କ ପଜିଟିଭ ରିପୋର୍ଟ ପରେ ସୁଧାଂଶୁ ନିଜ ବାସଭବନରେ ଗୃହସଙ୍ଗରୋଧରେ […]
ନୂଆଜିଲ୍ଲୀ: କରୋନା ଅପଡେଟ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣ। ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢ଼ୁଥିବା କହିଲେ ରାଜେଶ। ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି ବୋଲି ଭୂଷଣ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଜାତୀୟ ହାର ଠାରୁ ୨୦ଟି ରାଜ୍ୟର ଆରୋଗ୍ୟ ହାର ଅଧିକ ବୋଲି ସେ କହିଛନ୍ତି। ଓଡ଼ିଶା, ଗୁଜରାଟ, ତାମିଲନାଡୁ ଆଦି ରାଜ୍ୟରେ ଜାତୀୟ ହାରଠାରୁ ଆରୋଗ୍ୟ […]
ଭୁବନେଶ୍ୱର: କରୋନା ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ଯେ କେବଳ ଟ୍ୱିଟରରେ କରୋନା ଯୁଦ୍ଧ କରୁଛନ୍ତି ରାଜ୍ୟ ସରକାର। ଗଂଜାମରେ ସ୍ଥିତି ଅସମ୍ଭାଳ ହୋଇଛି। ଲୋକେ କିପରି କରୋନାକୁ ଭୟ କରୁଛନ୍ତି, କିଭଳି ସାଧାରଣ ରୋଗୀ ହଇରାଣ ହେଉଛନ୍ତି-ଓଟିଭିରେ ପ୍ରସାରିତ ଏକ ଖବରର ଉଦାହରଣ ଦେଇ ଭୃଗୁ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ […]
କଟକ: କଟକ ମହାନଗର ଅଞ୍ଚଳରେ ଆଉ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଜଣ ସରକାରୀ କ୍ୱାରେଣ୍ଟିନରୁ, ୪ ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ, ୩ଟି ଲୋକାଲ କେଶ୍ ସାମ୍ନାକୁ ଆସିଛି। ଲୋକାଲ କେସ୍ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣାରୁ ଚିହ୍ନଟ ହୋଇଥିବା ବେଳେ ଜଣେ ୫୦ ବର୍ଷୀୟ ମହିଳା ଓ ଜଣେ ୩୦ ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି। ଅନ୍ୟ ଜଣେ ଜୋବ୍ରା ମୁରାଦ ଖାନ୍ ପାଟଣାର ୫୬ […]
ସୋର: ଲକଡାଉନ ବେଳେ ମୁମ୍ବାଇରେ ପ୍ରେମ ହେଲା। ଓଡ଼ିଶାକୁ ଆସି କ୍ୱାରେଣ୍ଟିନ ସାରିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମ ପକ୍ଷୀ। କନ୍ୟା କାଠମାଣ୍ଡୁର ଆଉ ବର ବାଲେଶ୍ୱରର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ଗାଁର କ୍ଷୀରୋଦ ଶିଅଳ ମୁମ୍ବାଇରେ ରହି କାମ କରୁଥିବାବେଳେ କାଠମାଣ୍ଡୁରୁ ଆସି ସେଠାରେ କାମ କରୁଥିବା ପ୍ରଣିସାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଣିସା ନିଜ ଭଉଣୀ ଭିଣୋଇଙ୍କ ସହ ରହିଥିଲେ। ଲକଡାଉନ ଅବଧି ଶେଷ ହେବାପରେ […]
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଏ ନେଇ ସେ ଟ୍ୱିଟ୍ କରି ବିଗ୍ ବିଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ସାରା ଦେଶ ମଧ୍ୟ ଅମିତାଭଙ୍କ ସୁସ୍ଥ ହେବା ନେଇ କାମନା କରୁଥିବା ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଟ୍ୱିଟ୍ କରି ଏହା ବି ଲେଖିଛନ୍ତି, ଯେ ଆପଣ ସାରା ଦେଶ ପାଇଁ ଜଣେ ଆଇକନିକ୍ ସୁପରଷ୍ଟାର୍ ଅଟନ୍ତି। ଆମେ ସମସ୍ତେ ମିଶି ଆପଣଙ୍କ ଯତ୍ନ ନେବୁ। ଆପଣ ଖୁବ୍ […]
କୋଲକାତା: ସମସ୍ତ ବିଶ୍ୱବିଦ୍ୟାଳୟରେ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ବର୍ଷ ପରୀକ୍ଷା କରାଯିବା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏବଂ ୟୁଜିସି ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନର ତୁରନ୍ତ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ମମତା। କରୋନା ଭଳି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସହ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଷ୍ପତ୍ତିର ପୁନର୍ବିଚାର ଲାଗି ମମତା ନିବେଦନ କରିଛନ୍ତି। […]
ଭୁବନେଶ୍ୱର: ଭୁବନେଶ୍ୱରକୁ ଫେରିବେ ବାହାରିନ୍ରେ ଫସିଥିବା ଓଡ଼ିଆ। ୬୮ ଜଣ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଆଜି ରାତି ୧୦ଟା ବେଳେ ଏୟାର ଇଣ୍ଡିଆ ବିମାନ AI0940 ବିମାନ ପହଞ୍ଚିବ। ବାହାରିନ୍ରୁ ବାହାରିବା ପରେ ଏହା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ଭୁବନେଶ୍ୱର ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ନେଇ […]
ପୁରୀ: ଆଜିଠାରୁ ପୁଣିଥରେ ପୁରୀରେ ହେଉଛି ସେବାୟତମାନଙ୍କ କୋଭିଡ୍ ଟେଷ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। ରଥଯାତ୍ରା ପୂର୍ବରୁ ଥରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା। ପୁଣି ବାହୁଡ଼ାଯାତ୍ରା ପୂର୍ବରୁ ଏବଂ ଏବେ ଘୋଷଯାତ୍ରା ପରେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ହୋଇଛି। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟ ହେବ। ଘୋଷଯାତ୍ରାରେ ସାମିଲ ହୋଇଥିବା ପ୍ରାୟ ୪ ହଜାରରୁ ଅଧିକ […]
ଭୁବନେଶ୍ୱର: ଭୁବନେଶ୍ୱରର ଅଧିକ କରୋନା ସଂକ୍ରମିତ ଅଂଚଳରେ ଆଜି ସେରୋଲୋଜିକାଲ ସର୍ଭେଲାନ୍ସ କରାଯାଉଛି। ଯେଉଁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି, ସେମାନଙ୍କଠାରୁ ସଂଗ୍ରହ ନମୁନା କରାଯାଉଛି। ରୋଗ ପ୍ରତିରୋଧକ କମ୍ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସାମ୍ବାଦିକ, ମ୍ୟୁନିସିପାଲ କର୍ମଚାରୀ, ଡ୍ରାଇଭର, କଏଦୀ, ଦେକାନୀ, ବିମାନବନ୍ଦର କର୍ମଚାରୀ, ବସ୍ତି ଅଂଚଳ ଓ କଣ୍ଟେନମେଣ୍ଟ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏଥିରେ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ଭୁବନେଶ୍ୱରର ୨୫ଟି ୱାର୍ଡ ଚିହ୍ନଟ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ସର୍ଭେଲାନ୍ସ ହେବ। […]
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟେଲିଫୋନ୍ ଯୋଗେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ କଥା ହୋଇଛନ୍ତି। ଉଭୟ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ୍ରେ ଥିବା ଆକ୍ରାନ୍ତଙ୍କ ସହ କଥା ହୋଇଛନ୍ତି ନବୀନ। ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ହସ୍ପିଟାଲ୍ର ପରିସ୍ଥିତି ଓ ଅନୁସଙ୍ଗିକ ସୁବିଧା ସୁଯୋଗ ବିଷୟରେ ସେ କଥା […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ। ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନାରେ ଉଲ୍ଲେଖ ରହିଛି ଯେ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚାରଣ ଅଭିଯୋଗ ଆସିବା ପରେ ଜାମ୍ମୁ ଓ କାଶ୍ମୀର ଆଇପିଏସ୍ ଅଫିସର୍ ବସନ୍ତ ରଥଙ୍କୁ ତୁରନ୍ତ ପଦକ୍ଷେପ ନେଇ ନିଲମ୍ବିତ କରାଯାଇଛି।” ମଙ୍ଗଳବାର ସନ୍ଧ୍ୟାରେ ଗୃହମନ୍ତ୍ରାଳୟ ପକ୍ଷରୁ ନିଲମ୍ବନ ନିର୍ଦ୍ଦେଶ […]
ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ବେହେରା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଦ୍ୱିତୀୟ ବିଧାୟକ ଭାବେ ପ୍ରଶାନ୍ତ ବେହେରାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହା ପୂର୍ବରୁ ସୋମବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। କଟକ ସାଲେପୁର ବିଧାୟକ ହେଉଛନ୍ତି ପ୍ରଶାନ୍ତ ବେହେରା। କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପ୍ରଶାନ୍ତ ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିବାରୁ ତାଙ୍କୁ କରୋନା ସଂକ୍ରମଣ […]
ଆସିକା: ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଲା, ଆଉ ଜଣଙ୍କୁ ଉଠାଇ ନେଲା ପ୍ରଶାସନ। ନୀତିନ ପ୍ରଧାନ ନାଁରେ ହଇରାଣ ହେଉଛନ୍ତି ନୀଳାଞ୍ଚଳ ପ୍ରଧାନ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ନୀଳାଞ୍ଚଳ ହେଉଛନ୍ତି ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲର ରାତ୍ରି ଜଗୁଆଳି। କିଛି ଦିନ ତଳେ MY GOVT ପକ୍ଷରୁ ନୀତିନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ନୀଳାଞ୍ଚଳଙ୍କ ପାଖକୁ କୋଭିଡ୍ ସମ୍ବନ୍ଧୀୟ ଏକ ମେସେଜ୍ ଆସିଥିଲା। ପ୍ରଶାସନ ତାଙ୍କୁ ନାଁ ପଚାରିବା ପରେ ସେ […]
କଟକ: ମନରେଗା କାମ ବିବାଦରୁ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ କଟକ ଜିଲ୍ଲା ବାଙ୍କୀ ବ୍ଲକ ନୂଆଗାଁ ପଞ୍ଚାୟତ ଖଜୁରୀପଦା ଗାଁ ଲୋକେ। କାମ ବନ୍ଦ କରିଦେବାରୁ JE ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଦେଇଛନ୍ତି ଲୋକେ। ମନରେଗା କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ବେଳେ ଏହି ଦୁଇ ଅଧିକାରୀ କାମ ବନ୍ଦ କରିଦେଇଥିଲେ। ଏହାକୁ ବିରୋଧ କରିବା ସହ ଲୋକେ କାମ ଚାଲୁ ରଖିବା ଓ ବକେୟା […]
ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ। ଏନେଇ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ। ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଚିଠିରେ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ମାଓ ଏନ୍କାଉଣ୍ଟର। ଗତକାଲି ସାରେ ଲାଲ୍ବାହିନୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପୁଣି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଜଙ୍ଗଲରେ ସୁରକ୍ଷାବାହିନୀର କମ୍ବିଂ ଅପରେସନ୍ ବେଳେ ଏହି ଏନ୍କାଉଣ୍ଟର ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍କାଉଣ୍ଟର ପରେ ଘଟଣାସ୍ଥଳରୁ ୨ଟି ଅସ୍ତ୍ରଶସ୍ତ୍ର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ସେପଟେ ଗତ ୫ ତାରିଖ ଦିନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବାଲିସୁଆଁ ଗାଁରୁ ଉଦ୍ଧାର ହୋଇଛି ବିରଳ ଧଳା ରଙ୍ଗର ସାପ। ସଂପୂର୍ଣ୍ଣ ଧଳା ରଙ୍ଗର ଦେହ ଓ କଳା ରଙ୍ଗର ଆଖି ଥିବା ଏହି ସାପକୁ ବାଲିସୁଆଁର ଯୁବକ ଅବିନାଶ ସ୍ୱାଇଁ ଗତ ରାତିରେ ରାସ୍ତା ପାର୍ ହେଉଥିବା ଦେଖିଥିଲେ। ଏଭଳି ଧଳା ସାପ ଆଗରୁ ଦେଖିନଥିବାରୁ ସେ ଏକ ବାଡ଼ିରେ ସାପକୁ ଅଟକାଇ ପ୍ଲାଷ୍ଟିକ ଡବାରେ ପୂରାଇ ଆଣିଥିଲେ। ଏହାପରେ ଫଟୋ ଉଠାଇ ସ୍ନେକ ହେଲପ ଲାଇନର ସଂପାଦକ […]
ଭୁବନେଶ୍ୱର : ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗତ ମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ ଲାଗିରହିଛି। ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଦିତ୍ୟ ସନ୍ଧ୍ୟାରେ ରାଗି ପାଟି […]
ଭୁବନେଶ୍ୱର: ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ହେଲେ ୮ ଓ ୯ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ୮ ଓ ୯ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ […]